ସିଆ ବଟର୍‌ ଓ ନଡ଼ିଆ ତେଲ ଦୂର କରେ ତ୍ୱଚାର ଶୁଷ୍କତା

ଭୁବନେଶ୍ଵର, ୦୯/୧୧ : ଶୀତ ଆସିଲେ ତ୍ୱଚା ଶୁଷ୍କ ହୋଇଚାଲେ । ଏହି ସମୟରେ ପ୍ରାୟ ସମସ୍ତ ମହିଳା ନିଜ ଚେହେରାକୁ ନେଇ ଖୁବ୍‌ ଯତ୍ନଶୀଳ ହୋଇଥାନ୍ତି । କିନ୍ତୁ ହାତଗୋଡ଼ ପ୍ରତି ସେତେ ଧ୍ୟାନ ଦେଇ ନଥାନ୍ତି, ଯାହା ଆଦୌ ଠିକ୍‌ ନୁହେଁ । ବରଂ ସାରା ଶରୀରର ଶୁଷ୍କତା ପ୍ରତି ଧ୍ୟାନ ଦେବା ଜରୁରି ।

ସାଧାରଣରେ ଧାରଣା ରହିଛି ଯେ ଚେହେରା ହିଁ ବ୍ୟକ୍ତିତ୍ୱକୁ ପ୍ରସ୍ଫୁଟିତ କରିଥାଏ । ମାତ୍ର ଏହା ଠିକ୍‌ ନୁହେଁ । କାରଣ ବ୍ୟକ୍ତିତ୍ୱ ପ୍ରସ୍ଫୁଟିତ କରିବାରେ ସାରା ଶରୀର ଓ ଅଙ୍ଗଭଙ୍ଗୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ତେଣୁ ହାତଗୋଡର ଯତ୍ନ ନେବା ଖୁବ୍‌ ଜରୁରି । ଏଥିପାଇଁ ଆପଣ ଘରୋଇ ଭାବେ ହାତଗୋଡ଼ ପାଇଁ କ୍ରୀମ୍‌ ତିଆରି କରିପାରିବେ । ଏଥିପାଇଁ ସିଆ ବଟର୍‌ ଓ ନଡ଼ିଆ ତେଲ ନିଅନ୍ତୁ । ୨ ଚାମଚ ସିଆ ବଟର୍‌କୁ ଭଲ ଭାବେ ତରଳାଇ ଦିଅନ୍ତୁ । ଏଥିରେ ୨ ଚାମଚ ନଡ଼ିଆ ତେଲ ମିଶାନ୍ତୁ । ଏବେ ଏଥିରେ ୨/୩ ବୁନ୍ଦା ଏସେନ୍ସିଆଲ୍‌ ଅଏଲ୍‌ ମିଶାଇ ଏହାକୁ କୌଣସି କାଚ ବୋତଲରେ ରଖି ଦିଅନ୍ତୁ । ଏହି କ୍ରୀମ୍‌ ଲଗାଇବା ପୂର୍ବରୁ ହାତକୁ ଭଲ ଭାବେ ସଫା କରି ନିଅନ୍ତୁ । ଏହାକୁ ନିୟମିତ ହାତଗୋଡ଼ରେ ଲଗାଇବା ଦ୍ୱାରା ଶୁଷ୍କତା ଦୂର ହେବା ସହ ମୁଲାୟମ୍‌ ମଧ୍ୟ ହୋଇଥାଏ ।

Leave a Reply

Your email address will not be published. Required fields are marked *