ମାଆଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କଲେ ୨ ବର୍ଷର ନତାଲି, ଭିଡିଓ ଦେଖି ଫ୍ୟାନ ହୋଇଗଲେ ୟୁଜର…

ଭୁବନେଶ୍ଵର, ୨୦/୦୯ : ଏକ ଦୁଇ ବର୍ଷର କୁନି ଝିଅ ତାର ମାଆ ପାଇଁ ଖାଦ୍ୟ ତିଆରି କରିବା ବେଳର ଏକ ଭିଡିଓ ଇଣ୍ଟରନେଟ୍‌ରେ ଭାଇରାଲ୍ ହେବାରେ ଲାଗିଛି। ତେବେ କୁନି ଝିଅଟିର ଏହି ଭିଡିଓ ତାଙ୍କ ମାଆ ବ୍ରୁନା ଫାବା ଅଗଷ୍ଟ ୨୯ରେ ଇନଷ୍ଟାଗ୍ରାମରେ ଅପଲୋଡ କରିଛନ୍ତି। ଏହି ଭିଡିଓଟି ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି। ସୋସିଆଲ ମିଡିଆ ୟୁଜରମାନେ ଭିଡିଓଟିକୁ ଖୁବ୍ ପସନ୍ଦ କରିବା ସହିତ କୁନି ଝିଅକୁ ବେସ୍ ପ୍ରଶଂସା କରୁଛନ୍ତି।

ଏହି ଭାଇରାଲ୍ ଭିଡିଓରେ ଦୁଇ ବର୍ଷର ନତାଲି ପରିବା କାଟି ପରିବା ସିଝା କୁକରରେ ରଖୁଛନ୍ତି। ପରିବା କାଟିବା ସମୟରେ ସେ ଗାଜର ମଧ୍ୟ ଖାଉଥିବା ନଜର ଆସିଛନ୍ତି। ଯାହାକି ଖୁବ୍ ମଜାଦାର ଲାଗୁଛି। ନତାଲିଙ୍କ ଏହି ବ୍ୟବହାର ସୋସିଆଲ ମିଡିଆ ୟୁଜରଙ୍କୁ ଖୁବ୍ ପସନ୍ଦ ଆସିଛି। ଭିଡିଓରେ ନତାଲି ଚିକେନ୍ ଗୁଡ଼ିକୁ ଛୋଟ ଛୋଟ ଖଣ୍ଡ କରି କାଟୁଛନ୍ତି। ଏହି ସମୟରେ ସେ ମାଇକ୍ରୋୱେଭ୍‌ରେ ଚାଉଳ ମଧ୍ୟ ରଖୁଛନ୍ତି। ଏହାପରେ ନତାଲି ସିଝୁଥିବା ପରିବା ଉପରେ ତେଲ ପକାଉଛନ୍ତି। ଏହାର ପରବର୍ତ୍ତୀ ଭିଡିଓରେ ନତାଲି ତାଙ୍କ ମାଆଙ୍କ ସହ ଡିନର କରୁଥିବା ନଜର ଆସିଛନ୍ତି।

ତେବେ ଏହି ଭିଡିଓଟି ନତାଲିଙ୍କର ମାଆ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି। ଏହାର କ୍ୟାପ୍ସନରେ ସେ ଲେଖିଛନ୍ତି ଯେ, ରାତିର ଖାଦ୍ୟ ଖୁବ୍ ସ୍ଵାଦିଷ୍ଟ ଥିଲା। ଏହି ଭିଡିଓଟି ପୋଷ୍ଟ ହେବାର କିଛି ସମୟ ପରେ ଏହାକୁ ୩.୬ ମିଲିୟନ ଭ୍ୟୁଜ୍ ମିଳିଛି। ୧.୬ ଲକ୍ଷ ଲୋକ ଏହାକୁ ଲାଇକ୍ କରିଛନ୍ତି। ପୋଷ୍ଟର କମେଣ୍ଟ ସେକ୍ସନରେ ୟୁଜରମାନେ ନତାଲିଙ୍କୁ ପ୍ରଶଂସା କରିଛନ୍ତି।

Leave a Reply

Your email address will not be published. Required fields are marked *