ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆମ୍ବ ଉପହାର – ଏଥର ବାଂଲାଦେଶରୁ

“ମୋତେ ଆମ୍ବ ଖାଇବାକୁ ଭାରି ଭଲ ଲାଗେ”, ଅକ୍ଷୟ କୁମାରଙ୍କୁ ଏକ ଇଣ୍ଟରଭ୍ୟୁ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକଦା ଏହା କହିଥିଲେ। ସେ କହିଥିଲେ ଯେ “ଆମ୍ବ କାଟିକି ନୁହେଁ ସିଧା ଗୋଟା ଖାଇବାକୁ ମୋତେ ଭଲ ଲାଗେ।” ଆଉ ଏବେ ତ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମ୍ବ ଉପହାର ବଢ଼ିଚାଲିଛି । ଆମ୍ବ କଥା କହିବା ବେଳକୁ ଆପଣ ନିଶ୍ଚୟ ମନେ ପକାଇ ସାରିବେଣି ଯେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଆମ୍ବ ଉପହାର ଦେଇଥିଲେ। ଏବେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ବି ମୋଦିଙ୍କୁ ପଠାଇଛନ୍ତି ଆମ୍ବ ଉପହାର । ସେ ପୁଣି 26ଶହ କେଜି।

ବାଂଲାଦେଶ ସୂତ୍ରରୁ ଏହା ଜଣାଯାଇଛି ଯେ ହସିନା ପ୍ରଧାନମନ୍ତ୍ରୀ ମୋଦି ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ଉପହାର ଭାବେ ଆମ୍ବ ପେଟି ପଠାଇଛନ୍ତି । ବାଂଲାଦେଶରେ ବେଶ ଲୋକପ୍ରିୟ ହରିଭଙ୍ଗା ଆମ୍ବ ଯାହାକି ରଙ୍ଗପୁର ଜିଲ୍ଲାରେ ଖୁବ ଫଳିଥାଏ ସେଥିରୁ ବାଛି ବାଛି ଶେଖ ହସିନା ଆମ୍ବ ପ୍ୟାକ କରିଥିଲେ ଏବଂ ଏହାକୁ ବେଣାପୋଲ ଚେକପୋଷ୍ଟ ଦେଇ ପଠାଇଛନ୍ତି। ଏହା ବନ୍ଧୁତ୍ବର ପ୍ରତୀକ ବୋଲି ଏଥିରେ ସେ ଦର୍ଶାଇଛନ୍ତି ।

ବେଣାପୋଲ ଚେକପୋଷ୍ଟ ପାଖରେ 260 ପେଟି ଆମ୍ବ ବୋଝେଇ ଟ୍ରକ ସୀମା ପାର କରିଥିଲା । ଏହି ସମୟରେ ବେଣାପୋଲ ମେୟର ଆଶ୍ରଫୁଲ ଆଲମ ଲିଟନ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ରବିବାର ଅପରାହ୍ନରେ ଏହି ଆମ୍ବଗାଡ଼ି ଭାରତ ସୀମାରେ ପ୍ରବେଶ କରିଛି। କୋଲକାତାରେ ଅବସ୍ଥାପିତ ଡେପୁଟି ହାଇକମିଶନର ଅଫିସ ର ଅଧିକାରୀ ମହମ୍ମଦ ସାମିଉଲ କାଦର ଏହି ଆମ୍ବ ଉପହାର ଗ୍ରହଣ କରିବା ପରେ ଏହାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ
ଏବଂ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପଠାଇବାର ବ୍ୟବସ୍ଥା କରିବେ ।

ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଭାରତ ସହିତ ସଂପର୍କକୁ ଆହୁରି ନିବିଡ କରିବା ପାଇଁ ଆହୁରି ମଧ୍ୟ ଘୋଷଣା
କରିଛନ୍ତି ଯେ ସେ ଉତ୍ତରପୂର୍ବାଞ୍ଚଳ ରାଜ୍ୟଗୁଡ଼ିକୁ ମଧ୍ୟ ଏମିତି ଆମ୍ବ ଉପହାର ପଠାଇବେ। ବିଶେଷ କରି ଯେଉଁସବୁ ରାଜ୍ୟ
ବାଂଲାଦେଶ ସୀମାକୁ ଛୁଇଁଛି ସେସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ସେ ଉପହାର ପଠାଇବେ। ସୂଚନା ଯୋଗ୍ୟ ଗତବର୍ଷ
ଦୁର୍ଗାପୂଜା ସମୟରେ ବାଂଲାଦେଶ ଭାରତକୁ 15ଶହ କେଜି ଇଲିସି ରପ୍ତାନୀ କରିଥିଲା । ବାଂଲାଦେଶର ବ୍ୟବସାୟୀମାନେ ହସିନାଙ୍କ ନିର୍ଦ୍ଦେଶ ମୁତାବକ ଇଲିସି ପଠାଇଥିଲେ। ଏବେ ଆମ୍ବ କୁଟନୀତି ଖୁବ ଜମିଛି ।

ଆପଣ କଣ ଅନୁଭବ କରୁଛନ୍ତି ଆମ୍ବ କୂଟନୀତି କାମ କରିବ?  ମୋଦି ବାଂଲାଦେଶର ଆମ୍ବ ଉପହାର ଗ୍ରହଣ କରିବା ପରେ ଭାରତ ଓ ବାଂଲାଦେଶ ମଧ୍ୟରେ ସଂପର୍କ ଆହୁରି ନିବିଡ଼ ହେବ ?  ତା ସହିତ ମୋଦି ଏବଂ ମମତାଙ୍କ ମଧ୍ୟରେ ଚାଲିଥିବା ଛକାପଞ୍ଝା ରାଜନୀତିରେ ପରିବର୍ତ୍ତନ ଆସିବ କି ?  କମେଣ୍ଟ ବକ୍ସରେ ଆପଣ ମତାମତ ଲେଖିପାରିବେ। ଲେଖାଟି ଭଲ ଲାଗିଥିଲେ ଆପଣ ଏହାକୁ ଲାଇକ କରନ୍ତୁ କିମ୍ବା ସେୟାର କରନ୍ତୁ। 

[wpforms id=”650″ title=”false”]

Leave a Reply

Your email address will not be published. Required fields are marked *