OPSC ପରୀକ୍ଷାରେ ଝିଅଙ୍କ କମାଲ, ୧୨ ନମ୍ବର ସ୍ଥାନରେ ସୋର ଝିଅ ତନ୍ମିତା

ସୋର, ୦୯/୧୦ : ପ୍ରକାଶ ପାଇଲା ଓଡ଼ିଶା ପ୍ରଶାସନିକ ସେବା ପରୀକ୍ଷା ଫଳ। ଏହି ପରୀକ୍ଷାରେ ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ମୁଲିସିଂ ପଂଚାୟତ ମୁଲିସିଂ ଶାସନର ତୃପ୍ତିକାନ୍ତ କରଙ୍କ ବଡ ଝିଅ ତନ୍ମିତା କର ସାରା ଓଡ଼ିଶାରେ ୧୨ନମ୍ବର ସ୍ଥାନରେ ରହି ସଫଳତାର ସହ ଉତୀର୍ଣ୍ଣ ହୋଇଛନ୍ତି । ଏଥିପାଇଁ ସେ କଠିନ ପରିଶ୍ରମ କରିଛନ୍ତି। ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ବାପା ମାଆଙ୍କୁ ଶ୍ରେୟ ଦେଇଛନ୍ତି।

ତନ୍ମିତାଙ୍କ ବାପା ବାଲେଶ୍ବର କେନ୍ଦ୍ରୀୟ ବିଦ୍ୟାଳୟ,କେଵି-୧ ରେ ଲାଇବ୍ରେରିଆନ ଭାବେ କାର୍ଯ୍ୟରତ ଥିବା ବେଳେ ମା ଜଣେ ଗୃହିଣୀ ଅଟନ୍ତି। ତନ୍ମିତା କେନ୍ଦ୍ରୀୟ ବିଦ୍ୟାଳୟ ଭବାନୀପାଟଣାରେ ଦଶମ ପରୀକ୍ଷାରେ ୯୫ ପ୍ରତିଶତ ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଯୁକ୍ତ ଦୁଇ ବିଜ୍ଞାନ ଭୁବନେଶ୍ୱର ନାଇଡୁ ବିଜ୍ଞାନ କଲେଜରୁ ୮୨ ପ୍ରତିଶତ ନମ୍ବର ରଖି ପାସ୍ କରିଥିଲେ। ପରେ ୨୦୧୭ ମସିହାରେ ବୁର୍ଲା ଇଂଜିନିୟରିଂ କଲେଜରେ ସିଭିଲ ଇଂଜିନିୟରିଂ ପାସ କରିବା ପରେ ଓଏଏସ ପାଇଁ ଘରେ ରହି ପ୍ରସ୍ତୁତ ହେଉଥିଲେ।

ତନ୍ମିତାଙ୍କର ଏହି ସଫଳତାର ଶ୍ରେୟ ସେ ବାପା ମା ଏବଂ ଶିକ୍ଷକ ମାନଙ୍କୁ ଦେଇଛନ୍ତି। ତେବେ ପାଠ ପଢା ବ୍ୟତୀତ ତନ୍ମିତା ଓଡ଼ିଶୀ ନୃତ୍ୟ ଏବଂ କ୍ଲାସିକାଲ ଗୀତରେ ରୁଚି ରଖିଥିବା ବେଳେ ବର୍ତମାନ ଆଇଏଏସ ପାଇଁ ପ୍ରସ୍ତୁତି ହେଉଛନ୍ତି। ଜଣେ ଜିଲ୍ଲାପାଳ ହେବାକୁ ଲକ୍ଷ ରଖିଥିବା ତନ୍ମିତା କହିଛନ୍ତି।

Leave a Reply

Your email address will not be published. Required fields are marked *