୨୧ ରୁ ଡିସେମ୍ବର ୭ ପର୍ଯ୍ୟନ୍ତ ଯୁକ୍ତ ଦୁଇ ଫର୍ମ ପୂରଣ

ଭୁବନେଶ୍ୱର, ୧୮/୧୧ : ଆସନ୍ତା ୨୧ ତାରିଖରୁ ଯୁକ୍ତ ଦୁଇ ପରୀକ୍ଷା ୨୦୨୪ ପାଇଁ ଆରମ୍ଭ ହେବ ଫର୍ମ ପୂରଣ। ୨୯ ତାରିଖ ମଧ୍ୟରେ ବିନା ଜରିମାନାରେ ଫର୍ମ ପୂରଣ କରିବାର ସୁଯୋଗ ମିଳିବ। ଏହି ସମୟସୀମା ମଧ୍ୟରେ ଫର୍ମପୂରଣ ନକରିପାରିଲେ ଜରିମାନା ଦେଇ ଫର୍ମ ପୂରଣ କରିବାକୁ ପଡ଼ିବ। ତେବେ ଡିସେମ୍ବର ୭ ଫର୍ମ ପୂରଣର ଶେଷ ତାରିଖ । ଏନେଇ ଆଜି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ବିଜ୍ଞପ୍ତି ପ୍ରକାଶ ପାଇଛି।

ଯୁକ୍ତ ୨ ତଥା ଦ୍ୱାଦଶ ଶ୍ରେଣୀ ପରୀକ୍ଷା ପାଇଁ ୨୨ରୁ ୨୦ ତାରିଖ ମଧ୍ୟରେ ଏସ୍‌ବିଆଇ କଲେକ୍ଟ ମାଧ୍ୟମରେ ଫର୍ମ ପୂରଣ ଫି ଦାଖଲ କରିବେ । ଯଦି କୌଣସି ରେଗୁଲାର୍‌ ପିଲା ଏହି ସମୟ ମଧ୍ୟରେ ଫର୍ମ ପୂରଣ କରି ନପାରନ୍ତି ତେବେ ୧୦୦ଟଙ୍କା ଜରିମାନା ଦେଇ ଡିସେମ୍ବର ୧ରୁ ୪ ତାରିଖ ମଧ୍ୟରେ ଫର୍ମ କରିବେ । ଏହି ସମୟ ମଧ୍ୟରେ ଯଦି କୌଣସି ଛାତ୍ରଛାତ୍ରୀ ଫର୍ମ ପୂରଣ କରିନପାରନ୍ତି ତେବେ ତାଙ୍କୁ ୪୫୦ ଟଙ୍କା ଜରିମାନା ସହିତ ଡିସେମ୍ବର ୬ ତାରିଖରୁ ୭ ତାରିଖ ମଧ୍ୟରେ ଫର୍ମ ପୂରଣର ସୁଯୋଗ ଦିଆଯିବ। ସେହିପରି ପରୀକ୍ଷା କେନ୍ଦ୍ର ବଦଳାଇବାର ଶେଷ ତାରିଖ ରେଗୁଲାର ଛାତ୍ରଛାତ୍ରୀଙ୍କ ପାଇଁ ଡିସେମ୍ବର ୭ ତାରିଖ ରହିଛି। ପରୀକ୍ଷା ଫି ୫୨୦ ଟଙ୍କା ରଖାଯାଇଥିବା ବେଳେ ପ୍ରତି ପ୍ରାକ୍ଟିକାଲ୍‌ କିମ୍ବା ପ୍ରୋଜେକ୍ଟ ପେପର ପାଇଁ ୪୦ ଟଙ୍କା ରଖାଯାଇଛି । ବିଶେଷ ଆବଶ୍ୟକତା ଥିବା ଛାତ୍ରଛାତ୍ରୀଙ୍କ ପାଇଁ ପରୀକ୍ଷା ଫି ୧୬୫ ଟଙ୍କା ରଖାଯାଇଥିବା ବେଳେ ପ୍ରତି ପ୍ରାକ୍ଟିକାଲ୍‌ କିମ୍ବା ପ୍ରୋଜେକ୍ଟ ପେପର ପାଇଁ ୪୦ଟଙ୍କା ରଖାଯାଇଛି । ସେହିପରି ସ୍ମାରକ ପତ୍ର ପାଇଁ ୧୦୦ ଟଙ୍କା ଦାଖଲ କରିବେ । ଫର୍ମ ପୂରଣ ସମୟରେ ଛାତ୍ରଛାତ୍ରୀ ନିଜର କଲେଜ ପରିଚୟପତ୍ର, ଫଟୋକପି, ଦଶମ ଶ୍ରେଣୀ ସାର୍ଟିଫିକେଟ୍‌ ଦାଖଲ କରିବେ । ଏ ସଂପର୍କିତ ସମସ୍ତ ସୂଚନା ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦ ୱେବ୍‌ସାଇଟ୍‌ରେ ଉପଲବ୍ଧ ରହିଛି ।

ଏହିଠାରେ ଦେଖନ୍ତୁ ଓଡ଼ିଆ ସର୍ଟ ଫିଲ୍ମ ଲାଫିଙ୍ଗ ବୁଦ୍ଧ

 

13 thoughts on “୨୧ ରୁ ଡିସେମ୍ବର ୭ ପର୍ଯ୍ୟନ୍ତ ଯୁକ୍ତ ଦୁଇ ଫର୍ମ ପୂରଣ

Leave a Reply

Your email address will not be published. Required fields are marked *