ଓଜନ କମାଇବାକୁ ଚାହାଁନ୍ତି କି ? ଜାଣନ୍ତୁ ଏହାର ଉପାୟ…

ନୂଆଦିଲ୍ଲୀ, ୩୧/୩ : ଗରମ ଆସିବା ସହିତ ଓଜନ ସମସ୍ୟା ବଢିଥାଏ । କାରଣ ଗରମରେ ଆମେ ପ୍ରାୟତଃ ଚଲାବୁଲା କମାଇବା ସହ ବିଭିନ୍ନ ପାନୀୟର ସାହାର ନେଇଥାଉ । ତେଣୁ ଏହି ସମୟରେ ପ୍ରାୟ ଲୋକ

ଓଜନ କମାଇବାକୁ ପ୍ରୟାସ କରୁଥାନ୍ତି । ଚାଲନ୍ତୁ ଓଜନ କମାଇବାର ପ୍ରୟାସ ସକାଳ ଜଳଖିଆରୁ କରିବା । ଉପଯୁକ୍ତ ଜଳଖିଆ ଖାଇଲେ ଓଜନକୁ ନିୟନ୍ତ୍ରିତ ରଖିବା ସହ ଆବଶ୍ୟକ ପୋଷକ ତତ୍ତ୍ୱ ମଧ୍ୟ ମିଳିଥାଏ ।
ସକାଳ ଜଳଖିଆ ଶରୀର ପାଇଁ ଦିନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୋଜନ । ଚାଲନ୍ତୁ ଜାଣିବା ଏଥିରେ କ’ଣ ଖାଇବା ଉଚିତ୍‌ ।

ଅଣ୍ଡା: ଏଥିରେ ପ୍ରଚୁର ମାତ୍ରାରେ ସୋଡିୟମ୍‌, ପୋଟାସିୟମ୍‌, ଆଇରନ୍‌, ଭିଟାମିନ୍‌-ସି’ ଆଦି ରହିଥାଏ, ସାରାଦିନ ପାଇଁ ଶକ୍ତି ଯୋଗାଇଥାଏ । ଅଣ୍ଡା ଖାଇବା ଦ୍ୱାରା ଭୋକ କମ୍‌ ଲାଗିଥାଏ ।

କଦଳୀ: କଦଳୀ ଖାଇବା ଦ୍ୱାରା ଅଧିକ ସମୟ ଯାଏ ଭୋକ ଲାଗି ନଥାଏ । ତେଣୁ ଏହାକୁ ସକାଳ ଜଳଖିଆରେ ସାମିଲ୍‌ କରିବା ଉଚିତ୍‌ ।

ଦଲିଆ: ଏଥିରେ ବହୁ ମାତ୍ରାରେ ଆଇରନ୍‌, ପ୍ରୋଟିନ୍‌, ଫାଇବର ଓ କ୍ୟାଲସିୟମ୍‌ ରହିଥାଏ । ଯାହା ପାଚନ ତନ୍ତ୍ର ସହ ହାଡ଼କୁ ମଧ୍ୟ ମଜଭୁତ ରଖିଥାଏ । ସହଜରେ ହଜମ ହେବା ସହ ପେଟକୁ ହାଲ୍‌କ ରଖିଥାଏ ।

ଗ୍ରୀନ୍‌ ଟି’: ଏହା ପେଟର ଚର୍ବି କମାଇବା ସହ ଓଜନ ନିୟନ୍ତ୍ରିତ ରଖିଥାଏ । ଏହାବ୍ୟତୀତ ମଧୁମେହକୁ ମଧ୍ୟ ନିୟନ୍ତ୍ରିତ କରେ ।

ସେଓ: ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବଢାଇବା ସହ ଦୁର୍ବଳତା ଦୂରାଏ । ଏଥିରେ କ୍ୟାଲୋରୀ ଖୁବ୍‌ କମ୍‌ ରହିଥାଏ ।

Leave a Reply

Your email address will not be published. Required fields are marked *