କେରଳରେ ପତାକା ଉତ୍ତୋଳନ କଲା ଚଢ଼େଇ !

ଏକ ଭାଇରାଲ ଭିଡିଓ ଏବେ ସାରା ଦେଶରେ ହଇଚଇ ସୃଷ୍ଟି କରିଛି। ଭିଜୁଆଲଟି ଏମିତି ଯେ ଆପଣ ବି ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଭିଡିଓଟିକୁ ଶତାଧିକ ଲୋକ ସେୟାର କରିଥିବା ବେଳେ ଲକ୍ଷ ଲକ୍ଷ ଲୋକ ଦେଖିସାରିଲେଣି।  ତଳେ ଭିଡିଓ ଟି ସେୟାର କରିଥିବା ଜଣେ ନେଟିଜେନଙ୍କ ପୋଷ୍ଟ ଲିଙ୍କ ଦିଆଯାଇଛି। ତେବେ ତାହା ପୂର୍ବରୁ ଜାଣନ୍ତୁ କଣ ରହିଛି ଏହି ଭିଡିଓରେ। କେରଳର ଏକ ଅଜଣା ସ୍ଥାନରେ ପତାକା ଉତ୍ତୋଳନ କରାଯାଉଛି। ସ୍କୁଲ ପିଲାମାନେ ମଧ୍ୟ ଠିଆ ହୋଇଛନ୍ତି। ବିଜୟୀ ବିଶ୍ବ ତ୍ରିରଙ୍ଗା ପ୍ୟାରା ଗୀତ ଗାଉଛନ୍ତି। ଏହି ସମୟରେ ପତାକା ଉତ୍ତୋଳନ କରାଯାଉଥିବା ବେଳେ ଖୁଣ୍ଟିର ଉପରି ଭାଗରେ ପତାକା ଲାଖି ରହିଯାଇଥିଲା ଏବଂ ଖୋଲିନଥିଲା। ଭିଡିଓରୁ ଦିଶୁଛି ଯେ ହଠାତ ଏକ ଚଢ଼େଇ କେଉଁ ଆଡୁ ଉଡ଼ି ଆସିଥିଲା ପତାକାକୁ ଖେଲି ଦେଇଥିଲା। ପତାକାରୁ ପୁଷ୍ପବୃଷ୍ଟି ହୋଇଥିଲା ଏବଂ ତା ସହିତ ଚଢ଼େଇଟି ଉଡ଼ି ଚାଲିଯାଇଥିଲା ଭିଡିଓଟିକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇଛନ୍ତି । ଦେଖନ୍ତୁ ଶିଳ୍ପା ସେୟାର କରିଥିବା ଭିଡିଓ।

ତେବେ ଭିଡିଓଟି ଭାଇରାଲ ହେବା ସହିତ ଅନେକ ନେଟିଜେନେ ନାନା କମେଣ୍ଟ ସେୟାାର କରିଛନ୍ତି ହଜାର ହଜାର ଲୋକ ଲାାଇକ ସେୟାର ମଧ୍ୟ କରିଛନ୍ତି।  ତେବେ କଥାଟି ସେହିଠାରେ ସରିନାହି।  ଆଉ ଜଣେ ନେଟିଜେନ ଭିଡିଓଟିକୁ ଆଉ ଏକ ଆଙ୍ଗଲରୁ ନିଆଯାଇଥିବାର ସେୟାର କରିଛନ୍ତି।  ଏହାକୁ ଦେଖିଲେ ଆପଣ ଜାଣିପାରିବେ ସତ କଣ।  ବାସ୍ତବରେ ଚଢେଇଟି ପତାକା ଉତ୍ତୋଳନ କରିଛି କି ନାହିଁ ଜାଣିପାରିବେ।  ଦେଖନ୍ତୁ ଏହି ଭିଡିଓ ଯାହାକୁ ସେୟାର କରିଛନ୍ତି ଦିନେଶ ଆକୁଲା।

 

ଦ୍ବିତୀୟ ଭିଡିଓଟି ଦେଖିବା ପରେ ଆପଣ ଜାଣିପାରୁଥିବେ ଚଢ଼େଇ ସେହି ସମୟରେ ନଡ଼ିଆ ଗଛରେ ଆସି ବସିଛି ଏବଂ ପତାକା ଉଡ଼ିବା ସହିତ ସେ ମଧ୍ୟ ଉଡ଼ିଯାଇଛି। କେବଳ ପ୍ରଥମ ଭିଡିଓ ଯେଉଁ ଆଙ୍ଗଲରୁ ନିଆଯାଇଛି ତାହା ଏକ ଅପ୍ଟିକାଲ ଇଲ୍ୟୁଜନ କ୍ରିଏଟ କରୁଛି।

One thought on “କେରଳରେ ପତାକା ଉତ୍ତୋଳନ କଲା ଚଢ଼େଇ !

  1. ଚଢ଼େଇ ଉଡିଲା ପତାକା ଉଡିବା ବିଲକୁଲ ଏକା ସମୟରେ ହୋଇଛି…

Leave a Reply

Your email address will not be published. Required fields are marked *