ଅଭାବୀ ଜହ୍ନ ଦିଶୁଥିବା ଝୁମ୍ପୁଡି ଘରେ ସ୍ବପ୍ନ ଦେଖିବା ପାଇଁ ରାତି ନିଅଣ୍ଟ । ଆଗକୁ ଯ଼ିବା ପାଇଁ ଅର୍ଥ ସବୁବେଳେ ବାଧକ । ତେଣୁ ଏଠି ସ୍ବପ୍ନ ଦେଖିବା ମନା । ବାପା ମା କହୁଥାନ୍ତି ଭଲ ପାଠ ପଢୁଛୁ ଶିକ୍ଷକ ହେଇଯା। କିନ୍ତୁ ପୁଅ ଆଖି ଖୋଲି ସ୍ପପ୍ନ ଦେଖିବା ଶିଖି ଯ଼ାଇଥିଲା। ସେହି ସ୍ପପ୍ନରେ ସେ ନିଜକୁ ଖୋଜି ଖୋଜି ଆଗକୁ ବଢ଼ିବାକୁ ଚାହୁଁଥିଲା । ପ୍ରଥମ ପାହାଚ ଚଢ଼ିବା ପାଇଁ ସେ ଶିକ୍ଷକ ବି ହୋଇଥିଲା, ବାପାମାଙ୍କ କଥା ରଖିଥିଲା। କିନ୍ତୁ ସ୍ବପ୍ନ ତାକୁ ଅଟକାଇ ଦେଉନଥିଲା ଯ଼ଦିଓ ଡାକ୍ତର ସ୍ପପ୍ନ ବାଟ ଭାଙ୍ଗିଯାଇଥିଲା କିନ୍ତୁ ସ୍ବପ୍ନରେ କିନ୍ତୁ ଆଉ କିଛି ପ୍ରବେଶ କରିସାରିଥିଲା । ଆଇଏଏସ ପରୀକ୍ଷାରେ ବସିଥିଲା ସେ, ଆଉ ସେଥିରେ ସେ କୃତ କାର୍ଯ଼୍ୟ ହୋଇଥିଲା।
ଆପଣ ଏବେ ଏହି କାହାଣୀର ନାୟକଙ୍କ ନାଁ ବିଷୟରେ ଜାଣିବାକୁ ନିଶ୍ଚୟ ଚାହୁଁଥିବେ । ସେ ହେଉଛନ୍ତି ଆଇଏଏସ ବିଜୟ ଅମୃତା କୁଲାଙ୍ଗେ । ବର୍ତ୍ତମାନ ଗଞ୍ଜାମ ଜିଲ୍ଲାପାଳ । କହିବା ବାହୁଲ୍ୟ କୋଭିଡ ସମୟରେ ନୂଆ ନୂଆ ପଦକ୍ଷେପ ନେଇ ଦେଶ ସାରା ଏକ ନୂଆ ପରିଚୟ ସୃଷ୍ଟି କରିପାରିଛନ୍ତି ବିଜୟ ଅମୃତା କୁଲାଙ୍ଗେ । ଦାରିଦ୍ର୍ୟକୁ ଅତି ନିକଟରୁ ଦେଖିଥିବା ବିଜୟ ଗରିବ ଲୋକର ଜୀବନରେ ଅମୃତ ଧାରା ଆଣିବା ଲାଗି ସବୁବେଳେ ଚେଷ୍ଟାରତ ଥାନ୍ତି। କରୋନା ସମୟରେ ଟିକା କେମିତି ଅତି ସାଧାରଣ ଲୋକ ପାଖରେ ସହଜରେ ପହଞ୍ଚିପାରିବ। କରୋନାକୁ କେମିତି ଗ୍ରାମାଞ୍ଚଳରେ ରୋକା ଯାଇପାରିବ । ଲୋକଙ୍କ ମନରେ କରୋନା ନେଇ ସୃଷ୍ଟି ହୋଇଥିବା ଭୟ କେମିତି ଦୂର ହେବ ଏନେଇ ବିଜୟ ଅମୃତରାଜ କୁଲାଙ୍ଗେଙ୍କ ପଦକ୍ଷେପ ରାଜ୍ୟ ସାରା ପ୍ରଶଂସିତ ହୋଇଛି । ସ୍କୁଲରେ ପିଲାମାନଙ୍କୁ କେମିତି ବିଶୁଦ୍ଧ ପାନୀୟ ଜଳ ମିଳିପାରିବ ଏବଂ ଗଞ୍ଜାମର ଗ୍ରାମାଞ୍ଚଳର ଲୋକେ କିଭଳି ସରକାରଙ୍କ ଯ଼ୋଜନା ସହିତ ଯ଼ୋଡ଼ି ହୋଇ ଲାଭ ପାଇପାରିବେ ସେଥିରେ ସେ ନେଇଥିବା ପଦକ୍ଷେପ ଗୃଡ଼ିକୁ କେବଳ ପ୍ରାଶାସନିକ ସ୍ତରରେ ନୁହେଁ ଜନସାଧାରଣଙ୍କ ଦ୍ବାରା ମଧ୍ୟ ପ୍ରଶଂସିତ ହୋଇଛି।
ବିଜୟ ଅମୃତା କୁଲାଙ୍ଗେ ଲେଖିଥିବା ପୁସ୍ତକ ବି ଚର୍ଚ୍ଚିତ ହୋଇଛି । “ଆଜିର ଦିନଟି ମୋର” ଏହି ବହିରେ ସେ ନିଜ ଜୀବନ ଯ଼ାତ୍ରା ଲେଖିଛନ୍ତି, ନିଜ ଅତୀତ ବର୍ତ୍ତମାନ ବିଷୟରେ ଉଲ୍ଲେଖ କରିଛନ୍ତି । ଏହାକୁ ପଢ଼ିଲେ ଜଣେ ନିଶ୍ଚୟ ଭାବେ ପ୍ରେରଣା ପାଇବ । ଆପଣ ଯ଼ଦି ନିଲ ବଟେ ସୋନାଟା ଫିଲ୍ମ ଦେଖିଥିବେ ତେବେ ଏକ ସାଧାରଣ ଝିଅ ନିଜର ଆଇଏଏସ ସ୍ପପ୍ନ କିପରି ସାକାର କରିଥିଲା ଦେଖିଥିବେ । ସେହିପରି ଓଡ଼ିଆ ଫିଲ୍ମ ହାକିମ ବାବୁରେ କାହ୍ନୁ ମାଝି ଝୁମ୍ପୁଡି ଘରୁ କିପରେ ଆଇଏଏସ ହୋଇଛି ତାହା ମଧ୍ୟ ଆମେ ଦେଖିଛେ। ବିଜୟ ଅମୃତା କୁଲାଙ୍ଗେଙ୍କ ଜୀବନ ବି କୌଣସି ଫିଲ୍ମଠାରୁ କମନୁହେଁ ।
ଆପଣଙ୍କୁ ଏହି କାହାଣୀଟି କେମିତି ଲାଗିଲା, ସେୟାର କରନ୍ତୁ କିମ୍ବା ଲାଇକ କମେଣ୍ଟ ବି ଦେଇ ଲେଖିବାକୁ ପ୍ରେରଣା ଦିଅନ୍ତୁ