ଷ୍ଟାର ପ୍ଲସରେ ବକ୍ସି ଜଗବନ୍ଧୁଙ୍କ ସଂଗ୍ରାମର କାହାଣୀ : ଆସୁଛି ବିଦ୍ରୋହୀ

ଓଡ଼ିଶାର ପାଇକ ବିଦ୍ରୋହର କାହାଣୀ ଏବେ ଷ୍ଟାର ପ୍ଲସରେ ପ୍ରଦର୍ଶିତ ହେବ। ବକ୍ସି ଜଗବନ୍ଧୁଙ୍କର ସଂଗ୍ରାମର କାହାଣୀ ହିନ୍ଦିରେ ଦେଖିବେ ଦର୍ଶକ  । ଏନେଇ ଷ୍ଟାର ପ୍ଲସ ଏହାର ସିରିଜ ବିଦ୍ରୋହୀର  ଟିଜର ରିଲଜ କରି ଘୋଷଣା କରିଛି । ଆଜାଦୀକି ଅମୃତ ମହୋତ୍ସବ ଅବସରରେ ଦେଶର ସଂଗ୍ରାମୀମାନଙ୍କର ତ୍ୟାଗର କାହାଣୀକୁ ନେଇ ତିଆରି ହୋଇଛି ଏହି ସିରିଜ ବିଦ୍ରୋହୀ। ଏହାର ପ୍ରଥମ ଏପିସୋଡରେ ସ୍ବାଧୀନତାର ପ୍ରଥମ ସଂଗ୍ରାମ ମାନ୍ୟତା ପାଇଥିବା ପାଇକ ବିଦ୍ରୋହକୁ ସ୍ଥାନ ଦିଆଯାଇଛି । ଯ଼େଉଁଥିରେ ଇଂରେଜମାନଙ୍କୁ କିଭଳି ଭାବେ ବକ୍ସି ଜଗବନ୍ଧୁ ଅକଳରେ ପକାଇଥିଲେ ସେନେଇ ପ୍ରଦର୍ଶିତ ହୋଇଛି । ପ୍ରଥମେ  ଆମେ ଆପଣଙ୍କୁ ଏହାର ପ୍ରଥମ ଟିଜର ଦେଖାଉଛୁ।

 

ଟିଜରରୁ ଦେଖାଯାଉଛି ବ୍ରିଟିଶ ସରକାର କେମିତି ଓଡିଆଙ୍କ ଉପରେ ଖଜଣା ବସାଇଛନ୍ତି । ଖଜଣା ନଦେଲେ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ପ୍ରବେଶ ମନା କରିଛନ୍ତି। ଏହାକୁ ବକ୍ସି କେମିତି ଜବାବ ଦେଇଛନ୍ତି ଟିଜରରେ ଦେଖିବାକୁ ମିଳିଛି। ଓଡ଼ିଆ ପାଇକଙ୍କ ବୀରତ୍ବର କାହାଣୀ ସୁନ୍ଦର ଭାବେ ଏଥିରେ ଉପସ୍ଥାପନ କରାଯାଇଥିବା ଦେଖିବାକୁ ମିଳିଛି।

ଷ୍ଟାର ପ୍ଲସର ଏହି ହିନ୍ଦି ସିରଜ ବିଦ୍ରୋହୀର ପ୍ରଥମ ଏପିସୋଡରେ ବକ୍ସି ଜଗବନ୍ଧୁଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ଶରଦ ମାଲହୋତ୍ରା। ସେହିପରି ଏଥିରେ ଖୋର୍ଦ୍ଧା ଗଡ଼ର ରାଜକୁମାରୀ କଲ୍ୟାଣୀଙ୍କ କାହାଣୀ ମଧ୍ୟ ଏଥିରେ ସ୍ଥାନ ପାଇଛି । କଲ୍ୟାଣୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ସୁଲଗ୍ନା ପାଣିଗ୍ରାହୀ । କଲ୍ୟାଣୀଙ୍କ ବୀରତ୍ବର କାହାଣୀ ମଧ୍ୟ ଏହାର ଦ୍ବିତୀୟ ଟିଜରରେ ସ୍ଥାନ ଦିଆଯ଼ାଇଛି। ଖୁବଶୀଘ୍ର ଷ୍ଟାରପ୍ଲସ ଏବଂ ଡିଜନୀ ହଟଷ୍ଟାରରେ ଏହି ସିରିଜ ସ୍ଥାନ ପାଇବ ।

 

Leave a Reply

Your email address will not be published. Required fields are marked *