ମା’ କ୍ଷୀର ଶିଶୁପାଇଁ ପ୍ରଥମ ଟୀକା, ଜାଣନ୍ତୁ କେଉଁ ରୋଗ ଥିଲେ କରାଇ ପାରିବେ ନାହିଁ ସ୍ତନ୍ୟପାନ…

ମା’ କ୍ଷୀର ଶିଶୁପାଇଁ ପ୍ରଥମ ଟୀକା, ଜାଣନ୍ତୁ କେଉଁ ରୋଗ ଥିଲେ କରାଇ ପାରିବେ ନାହିଁ ସ୍ତନ୍ୟପାନ…

ଭୁବନେଶ୍ଵର, ୧୦/୦୨ : ମା’ କ୍ଷୀର ଶିଶୁପାଇଁ ପ୍ରଥମ ଟୀକା ଏବଂ ପ୍ରତିରୋଧକ ଶକ୍ତିର ଭଣ୍ଡାର, ଯାହା ଶିଶୁକୁ ଭିଟାମିନ୍‌ ଏ’ ଓ ଡି’ ସହ ସମସ୍ତ ପ୍ରକାର ଭିଟାମିନ ଯୋଗାଇଥାଏ । ଏହା ଶିଶୁ ପାଇଁ ଖୁବ୍‌ ଜରୁରୀ । ଚାଲନ୍ତୁ ଜାଣିବା କେଉଁ ରୋଗ ଥିଲେ ମା’ ଶିଶୁକୁ ସ୍ତନ୍ୟପାନ କରାଇପାରିବେ ନାହିଁ ।

ଯକ୍ଷ୍ମାରୋଗ
ପୁଲମୋନାରି ଟ୍ୟୁବରକ୍ୟୁଲୋସିସ୍‌ ଭୋଗୁଥିବା ମା’ ଯାହାର କଫ ବା’ ସ୍ଫୁଟମ୍‌ ପଜିଟିଭ ହୋଇଥାଏ, ସେମାନେ ନିଜ ଶିଶୁକୁ ଅଳ୍ପ ଦୂରତା ମଧ୍ୟରେ ସ୍ତନ୍ୟପାନ କରାଇ ପାରିବେ ନାହିଁ । ଏହାଦ୍ୱାରା ଶିଶୁଟି ମଧ୍ୟ ମା’ର ନିଶ୍ୱାସରୁ ସଂକ୍ରମିତ ହୋଇ ଯକ୍ଷ୍ମାରୋଗରେ ଆକ୍ରାନ୍ତ ହୋଇପାରେ ।

ଏପିଲେପ୍ସି ବା’ ଅପସ୍ମାର ବାତ
ଯେଉଁ ମା’ଙ୍କୁ ଅପସ୍ମାର ବାତ ହୋଇଥାଏ ବା’ ଗର୍ଭାବସ୍ଥାରେ ଅପସ୍ମାର ରୋଗଥାଏ କିମ୍ବା ସେ ସେଥିପାଇଁ ଔଷଧ ଖାଉଥାନ୍ତି ସେମାନେ ନିଜ ଶିଶୁକୁ ସ୍ତନ୍ୟପାନ କରିବା ଉଚିତ୍‌ ନୁହେଁ । ଜଣ୍ଡିସ୍‌ ବା’ କାମଳ ରୋଗ ଭୋଗୁଥିବା ମା’ ଶିଶୁକୁ ସ୍ତନ୍ୟପାନ କରାଇଲେ ଶିଶୁର ମଧ୍ୟ ଭାଇରିମିଆ ହୋଇଥାଏ ।

ଏଚ.ଆଇ.ଭି ବା’ ଏଡସ୍‌ ରୋଗ
ସାଧାରଣତଃ ମା’ର ସିଭିଅର ଏଡସ୍‌ ରୋଗ ହେଲେ ଶିଶୁକୁ ସ୍ତନ୍ୟପାନ କରାଇବା ଉଚିତ୍‌ ନୁହେଁ କିନ୍ତୁ ପ୍ରାରମ୍ଭିକ ଅବସ୍ଥାରେ ଥିଲେ ଏଡ୍‌ସ ରୋଗୀ ଶିଶୁକୁ କେବଳ ୬ମାସ ପାଇଁ ସ୍ତନ୍ୟପାନ କରାଇପାରିବେ । କିନ୍ତୁ ଏହି ସମୟରେ ଶିଶୁକୁ ସ୍ତନ୍ୟପାନ ସହ ବାହାର କ୍ଷୀର ନ ଦେବା ଉଚିତ୍‌ ।

ଥାଇରଏଡ ରୋଗ
ଯେଉଁମାନଙ୍କଠାରେ ସିଭିୟର ହାଇପୋ ଥାଇରଡିଜିମ୍‌ ବା ହାଇପର ଥାଇରଡିଜିମ୍‌ ସହିତ ଜଟିଳତା ଥାଏ, ତେବେ ସେମାନେ ଶିଶୁକୁ ସ୍ତନ୍ୟପାନ କରାଇବା ଅନୁଚିତ୍‌ । ସେହିପରି କ୍ୟାନସର୍‌(କର୍କଟରୋଗ), ମାତ୍ରାଧିକ ମାନସିକ ରୋଗ ଭୋଗୁଥିଲେ କିମ୍ବା ଆଣ୍ଟି ଥାଇରଏଡ୍‌, ଆଣ୍ଟି କ୍ୟାନସର ଆଣ୍ଟି ସାଇକିଆଟ୍ରିକ୍‌ ଓ ଆଣ୍ଟି ଏପିଲେପ୍ଟିକ ଡ୍ରଗ ଖାଉଥାନ୍ତି ସେମାନେ ଶିଶୁକୁ ସ୍ତନ୍ୟପାନ କରାଇବା ଉଚିତ୍‌ ନୁହେଁ । ଅପସ୍ମାର ଥିଲେ ଶିଶୁକୁ ସ୍ତନ୍ୟପାନ କରାଇବା ଦ୍ୱାରା ଶିଶୁ ବିକଳାଙ୍ଗ ହେବାର ଆଶଙ୍କା ଉପୁଜିଥାଏ । ତେଣୁ ଯଥାସମ୍ଭବ ଏହାଠାରୁ ଦୂରେଇ ରହିବା ଭଲ ।

ମଧୁମେହ ଥିଲେ
ମଧୁମେହରେ ଆକ୍ରାନ୍ତ ମା’ ମନରେ ସବୁବେଳେ ଏହି ଦ୍ୱନ୍ଦ୍ୱ ରହିଥାଏ ଯେ ଶିଶୁକୁ ସ୍ତନ୍ୟପାନ କରାଇବା ଉଚିତ୍‌ କି? ପ୍ରସୂତି ବିଶେଷଜ୍ଞଙ୍କ କହିବା କଥା ମଧୁମେହ ଟାଇପ୍‌ ୧ ବା ଟାଇପ୍‌ ୨ରେ ଆକ୍ରାନ୍ତ ମା’ ଶିଶୁକୁ ସ୍ତନ୍ୟପାନ କରାଇପାରିବେ । ଏଥିରେ କୌଣସି ସମସ୍ୟା ଆସି ନଥାଏ । ଏପରିକି ଇନ୍‌ସୁଲିନ୍‌ ନେଉଥିଲେ ମଧ୍ୟ ଶିଶୁକୁ ସ୍ତନ୍ୟପାନ କରାଇପାରିବେ । ଏହାଛଡା ପ୍ରସବ ପରେ ପରେ ଯଦି ମା’କୁ ଜ୍ୱର ହୁଏ ଓ ସେ ପରପ୍ୟୁରାଲ ସେପସିସ୍‌ ରୋଗ ଭୋଗୁଥାଏ, ତେବେ ହାଇ ଆଣ୍ଟିବାୟୋଟିକ୍‌ ଖାଇବା ସହ ସିରିୟସ ଥିବାରୁ ଶିଶୁକୁ ସ୍ତନ୍ୟପାନ ନ କରାଇବା ଭଲ ।

ସ୍ତନରେ ଘା’ ବା’ ପୂଜ ଜମି ବ୍ରେଷ୍ଟ ଆବସେସ୍‌ ହୋଇଥିଲେ ବା’ ସ୍ତନରେ ‘ହର୍‌ପିସ୍‌’ ସିମ୍ପେ୍ଲକ୍ସ ଭୂତାଣୁ ସଂକ୍ରମଣ ହୋଇଥିଲେ କିମ୍ବା ମା’ର ସିଭିଅର ହୃଦ୍‌ରୋଗ ଥିଲେ ଶିଶୁକୁ ସ୍ତନ୍ୟପାନ କରାଇବା ଉଚିତ୍‌ ନୁହେଁ ।
ଜଣେ ସ୍ତ୍ରୀରୋଗ ଓ ପ୍ରସୂତି ବିଶେଷଜ୍ଞ ମା’ର ରୋଗ ଉପଯୁକ୍ତ ଭାବରେ ଚିହ୍ନଟ କରି କେଉଁ ପରିସ୍ଥିତିରେ ଶିଶୁମାନେ ସ୍ତନ୍ୟପାନ କରିପାରିବେ, ଏହା ସେମାନଙ୍କ ପାଇଁ କେତେ ନିରାପଦ ସେ ବିଷୟରେ ପରାମର୍ଶ ଦେବା ଉଚିତ୍‌ ।

Leave a Reply

Your email address will not be published. Required fields are marked *