ଫିଲ୍ମ ଭୁଜ ଦି ପ୍ରାଇଡ ଅଫ ଇଣ୍ଡିଆ ଏବେ ଖୁବ ଚର୍ଚ୍ଚାରେ ରହିଛି । ଏହାର ପ୍ରଥମ ଟିଜରରୁ ଯ଼ାହା ଦେଖାଯାଉଛି ଭୁଜରେ ରହିଛି ଯ଼ୁଦ୍ଧ ବିଭୀଷିକାର ଦୃଶ୍ୟ, ରହିଛି ଇମୋସନ, ରହିଛି ଆକ୍ସନ । ଟି ସିରିଜ ନିବେଦିତ ଏବଂ ଅଜୟ ଦେବଗନଙ୍କ ପ୍ରଯ଼ୋଜିତ ଏହି ଫିଲ୍ମର ଟିଜର ଖୁବ ପ୍ରଶଂସିତ ହୋଇଛି। ଟିଜରରେ ଅଜୟ ଦେବଗନଙ୍କ ସହିତ ସଞ୍ଜୟ ଦତ୍ତ, ସୋନାକ୍ସି ସିହ୍ନାଙ୍କୁ ଦେଖିବାକୁ ମିଳିଛି।
ଫିଲ୍ମଟି 1971 ଭାରତ ପାକିସ୍ତାନ ଯ଼ୁଦ୍ଧ ଉପରେ ପର୍ଯ୍ୟବଶିତ। ଅଜୟ ଦେବଗନ ଏଥିରେ ଏୟାର ଫୋର୍ସ ସ୍କ୍ବାଡ୍ରନ ଲିଡର ବିଜୟ କାର୍ଣ୍ଣିକ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ତେବେ ଫିଲ୍ମଟିର ଚର୍ଚ୍ଚା ହେବା ଦିନଠାରୁ ଏହାକୁ ନେଇ ଉତ୍କଣ୍ଠା କିନ୍ତୁ ଅଧିକ ଦେଖିବାକୁ ମିଳିଛି । ଯେମିତି ଫିଲ୍ମ ଉରିକୁ ନେଇ ଦେଖିବାକୁ ମିଳିଥିଲା ସେମିତି କିଛି ଉତ୍କଣ୍ଠା ଭୁଜ ଦି ପ୍ରାଇଡ ଅଫ ଇଣ୍ଡିଆକୁ ନେଇ ରହିଛି। ଡିସନି ପ୍ଲସ ହଟଷ୍ଟାରରେ ଏହି ଫିଲ୍ମ ରିଲିଜ ହେବ ।