କିଏ ଏହି ଶୀତଲ ଦେବୀ, ଯାହାଙ୍କ ଦ୍ଵାରା ପ୍ରଭାବିତ ହୋଇଥିଲେ ଆନନ୍ଦ ମହିନ୍ଦ୍ରା, ଆଶୀର୍ବାଦ ଦେଇଥିଲେ ମୋଦି

ଭୁବନେଶ୍ଵର, ୦୭/୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଏସିଆନ୍ ପାରା ଗେମ୍ସ ୨୦୨୩ରେ ପଦକ ଜିତିଥିବା ଭାରତୀୟ ଖେଳାଳିଙ୍କୁ ଭେଟିଥିଲେ। ଏହି ଖେଳାଳିମାନଙ୍କ ମଧ୍ୟରେ ଜାମ୍ମୁ କାଶ୍ମୀରର ଶିତଲ ଦେବୀଙ୍କୁ ପ୍ରଧାନମନ୍ତ୍ରୀ ଆଶୀର୍ବାଦ କରୁଥିବା ଚିତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଶୀତଲ କେବଳ ଦେଶ ପାଇଁ ଗୌରବ ଆଣିନାହାଁନ୍ତି ବରଂ ଅନେକ ମହାନ ବ୍ୟକ୍ତିଙ୍କୁ ମଧ୍ୟ ପ୍ରଭାବିତ କରିଛନ୍ତି। ଏହା ପୂର୍ବରୁ ଆନନ୍ଦ ମହିନ୍ଦ୍ରା ଏସୀୟ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଏହି ମହିଳା ଖେଳାଳିଙ୍କୁ ମଧ୍ୟ ପ୍ରଶଂସା କରିଥିଲେ। ତେବେ ଆସନ୍ତୁ ଜାଣିବା ଜାମ୍ମୁର ଷୋହଳ ବର୍ଷୀୟା ଶୀତଲ ଦେବୀ କିଏ ?

ଶୀତଲ ଦେବୀ ଜାମ୍ମୁ କାଶ୍ମୀରର କିସ୍ତୱାଡାର ବାସିନ୍ଦା। ୧୬ ବର୍ଷୀୟା ଶୀତଲ ଚାଇନାର ହାଙ୍ଗଝୋରେ ଆୟୋଜିତ ଏସୀୟ ପାରା ଗେମ୍ସରେ ଦୁଇଟି ସ୍ୱର୍ଣ୍ଣ ସହିତ ତିନୋଟି ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ। ସେ ମଧ୍ୟ ପ୍ରଥମ ଭାରତୀୟ ମହିଳା ଯିଏକି ସମାନ ସଂସ୍କରଣରେ ଦୁଇଟି ସ୍ୱର୍ଣ୍ଣ ଜିତିଛନ୍ତି।

ଶୀତଲ ଦେବୀ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପା ଜଣେ କୃଷକ ଏବଂ ମାଆ ଛେଳି ଜଗନ୍ତି। ଜନ୍ମରୁ ସେ ସଂଘର୍ଷ କରିଛନ୍ତି। ଜନ୍ମରୁ ତାଙ୍କର ଦୁଇଟି ହାତ ନଥିଲା। ସେ ଜନ୍ମଗତ ଭାବରେ ଫୋକୋମେଲିଆ ନାମକ ଏକ ରୋଗରେ ପୀଡିତ। ଏହି ରୋଗରେ ଅଙ୍ଗଗୁଡ଼ିକ ସଂପୂର୍ଣ୍ଣ ଭାବେ ବିକଶିତ ହୁଏ ନାହିଁ। ତଥାପି ତାଙ୍କ ପାଇଁ ଅକ୍ଷମତା ଅଭିଶାପ ହୋଇନଥିଲା। ସେ ତୀରନ୍ଦାଜ ଅଭ୍ୟାସ ଆରମ୍ଭ କରିଥିଲେ। କେବଳ ଛାତିର ସାହାଯ୍ୟରେ, ଦାନ୍ତ ଓ ଗୋଡ ବ୍ୟବହାର କରି ସେ ଏହା କରିବାରେ ପ୍ରଥମ ଭାରତୀୟ ଖେଳାଳି ହୋଇଥିଲେ। ଅନ୍ତର୍ଜାତୀୟ ସ୍ତରରେ ପ୍ରତିଦ୍ୱନ୍ଦ୍ୱିତା କରିବାରେ ସେ ପ୍ରଥମ ତୀରନ୍ଦାଜୀ ଥିଲେ।

ପ୍ରଶିକ୍ଷଣର ପ୍ରାରମ୍ଭିକ ଦିନରେ ସେ ଧନୁକୁ ମଧ୍ୟ ଉଠାଇ ପାରିନଥିଲେ, କିନ୍ତୁ ସେ ଡାହାଣ ପାଦରେ ଧନୁ ଉଠାଇବାକୁ ଅଭ୍ୟାସ କରିଥିଲେ ଏବଂ ଦୁଇ ବର୍ଷର କଠିନ ପ୍ରଶିକ୍ଷଣ ପରେ ସେ ଜିତିଥିଲେ। ୨୦୨୧ ମସିହାରେ ଧନୁର୍ଦ୍ଧର ଭାବରେ କ୍ୟାରିୟର ଆରମ୍ଭ କରିଥିବା ଶୀତଲ ପ୍ରଥମ ଥର ପାଇଁ ଏକ ଭାରତୀୟ ସେନା ଯୁବ ପ୍ରତିଯୋଗିତାରେ ଭାଗ ନେଇଥିଲେ। ତାଲିମ ସମୟରେ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ଧନୁ ପ୍ରସ୍ତୁତ କରାଯାଇଥିଲା, ଯାହାଫଳରେ ସେ ସହଜରେ ଧନୁକୁ ପାଦରେ ଉଠାଇ କାନ୍ଧରୁ ତୀର ଟାଣି ପାରିବେ।

ଆନନ୍ଦ ମହିନ୍ଦ୍ରା କରିଥିଲେ ପ୍ରଶଂସା-

ପାରା ତୀରନ୍ଦାଜ ଚାମ୍ପିଅନସିପରେ ଶୀତଲ ଦୁଇଟି ସ୍ୱର୍ଣ୍ଣ ଏବଂ ଗୋଟିଏ ରୌପ୍ୟ ଜିତିଥିଲେ। ତାଙ୍କର ଚମତ୍କାର ପ୍ରଦର୍ଶନ ଦେଖି ଆନନ୍ଦ ମହିନ୍ଦ୍ରା ତାଙ୍କ କମ୍ପାନୀର ଯେକୌଣସି ଇଚ୍ଛିତ କାର ପ୍ରଦାନ କରିଥିଲେ। ଶୀତଲଙ୍କ ପାଇଁ ଏକ ପୋଷ୍ଟ ସେୟାର କରି ସେ କହିଛନ୍ତି ମୁଁ ମୋ ଜୀବନରେ ଛୋଟ ସମସ୍ୟା ବିଷୟରେ ଅଭିଯୋଗ କରିବି ନାହିଁ। ଶୀତଲ ତୁମେ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ।

Leave a Reply

Your email address will not be published. Required fields are marked *