Home Odisha ‘ସେବା ସମାଜ’ର ପ୍ରତିଷ୍ଠାତା ପଦ୍ମଶ୍ରୀ ଶାନ୍ତି ଦେବୀ, ମାଓବାଦୀ ଅଞ୍ଚଳରେ ଶାନ୍ତି ପାଇଁ ଥିଲା ମହତ୍ତ୍ୱପୂର୍ଣ୍ଣ ଅବଦାନ

‘ସେବା ସମାଜ’ର ପ୍ରତିଷ୍ଠାତା ପଦ୍ମଶ୍ରୀ ଶାନ୍ତି ଦେବୀ, ମାଓବାଦୀ ଅଞ୍ଚଳରେ ଶାନ୍ତି ପାଇଁ ଥିଲା ମହତ୍ତ୍ୱପୂର୍ଣ୍ଣ ଅବଦାନ

0
‘ସେବା ସମାଜ’ର ପ୍ରତିଷ୍ଠାତା ପଦ୍ମଶ୍ରୀ ଶାନ୍ତି ଦେବୀ, ମାଓବାଦୀ ଅଞ୍ଚଳରେ ଶାନ୍ତି ପାଇଁ ଥିଲା ମହତ୍ତ୍ୱପୂର୍ଣ୍ଣ ଅବଦାନ

ଭୁବନେଶ୍ଵର, ୧୮/୧୧ : ଶାନ୍ତି ଦେବୀ ବାଲେଶ୍ୱର ଜିଲ୍ଲାର ଗୋପାଳ ଗାଁରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ରାଜେନ୍ଦ୍ର ମୋହନ ଦାସ, ମାତା ନେତ୍ରମଣି ଦେବୀ । ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତକାଳରେ ଖୁଡ଼ି ଗୋଦାବରୀ ଦେବୀ ତାଙ୍କୁ ଓଡ଼ିଆ ପଢ଼ାଉଥିଲେ । ପିଲାଟି ଦିନରୁ ଶାନ୍ତି ଦେବୀ ଗାନ୍ଧିଜୀ ଏବଂ ବିନୋବା ଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ଶାନ୍ତି ଦେବୀ ଇଣ୍ଟରମିଡିଏଟ୍‌ ପାସ୍‌ କଲାପରେ କଲେଜ ଛାଡ଼ି ସମାଜସେବା ନିମିତ୍ତ ନିଷ୍ପତ୍ତି ନେଇଥିଲେ । ସ୍ୱାମୀ ରତନ ଦାସଙ୍କ ସହ କୋରାପୁଟ ଜିଲ୍ଲାକୁ ଚାଲି ଆସିଥିଲେ । ୧୯୫୩ ମସିହାରେ ତତ୍କାଳୀନ କୋରାପୁଟ ଜିଲ୍ଲାର ସଙ୍ଖଳାପଦର ଗ୍ରାମରେ ଏକ ଆଶ୍ରମ ସ୍ଥାପନ କରି ଗ୍ରାମର ଦୁଃସ୍ଥ ତଥା ଅଶିକ୍ଷିତ ଆଦିବାସୀଙ୍କ ସେବାକରି ନିଜର ସମାଜସେବା କାର୍ଯ୍ୟ ଆରମ୍ଭ କରିଥିଲେ ।

ମାତ୍ର ସାତଜଣ ଆଦିବାସୀ ଝିଅଙ୍କୁ ନେଇ ‘ସେବା ସମାଜ’ ନାମକ ସେମାଜସେବୀ ଅନୁଷ୍ଠାନ ପ୍ରତିଷ୍ଠା କରିଥିଲେ । ୧୯୭୫ ମସିହାରେ ୨୫ଜଣ ଆଦିବାସୀ ପିଲାଙ୍କୁ ନେଇ ପୁଣି ଆଉ ଏକ ଆଶ୍ରମ ଗୁଣପୁରଠାରେ ପ୍ରତିଷ୍ଠା କରିଥିଲେ । ୧୯୮୦ ମସିହାର ପ୍ରଳୟଙ୍କରୀ ବନ୍ୟାପରେ ବାତ୍ୟା ପ୍ରପୀଡ଼ିତ ଆଦିବାସୀ ପିଲାଙ୍କ ସେବା ନିମିତ୍ତ ଜବରଗୁଡ଼ାଠାରେ ଅନ୍ୟ ଏକ ଆଶ୍ରମ ପ୍ରତିଷ୍ଠା କରିଥିଲେ । ୧୯୯୩ ମସିହା ଫେବ୍ରୁଆରୀରେ ଗୁଣପୁରର ଲିମାମେଡ଼ାଠାରେ ଆଦିବାସୀ ଝିଅଙ୍କ ନିମନ୍ତେ ଏକ ଅନାଥାଶ୍ରମ ପ୍ରତିଷ୍ଠା କରିଥିଲେ । ଅନାଥାଶ୍ରମରେ ଶିଶୁକନ୍ୟାଙ୍କ ସାମଗ୍ରିକ ବିକାଶ, ଛତିଶଗଡ଼ ଏବଂ ଓଡ଼ିଶାର ମାଓବାଦୀ ଅଞ୍ଚଳରେ ଶାନ୍ତି ପାଇଁ ତାଙ୍କର ମହତ୍ତ୍ୱପୂର୍ଣ୍ଣ ଅବଦାନ ରହିଥିଲା । ସମାଜ ସେବା କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ କେନ୍ଦ୍ର ସରକାର ତାଙ୍କୁ ୨୦୨୧ ମସିହାରେ ‘ପଦ୍ମଶ୍ରୀ’ରେ ସମ୍ମାନିତ କରିଥିଲେ ।

LEAVE A REPLY

Please enter your comment!
Please enter your name here