OPSCର ଟପ୍ -୩ ରାଙ୍କରେ ଅନନ୍ୟା ସୃଷ୍ଟି ଶତପଥୀ, ପ୍ରଶାସନିକ ସେବା ପାଇଁ ମାଆଙ୍କ ଠାରୁ ପାଇଥିଲେ ପ୍ରେରଣା

ଭବାନୀପାଟଣା, ୦୭/୧୦ : ପ୍ରକାଶ ପାଇଲା ୨୦୨୦ ବର୍ଷର ସିଭିଲ୍ ସର୍ଭିସ ପରୀକ୍ଷା ଫଳ । ଓପିଏସସି ପରୀକ୍ଷାରେ ଟପ୍ ୩ ରାଙ୍କରେ ଅଛନ୍ତି କଳାହାଣ୍ଡି ଜିଲ୍ଲାର ଅନନ୍ୟା ସୃଷ୍ଟି ଶତପଥୀ । ପାଠ ପଢ଼ିବା ସମୟରେ ଓଡ଼ିଶା ପ୍ରଶାସନିକ ସେବାରେ କାମ କରିବାକୁ ଚାହୁଁଥିଲେ ଅନନ୍ୟା । ପ୍ରଶାସିନକ ସେବାରେ ଚାକିରୀ ପାଇବା ଲାଗି ସେ ଛୋଟ ବେଳୁ କଠିନ ପରିଶ୍ରମ ବି କରୁଥିଲେ ।କଳାହାଣ୍ଡି ଜିଲ୍ଲା ଧର୍ମଗଡରେ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଭାବେ କାର୍ଯ୍ୟ କରନ୍ତି ଅନନ୍ୟାଙ୍କ ମାଆ ବନ୍ଦନା କର । ସେ ହଁ ଅନନ୍ୟାଙ୍କ ପାଇଁ ପ୍ରେରଣାର ଉର୍ତ୍ସ ।

ଅନନ୍ୟା କହିଛନ୍ତି ଯେ, ସେ ଟପ୍ ୩ରେ ରହିବେ ବୋଲି ଭାବି ନଥିଲେ । କିନ୍ତୁ ପରୀକ୍ଷା ଭଲ ହୋଇଥିବାରୁ ଭଲ ରାଙ୍କ ଆସିବ ବୋଲି ନିଶ୍ଚିତ ଥିଲେ। ସେ ସୋସିଓଲୋଜି ଏବଂ ଗୃହ ବିଜ୍ଞାନ ଅପ୍ସନାଲ ରଖିଥିଲେ । ଏଥିପାଇଁ ତାଙ୍କ ପରିବାର ଏବଂ ମାମୁଁ ଘରୁ ସମସ୍ତେ ଉତ୍ସାହିତ କରିଥିଲେ । ଭଲ ରାଙ୍କ ଆସିବ ବୋଲି କହୁଥିଲେ । ତେବେ ସ୍କୁଲ ପଢା ଦିନରୁ ପ୍ରସ୍ତୁତି ଚଳାଇଥିଲି ଅନନ୍ୟା । ପ୍ରସ୍ତୁତି କରିବା ପାଇଁ ଟାଟା ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସାଇନସ୍ ଭଲ ପରିବେଶ ଦେଇଥିଲା ବୋଲି କହିଛନ୍ତି ଅନନ୍ୟା।

Leave a Reply

Your email address will not be published. Required fields are marked *