କ୍ୟାଟ୍ରିନାଙ୍କ ଗୀତରେ ନାଚିଲେ ଜାପାନୀ ଝିଅ, ଡ୍ୟାନ୍ସ ଷ୍ଟେପ୍ ଦେଖି ୟୁଜର କହିଲେ- ଏମାନେ ପୁଅ ନା ଝିଅ ?

ନୂଆଦିଲ୍ଲୀ, ୦୬/୧୦ : ସାରା ଦୁନିଆରେ ହିଟ୍ ହୋଇଛି ଅଭିନେତ୍ରୀ କ୍ୟାଟ୍ରିନା କୈଫଙ୍କ ଗୀତ କାଲା ଚଷମା। ଏହି ଗୀତକୁ ନେଇ ସୋସିଆଲ ମିଡିଆ ୟୁଜରମାନେ ବହୁ ରିଲ୍ ତିଆରି କରିଛନ୍ତି। ଏହି ଗୀତରେ ଟିମ୍ ଇଣ୍ଡିଆ ବିଜୟ ଉତ୍ସବ ପାଳନ କରିବା ପରେ ଇଣ୍ଟରନେଟ୍‌ରେ ପୁଣି ଥରେ ଏହି ଗୀତ ଭାଇରାଲ୍ ହେବାକୁ ଲାଗିଛି। ଏହି କ୍ରମରେ କାଲା ଚଷମା ଗୀତରେ କିଛି ଜାପାନୀ ଝିଅମାନେ ଏକ ରିଲ୍ କରିଛନ୍ତି। ଏହି ରିଲ୍ ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଛି।

କ୍ଵିକ୍ ଷ୍ଟାଇଲ୍ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓଟି ସେୟାର ହୋଇଛି। ଜାପାନୀ ଝିଅଙ୍କ ଏକ ଗ୍ରୁପ୍ କାଲା ଚଷମା ଗୀତରେ ନାଚ କରୁଛନ୍ତି। ତାଙ୍କର ଡ୍ୟାନ୍ସ ଷ୍ଟେପ୍ ଦେଖିଲେ ଯେକେହିବି ପ୍ରଶଂସା ନକରି ରହିପାରିବେ ନାହିଁ। ଏହି ଝିଅମାନେ ଗୋଟିଏ ପ୍ରକାରର ହେୟାର ଷ୍ଟାଇଲ୍ ସାଙ୍ଗକୁ ୟୁନିଫର୍ମ ପିନ୍ଧିଛନ୍ତି। ଗୀତର ବିଟ୍‌କୁ ତାଙ୍କର ଡ୍ୟାନ୍ସ ଷ୍ଟେପ୍ ପୁରା ମେଳ ଖାଉଛି।

ଏହି ଭିଡିଓକୁ ଏଯାବତ୍ ୨ ଲକ୍ଷ ୭୯ ହଜାରରୁ ଅଧିକ ଲାଇକ୍ ମିଳିଥିବା ବେଳେ ୨୨ ଲକ୍ଷରୁ ଅଧିକ ଭ୍ୟୁଜ ମିଳିଛି। ତେବେ ଆନ୍ତର୍ଜାତୀୟ ସ୍ତରରେ ହିଟ୍ ହୋଇଥିବା ଏହା ପ୍ରଥମ ଗୀତ ନୁହେଁ। ଏହା ପୂର୍ବରୁ ମଧ୍ୟ ବହୁ ଗୀତ ହିଟ୍ ହୋଇସାରିଛି।

View this post on Instagram

A post shared by Quick Style (@thequickstyle)

Leave a Reply

Your email address will not be published. Required fields are marked *