ଉପବାସର ଉପକାରିତା ଜାଣିବା ଜରୁରୀ

ଭଲ ସୁସ୍ବାଦୁ ଓ ସୁଷମ ଖାଦ୍ୟ ଖାଇବା ଦ୍ବାରା ଶରୀର ଉପଯ଼ୁକ୍ତ ଶକ୍ତି ପାଇଥାଏ ଏବଂ ଏହା ଶରୀର ଗଠନରେ ସାହାଯ଼୍ୟ କରିଥାଏ। ତେଣୁ ସବୁ ବେଳେ ଭଲ ଖାଦ୍ୟ ପାଇଁ ସମସ୍ତେ ପରାମର୍ଶ ଦେଇଥାନ୍ତି। ତେବେ ଅନେକ ସମୟରେ ଉପବାସକୁ ମଧ୍ୟ ପ୍ରୋତ୍ସାହନ ଦିଆଯ଼ାଇଥାଏ। କାରଣ ଉପବାସର ରହିଥାଏ ସ୍ବାସ୍ଥ୍ୟ ଉପରେ ଅନେକ ସକାରାତ୍ମକ ପ୍ରଭାବ। ସେଥିପାଇଁ ପ୍ରତ୍ୟେକ ଧର୍ମରେ ଉପବାସର ଏକ ସ୍ବତନ୍ତ୍ର ଗୁରୁତ୍ବ ରହିଛି ।

ଉପବାସ ରହିବା ଅର୍ଥ ନୁହେଁ ଖାଦ୍ୟାଭାବ, ଉପବାସ ଅର୍ଥ ନୁହେଁ କୁପୋଷଣ, ଶୃଙ୍ଖଳିତ ଢଙ୍ଗରେ ନିଜ ଖାଦ୍ୟକୁ ନିୟନ୍ତ୍ରଣ କରିବା ଜୀବନକୁ ଶୃଙ୍ଖଳିତ କରିବାରେ ସାହାଯ଼୍ୟ କରିଥାଏ। ତେଣୁ ଉପବାସର କେବଳ ସ୍ବାସ୍ଥ୍ୟ ନୁହେଁ ଏହାର ମନ ଉପରେ ମଧ୍ୟ ପ୍ରଭାବ ରହିଛି ବୋଲି ସ୍ପିରିଚୁଆଲ ଡାଏଟିସିଆନମାନେ ମତ ଦିଅନ୍ତି।

ଉପବାସ ରହିଲେ ପ୍ରଥମେ ତ ଓଜନ ନିୟନ୍ତ୍ରଣକୁ ଆସିଥାଏ ।ଏଥିସହିତ ଆମର ମସ୍ତିସ୍କ ସଂଚାଳନ ମଧ୍ୟ ଉତ୍ତମ ଢଙ୍ଗରେ ହୋଇଥାଏ । ରାଧିକା ଆୟାର ତାଲାତି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଦ୍ବାରା କହିଛନ୍ତି ଯେ ମୁଁ 11 ବର୍ଷ ହେଲା ଉପବାସ କରୁଛି । ଏହାଦ୍ବାର ମୋ ଓଜନ କମିଛି ତା ସହିତ ମୁଁ ଅଧିକ ସ୍ମାର୍ଟ ହୋଇଛି । ଉପବାସ କରିବା ଦ୍ବାରା ମୋ ଶରୀର ଅଧିକ ପାଣି ଆବଶ୍ୟକ କରୁନାହିଁ। ମୋ ଚୁଟି ଝଡ଼ିବା କମିଛି, ମୋ ମୁହଁ ମଧ୍ୟ ସତେଜ ଦିଶୁଛି।

ବାସ୍ତବରେ ଲୋକେ ଅଧିକାଂଶ ସମୟରେ ଖାଇଁଥାନ୍ତି କାରଣ ସେମାନେ ବୋର ହୋଇଥାନ୍ତି ।ତାଙ୍କୁ କିଛି ଅଲଗା କରିବାର ଆବଶ୍ୟକ ଥାଏ । ତେଣୁ ସେମାନେ ଖାଇବାକୁ ପସନ୍ଦ କରିଥାନ୍ତି। ଏହା ଧିରେ ଧିରେ ଅଭ୍ୟାସରେ ପରିଣତ ହୋଇଥାଏ। ଯ଼ଦି ଉପବାସ କରାଯ଼ାଏ ଜୀବନରେ କେତେ ପରିବର୍ତ୍ତନ ଆସୁଛି ଜଣେ ନିଜେ ଅନୁଭବ କରିପାରିବ। ତେଣୁ ସପ୍ତାହରେ ଥରେ କିମ୍ବା 15 ଦିନରେ ଥରେ କିମ୍ବା ମାସକରେ ଥରେ ଉପବାସ କରି ନିଜେ ପରୀକ୍ଷା କରନ୍ତୁ  ଆପଣ କେମିତି ଅନୁଭବ କରୁଛନ୍ତି, ଜାଣିପାରିବେ।

 

Leave a Reply

Your email address will not be published. Required fields are marked *