କେରଳର ପ୍ରଥମ ଆଦିବାସୀ ମହିଳା ହେଲେ ଏୟାର ହଷ୍ଟେସ୍, ଜାଣନ୍ତୁ ଗୋପିକାଙ୍କର କିଭଳି ଥିଲା ଏହି ଯାତ୍ରା…

ନୂଆଦିଲ୍ଲୀ, ୦୭/୧୦ : ସ୍ଵପ୍ନ ଦେଖିବା ସହଜ… ହେଲେ ଏହାକୁ ପୂରଣ କରିବା ଖୁବ୍ କଷ୍ଟ। ଆଉ କଠିନ ପରିଶ୍ରମ ପରେ ଯେତେବେଳେ ସେହି ସ୍ଵପ୍ନ ସାକାର ହେବ ତାର ଖୁସିର କିଛି ନିଆରା। ଏଭଳି ଜଣେ ମହିଳା ହେଉଛନ୍ତି କେରଳର ଅଲାକୋଡେ ଏସଟି କଲୋନୀ ୱାକୁନ କୁଡିର ଗୋପିକା ଗୋବିନ୍ଦ। ସେ ହେଉଛନ୍ତି କେରଳର ପ୍ରଥମ ଆଦିବାସୀ ମହିଳା ଏୟାର ହଷ୍ଟେସ୍।

ଏୟାର ହଷ୍ଟେସ୍ ହେବା ପାଇଁ ପିଲାଦିନରୁ ସ୍ଵପ୍ନ ଦେଖିଥିଲେ ଗୋପିକା। ଏଥିପାଇଁ ଗୋପିକାଙ୍କ ଯାତ୍ରା ଥିଲା ଖୁବ୍ କଠିନ। ସେ ଏକ ଗରିବ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ହେଉଛି ପି ଗୋବିନ୍ଦନ। ଅନ୍ୟ ଜନଜାତିର ପିଲାଙ୍କ ଭଳି ଗୋପିକାଙ୍କ ପିଲାଦିନ କଟିଥିଲା। ହେଲେ ଏଥିରେ ସେ ହାର୍ ମାନି ନଥିଲେ। ବରଂ ନିଜ ସ୍ଵପ୍ନ ଆଡ଼କୁ ଉଡ଼ାଣ ଭରିଥିଲେ।

ପିଲାଦିନେ ଘରର ଛାତ ଉପରେ ଉଡାଜାହଜ ଯାଉଥିବାର ଦେଖି ଗୋପିକା ଖୁବ୍ ଖୁସି ହୋଇଯାଉଥିଲେ। ଏହା ଭିତରେ ବସିବାକୁ ତାଙ୍କ ମନରେ ଉତ୍ସୁକତା ବଢିଥିଲା। ସେ ଆକାଶରେ ଉମିବାକୁ ସ୍ଵପ୍ନ ଦେଖିବାକୁ ଆରମ୍ଭ କରିଥିଲେ। ଏହାପରେ ନିଜ ସ୍ଵପ୍ନକୁ ସାକାର କରିବା ପାଇଁ ସେ ପରିଶ୍ରମ କରିବା ଆରମ୍ଭ କରିଦେଲେ। ଏୟାର ହଷ୍ଟେସ୍ କୋର୍ସ କରିବା ପାଇଁ ତାଙ୍କ ନିକଟରେ ଅର୍ଥ ନଥିଲା। ତାଙ୍କର ସ୍ଵପ୍ନ ଭାଙ୍ଗିବାକୁ ବସିଥିଲା। ହେଲେ ଏହି ସମୟରେ ସେ ଜାଣିବାକୁ ପାଇଥିଲେ ଯେ, ଏସଟି ଝିଅମାନଙ୍କ ଶିକ୍ଷା ପାଇଁ ସରକାର ଅନୁଦାନ ଯୋଗାଉଛନ୍ତି। ବାସ୍ ଏହାପରେ ଗୋପିକାଙ୍କ ମନୋବଳ ଆହୁରି ବଢିଯାଇଥିଲା। ଆଇଏଟିଏ କଷ୍ଟମର ସର୍ଭିସ୍ କେୟାରରେ ସେ ଡିପ୍ଲମା କରିତିଲେ। ଏହାପରେ ୱାୟନାଡର ଡ୍ରିମ୍ ସ୍କାଇ ଏଭିଏସନ୍ ଟ୍ରେନିଂ ଏକାଡେମୀରେ ଶିକ୍ଷା ଗ୍ରହଣ କରିଥିଲେ। ସରକାର ଗୋପିକାଙ୍କୁ ଏକ ଲକ୍ଷ ଟଙ୍କାର ସହାୟତା ରାଶି ମଧ୍ୟ ପ୍ରଦାନ କରିଥିଲେ। ନିଜର ଚେଷ୍ଟା ଫଳରେ ଗୋପିକା ଆଜି କେରଳର ପ୍ରଥମ ଆଦିବାସୀ ମହିଲା ଏୟାର ହଷ୍ଟେସ୍ ହୋଇପାରିଛନ୍ତି।

Leave a Reply

Your email address will not be published. Required fields are marked *