ଗର୍ଭବତୀ ଥିବା ସମୟରେ ହିମୋଗ୍ଲୋବିନ୍ କମିଲେ କଣ ସମସ୍ୟା ହୁଏ, ଜାଣନ୍ତୁ କେତେ ରହିବା ଉଚିତ୍ HB

ଭୁବନେଶ୍ଵର, ୧୯/୦୯ : ଗର୍ଭଧାରଣ ସମୟରେ ମହିଳାଙ୍କୁ ନିଜ ସ୍ଵାସ୍ଥ୍ୟର ବିଶେଷ ଧ୍ୟାନ ରଖିବାକୁ ପଡ଼ିଥାଏ। ତେବେ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଉତ୍ତମ ଖାଦ୍ୟ ନିହାତି ଜରୁରୀ। ଯଦି ମହିଳାମାନେ ଗର୍ଭଧାରଣ କରିବା ପରେ ଡାଇଟ୍‌କୁ ଠିକ୍ ଭାବରେ ଧ୍ୟାନ ନଦେବେ ତେବେ ଶରୀରରେ ରକ୍ତହୀନତା ସୃଷ୍ଟି ହେବ। ଏହି ସମୟରେ ମହିଳାଙ୍କ ଶରୀରରେ ରକ୍ତହୀନତା ସୃଷ୍ଟି ହେବାରୁ ଉଭୟ ମାଆ ଓ ଛୁଆ ଦୁହିଁଙ୍କ ଉପରେ ଗଭୀର ପ୍ରଭାବ ପଡ଼ିବ। ସାଧାରଣତଃ ଗର୍ଭଧାରଣ କରିବା ପରେ ମହିଳାଙ୍କ ଶରୀରରେ ହିମୋଗ୍ଲୋବିନ କମିଯାଇଥାଏ।

ହିମୋଗ୍ଲୋବିନ ଏକ ପ୍ରୋଟିନ୍। ଏହା ରେଡ୍ ବ୍ଲଡ ସେଲ୍‌ରେ ରହିଥାଏ। ଗର୍ଭଧାରଣ ପରେ ହିମୋଗ୍ଲୋବିନ୍ ମାତ୍ରା କମିବା କାରଣରୁ ଏନିମିୟାର ବିପଦ ରହିଛି। ତେବେ ଜାଣନ୍ତୁ ଗର୍ଭଧାରଣ ସମୟରେ ମହିଳାଙ୍କ ଶରୀରରେ ହିମୋଗ୍ଲୋବିନର ସ୍ତର କେତେ ରହିବା ଉଚିତ୍ ? ଏବଂ ଯଦି ଏହା ହ୍ରାସ ପାଏ ତେବେ କଣ କଣ ସମସ୍ୟା ହେବ।

ମହିଳାଙ୍କ ଶରୀରରେ ହିମୋଗ୍ଲୋବିନ୍ କମିଲେ ମୁଣ୍ଡ ବ୍ୟଥା ହୁଏ। ନିଶ୍ଵାସ ବନ୍ଦ ହୋଇ ମୁଣ୍ଡ ବୁଲାଏ। ଦୁର୍ବଳ ଲାଗେ। ଚିଡଚିଡା ଲାଗେ। ଥକ୍କା ଲାଗେ। ଛାତିରେ କଷ୍ଟ ଅନୁଭବ ହୁଏ, ରକ୍ତହୀନତା ଲକ୍ଷଣ ଦେଖା ଦିଏ, ଅଧିକ ଥଣ୍ଡା ଲାଗେ, ହାତ ଏବଂ ପାଦ ଅଧିକ ଥଣ୍ଡା ରୁହେ। ଶରୀରରେ କମ୍ ଅକ୍ସିଜେନ୍ ସପ୍ଲାଇ ହୁଏ। ଯାହାକି ଶିଶୁର ସ୍ଵାସ୍ଥ୍ୟ ପାଇଁ ବିପଦକର ହୋଇଥାଏ। ଗର୍ଭଧାରଣ ସମୟରେ ମହିଳାଙ୍କ ଶରୀରରେ ହିମୋଗ୍ଲୋବିନ ୧୧ ରହିବା ଉଚିତ୍। ତେଣୁ ଏହି ସମୟରେ ପର୍ଯ୍ୟାପ୍ତ ମାତ୍ରାରେ ଭିଟାମିନ୍, ପ୍ରୋଟିନ୍ ଓ ପୋଷକ ତତ୍ତ୍ଵ ଥିବା ଖାଦ୍ୟ ଖାଇବା ଉଚିତ୍।

Leave a Reply

Your email address will not be published. Required fields are marked *