ଆଜି ବିଶ୍ୱ ଶିଶୁ ଦିବସ, ଚଳିତ ବର୍ଷର ଥିମ୍ ‘ଫର୍‌ ଏଭ୍ରି ଚାଇଲ୍ଡ, ଏଭ୍ରି ରାଇଟ୍‌’

ଭୁବନେଶ୍ଵର, ୨୦/୧୧ : ସାରା ବିଶ୍ୱର ସମସ୍ତ ଦେଶରେ ଶିଶୁମାନଙ୍କର କଲ୍ୟାଣକୁ ପ୍ରାଥମିକତା ଦେବା ତଥା ସେମାନଙ୍କ ଲାଗି ଏକ ଉନ୍ନତ ବିଶ୍ୱ ଗଠନ ପାଇଁ ଲୋକଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ନଭେମ୍ବର ୨୦ ତାରିଖରେ ବିଶ୍ୱ ଶିଶୁ ଦିବସ ପାଳିତ ହୋଇଥାଏ । ୧୯୫୪ ମସିହାରେ ଏହାକୁ ପ୍ରଥମ ଥର ଲାଗି ପାଳନ କରାଯାଇଥିଲା । ସେବେଠାରୁ ପ୍ରତିବର୍ଷ ଏହା ପାଳିତ ହୋଇ ଆସୁଛି । ଏହି ଦିନ ଜାତିସଂଘ ସମେତ ବିଶ୍ୱର ବିଭିନ୍ନ ସଂସ୍ଥା, ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ଶିଶୁମାନଙ୍କ ଅଧିକାରକୁ ପ୍ରୋତ୍ସାହିତ କରିବା ସଂପର୍କିତ କର୍ମଶାଳାମାନ ଆୟୋଜିତ ହୋଇଥାଏ । ଚଳିତବର୍ଷ ଏହି ଦିବସର ଥିମ୍‌ ରହିଛି, ‘ଫର୍‌ ଏଭ୍ରି ଚାଇଲ୍ଡ, ଏଭ୍ରି ରାଇଟ୍‌’ ।

 

ବିଶ୍ୱ ଶିଶୁ ଦିବସ ଅବସରରେ, ଉଜ୍ଜ୍ୱଳ ଭବିଷ୍ୟତ, ଉତ୍ତମ ଶିକ୍ଷା ଏବଂ ପ୍ରତ୍ୟେକ ଶିଶୁର ସ୍ୱାସ୍ଥ୍ୟ ପାଇଁ ସଚେତନତା ବାର୍ତ୍ତା ପ୍ରଚାର କରାଯିବା ଉଚିତ୍ ଏବଂ ଶିଶୁ ବିକାଶ ପାଇଁ ସମସ୍ତଙ୍କୁ ଉତ୍ସାହିତ କରିବା ଉଚିତ୍।

Leave a Reply

Your email address will not be published. Required fields are marked *