ପୁଣେର ପ୍ରୀତି ମସ୍କେ, ୫୫ ଘଣ୍ଟାରେ ଲେହରୁ ମନାଲୀ ସାଇକେଲ୍ ଯାତ୍ରା କରି ଗିନିଜ୍ ବୁକ୍ ଅଫ ରେକର୍ଡରେ ହେଲେ ସ୍ଥାନିତ

ନୂଆଦିଲ୍ଲୀ, ୧୨/୧୦ : ପାଠପଢା ହେଉକି ଖେଳକୁଦ ଏବେ ସବୁ କ୍ଷେତ୍ରରେ ନାରୀ ଆଗରେ। ଶାରିରିକ ହେଉକି ମାନସିକ ସବୁ ସ୍ତରରେ ପୁରୁଷଙ୍କ ଠାରୁ କୌଣସି ଗୁଣରେ କମ୍ ନୁହଁନ୍ତି ନାରୀ। ଆଜିର ନାରୀ ଦେଶର ସର୍ବୋଚ୍ଚ ଆସନରେ ବସିଥିବା ବେଳେ ଅନ୍ତରାଷ୍ଟ୍ରୀୟ ସ୍ତରରେ ଦେଶର ନାମକୁ ଉଜ୍ଜ୍ଵଳ କରୁଛନ୍ତି। ପରିବାର ଏବଂ ଗୃହସ୍ଥୀ ସମ୍ଭାଳିବା ସହ ଆଜିର ନାରୀ ଉଦ୍ୟୋଗ ଜଗତ, ଖେଳକୁଦ ସବୁ କ୍ଷେତ୍ରରେ ଜଗତଜିତା ହୋଇପାରିଛି। ଏଭଳି ଜଣେ ମହିଳା ହେଉଛନ୍ତି ପୁଣେର ପ୍ରୀତି ମସ୍କେ। ୫୫ ଘଣ୍ଟା ୧୩ ମିନିଟ୍‌ରେ ୪୮୦ କିଲୋମିଟର ଲେହରୁ ମନାଲୀ ସାଇକେଲ୍ ଯାତ୍ରା କରି ଗିନିଜ୍ ବୁକ୍ ଅଫ ରେକର୍ଡରେ ସ୍ଥାନିତ ହୋଇଛନ୍ତି ପ୍ରୀତି।

୪୫ ବର୍ଷୀୟା ପ୍ରୀତି ମସ୍କେ ୨୦୧୭ରେ ସାଇକେଲିଂ କରିବା ଆରମ୍ଭ କରିଥିଲେ। ଏହାପରେ ଧୀରେଧୀରେ ସେ ରେକର୍ଡ କରିବା ଦିଗରେ ଅଗ୍ରସର ହେଲେ। ପ୍ରୀତି ସବୁଠୁ ଅଧିକ ତୀବ୍ର ଗତିରେ ସାଇକେଲିଂ କରି ଗିନିଜ୍ ବୁକ୍‌ରେ ରେକର୍ଡ ସୃଷ୍ଟି କରିଛନ୍ତି।

୨୦୧୯ରେ ପ୍ରୀତି କାଶ୍ମୀର ଠାରୁ କନ୍ୟାକୁମାରୀ ଯାଏଁ ସାଇକେଲ୍ ଯାତ୍ରା କରିଥିଲେ। ୧୭ ଦିନ ୧୭ ଘଣ୍ଟାରେ ପ୍ରୀତି ୩୭୭୩ କି.ମି ଯାତ୍ରା କରିଥିଲେ। ସେହିପରି ମହାରାଷ୍ଟ୍ରର ନାସିକରୁ ଅମୃତସର ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଏହି ଯାତ୍ରା ଏତେ ସହଜ ନଥିଲା। ଏହି ରୁଟ୍‌ରେ ସାଇକଲିଂ କରି ରେକର୍ଡ ସୃଷ୍ଟି କରିଥିବା ପ୍ରୀତି ପ୍ରଥମ ମହିଳା ସାଇକେଲିଷ୍ଟ ଥିଲେ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସାଇକେଲିଂ ପ୍ରତି ରୁଚି ରଖୁଥିବା ପ୍ରୀତିଙ୍କର ଦୁଇଟି ସନ୍ତାନ ଅଛି।

Leave a Reply

Your email address will not be published. Required fields are marked *