ପିଲା ଯଦି ଜିଦିଆ ହୋଇଥାନ୍ତି, ତାହେଲେ କଣ କରିବେ ?

ଭୁବନେଶ୍ଵର, ୦୯/୧୧ : କିଛି ପିଲା ଖୁବ୍‌ ଜିଦିଆ ହୋଇଥାନ୍ତି । ସେମାନେ ଥରେ ଜିଦି ଆରମ୍ଭ କଲେ ବାପାମା’ଙ୍କୁ ନିଜ କଥା ମନାଇବା ପରେ ହିଁ ଜିଦି ଛାଡ଼ିଥାନ୍ତି । ଏହାଦ୍ୱାରା ପିଲାର ପ୍ରକୃତି କ୍ରମଶଃ ସେମିତି ହୋଇଚାଲେ, ଯାହା ପିଲାର ଭବିଷ୍ୟତରେ ସମସ୍ୟା ସୃଷ୍ଟି କରିଥାଏ । ତେଣୁ ଯଥାସମ୍ଭବ ପିଲାକୁ ଛୋଟ ବେଳୁ ହିଁ ବିଗିଡିବାକୁ ଦିଅନ୍ତୁନି । ନଚେତ୍‌ ପିଲାର ସ୍ୱଭାବ ଧୀରେ ଧୀରେ ଘରେ ବାହାରେ ସମସ୍ତଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ । ଯଦି ଆପଣଙ୍କ ପିଲା ବି ଜିଦିଆ ହୋଇଥାଏ, ତେବେ ଏହାକୁ ଏମିତି କରିପାରିବେ ନିୟନ୍ତ୍ରଣ ।

ବୁଝିବାକୁ ପ୍ରୟାସ କରନ୍ତୁ ଯେତେବେଳେ ପିଲା କୌଣସି ଜିନିଷକୁ ନେଇ ଜିଦି କରିଥାଏ, ସେତେବେଳେ ତାକୁ ଗାଳି ଦେବା କିମ୍ବା ମାଡ଼ ଦେବା ପରିବର୍ତ୍ତେ ତା’ ସମସ୍ୟା ବୁଝିବାକୁ ଚେଷ୍ଟା କରନ୍ତୁ । ପରେ ପିଲାକୁ ବୁଝିପାରୁଥିବା ଶୈଳୀରେ ହିଁ ବୁଝାଇବାକୁ ପ୍ରୟାସ କରନ୍ତୁ ।

କାନ୍ଦିବାକୁ ଦିଅନ୍ତୁ ଯଦି ପିଲା କୌଣସି ଜିଦି ପୂରଣ କରିବା ପାଇଁ କାନ୍ଦିବା ବା ଚିତ୍କାରକୁ ମାଧ୍ୟମ କରୁଥାଏ, ତେବେ ତାକୁ କାନ୍ଦିବାକୁ ଓ ଚିତ୍କାର କରିବାକୁ ଦିଅନ୍ତୁ । ନିଜକୁ ରାଗ ଲାଗିଲେ ମଧ୍ୟ ସମ୍ଭାଳି ନିଅନ୍ତୁ । ତଥାପି ପିଲାକୁ କାନ୍ଦିବାକୁ ଦିଅନ୍ତୁ । ଫଳରେ ପିଲା ବୁଝିଯିବ ଯେ ତା’ ଜିଦିର କୌଣସି ପ୍ରଭାବ ଆପଣଙ୍କ ଉପରେ ପଡୁନାହିଁ । ତେଣୁ ସେ ଶାନ୍ତ ହୋଇଯିବ । ଏପରିକି ପରବର୍ତ୍ତୀ ସମୟରେ ଏଭଳି କାନ୍ଦିବା ବା ଚିତ୍କାର କରିବା ଭଳି ଆଚରଣ କରିବାଠାରୁ ଦୂରେଇ ରହିବ ।

ଜିଦି ନ ମାନିବାର କାରଣ ଜଣାନ୍ତୁ ପିଲା ଯଦି କୌଣସି ଜିନିଷକୁ ନେଇ ଜିଦି କରୁଛି କିନ୍ତୁ ସେ ଜିନିଷ ତା’ର ଦରକାରୀ ନୁହେଁ । ତେବେ ତାକୁ ସେ ବିଷୟରେ ଜଣାନ୍ତୁ ଯେ ସେହି ଜିନିଷ କ’ଣ ପାଇଁ ଦେବେନାହିଁ ।

ଅଣଦେଖା କରନ୍ତୁ ପିଲା ଯଦି ତା’ କଥା ମନାଇବାକୁ ଅଭିଭାବକଙ୍କୁ ବହୁତ ହଇରାଣ କରେ, ତେବେ ତାକୁ ଅଣଦେଖା କରିବାକୁ ଚେଷ୍ଟା କରନ୍ତୁ । ଏହାଦ୍ୱାରା ସେ ଧୀରେ ଧୀରେ ଆପଣଙ୍କ ପ୍ରକୃତିକୁ ବୁଝିଯିବ । ଫଳରେ ତାକୁ ନିୟନ୍ତ୍ରଣ କରିବା ସହଜ ହୋଇଯିବ ।

Leave a Reply

Your email address will not be published. Required fields are marked *