ଆଜି ଅନ୍ତରାଷ୍ଟ୍ରୀୟ ବାଳିକା ଦିବସ

ଭୁବନେଶ୍ଵର, ୧୧/୧୦ : ଆଜି ଅନ୍ତରାଷ୍ଟ୍ରୀୟ ବାଳିକା ଦିବସ। ମହିଳାଙ୍କୁ ସଶକ୍ତିକରଣ ଏବଂ ସେମାନଙ୍କର ଅଧିକାର ପାଇଁ ଲଢେଇ କରିବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଉଛି। Our Time is now- our rights, our Future ଚଳିତ ବର୍ଷର ଥିମ୍ ରହିଛି।

ଆନ୍ତର୍ଜାତୀୟ ସ୍ତରରେ ବାଳିକା ଦିବସ ପାଳନ କରିବାର ପ୍ରଥମ ପଦକ୍ଷେପ ଏକ ବେସରକାରୀ ସଂଗଠନ ‘ପ୍ଲାନ ଇଣ୍ଟରନ୍ୟାସନାଲ’ର ପ୍ରକଳ୍ପ ଭାବରେ କରାଯାଇଥିଲା। ଏହି ସଂଗଠନ ‘କ୍ୟୁକି ମେଁ ଏକ ଲଡକି ହୁଁ’ ନାମକ ଏକ ଅଭିଯାନ ଆରମ୍ଭ କରିଥିଲା। ଏହା ପରେ ଏହି ଅଭିଯାନକୁ ଆନ୍ତର୍ଜାତୀୟ ସ୍ତରରେ ବୃଦ୍ଧି କରିବାକୁ କାନାଡା ସରକାରଙ୍କୁ ଯୋଗାଯୋଗ କରାଯାଇଥିଲା। ଏହା ପରେ କାନାଡା ସରକାର ୫୫ତମ ସାଧାରଣ ସଭାରେ ଏହି ପ୍ରସ୍ତାବ ରଖିଥିଲେ। ଶେଷରେ ମିଳିତ ଜାତିସଂଘ ଦ୍ଵାରା ୧୯ ଡିସେମ୍ବର ୨୦୧୧ରେ ଏହି ସଂକଳ୍ପ ପାରିତ ହେଲା ଏବଂ ଏହି ଦିନ ପାଳନ କରିବାକୁ ଅକ୍ଟୋବର ୧୧ ଚୟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *