ଦିଲ୍ଲୀର ବିଟେକ୍ ଗୁପ୍‌ଚୁପ୍ ବାଲି, ପାଠ ପଢା ସହ କରୁଛନ୍ତି ବ୍ୟବସାୟ

ନୂଆଦିଲ୍ଲୀ, ୨୮/୦୩ : ଗୁପ୍‌ଚୁପ୍ ଖାଇଲା ବେଳେ ଆପଣଙ୍କ ମନକୁ ହାଇଜିନ୍ ଏବଂ କ୍ୟାଲୋରୀକୁ ନେଇ ପ୍ରଶ୍ନ ଉଠୁଥିବ। ହେଲେ ଏହାର ସ୍ଵାଦ କଥା ଭାବିଲେ ଆପଣଙ୍କ ମୁହଁରୁ ପାଣି ଆସିଯାଉଥିବ। ଦଲ୍ଲୀର ତାପସୀ ଉପାଧ୍ୟାୟଙ୍କ ମନକୁ ମଧ୍ୟ ଠିକ୍ ଏହି ପ୍ରଶ୍ନ ଆସୁଥିଲା। ତେଣୁ ସେ ଏହାକୁ ବ୍ୟବସାୟର ମାଧ୍ୟମ କରିବାକୁ ସ୍ଥିର କଲେ। ଜଣେ ବିଟେକ୍ ଛାତ୍ରୀ ହୋଇଥିଲେ ମଧ୍ୟ ସେ ଦିଲ୍ଲୀରେ ଗୁପ୍‌ଚୁପ୍ ବିକ୍ରି କରୁଛନ୍ତି। ଏବେ ତାଙ୍କର ୪ଟି ଷ୍ଟଲ ରହିଛି। ସେ ୧୨ ଜଣଙ୍କୁ ରୋଜଗାର ଦେଇଛନ୍ତି। ଆଗାମୀ ଦିନରେ ଅନ୍ୟ ଷ୍ଟ୍ରିଟ୍ ଫୁଡ୍‌ ଉପରେ କାମ କରିବାକୁ ଲକ୍ଷ୍ୟ ରଖିଛନ୍ତି।

ତାପସୀ କହିଛନ୍ତି ଯେ, ସେ ଗୁପ୍‌ଚୁପ୍ ତିଆରି କରିବା ପାଇଁ ଏୟାର-ଫ୍ରାୟରର ବ୍ୟବହାର କରନ୍ତି। ମିଠା ଚଟଣୀ ପ୍ରସ୍ତୁତ କରିବା ପାଇଁ ସେ ଖଜୁରୀ ଏବଂ ଅର୍ଗାନିକ୍ ଗୁଡ଼ ବ୍ୟବହାର କରନ୍ତି। ମାଟି ପାତ୍ରରେ ଖଟା ପାଣି ପ୍ରସ୍ତୁତ କରନ୍ତି। ଏତଦ୍ ବ୍ୟଥୀତ ସେ ସବୁ କାମରେ ମିନେରାଲ ୱାଟର ବ୍ୟବହାର କରନ୍ତି। ଏହି ବ୍ୟବସାୟକୁ ନେଇ ତାଙ୍କ ମନରେ ପ୍ରଥମେ ଭୟ ଥିଲା। ହେଲେ ଲୋକମାନେ ତାଙ୍କ ଗୁପ୍‌ଚୁପ୍‌କୁ ପସନ୍ଦ କରିବାକୁ ଲାଗିଲେ। ଏବେ ଅଲଗା ଅଲଗା ସ୍ଥାନରେ ତାଙ୍କର ୪ଟି ଷ୍ଟଲ୍ ରହିଛି। ସେ କେବଳ ଦିଲ୍ଲୀ ନୁହେଁ ଦେଶରେ ମଧ୍ୟ ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି।

Leave a Reply

Your email address will not be published. Required fields are marked *