ନାଇଟ୍‌ଆଙ୍ଗେଲ ଅଫ୍‌ ଇଣ୍ଡିଆ’ ସରୋଜିନୀ ନାଇଡୁଙ୍କ ଆଜି ଜନ୍ମ ଜୟନ୍ତୀ

ଭୁବନେଶ୍ଵର, ୧୩/୦୨ : ‘ନାଇଟ୍‌ଆଙ୍ଗେଲ ଅଫ୍‌ ଇଣ୍ଡିଆ’ ନାମରେ ପ୍ରସିଦ୍ଧ ସରୋଜିନୀ ନାଇଡୁଙ୍କ ଆଜି ଜନ୍ମ ଜୟନ୍ତୀ । ରାଜନୈତିକ କାର୍ଯ୍ୟକର୍ତ୍ତା, ମହିଳା ଅଧିକାରର ସମର୍ଥକ, ସ୍ୱାଧୀନତା ସଂଗ୍ରାମୀ ତଥା ଭାରତୀୟ ଜାତୀୟ କଂଗ୍ରେସର ପ୍ରଥମ ଭାରତୀୟ ମହିଳା ଅଧ୍ୟକ୍ଷା ସରୋଜିନୀ ନାଇଡୁଙ୍କ ଜନ୍ମ ହାଇଦ୍ରାବାଦରେ ୧୮୭୯ ମସିହାରେ ହୋଇଥିଲା । ତାଙ୍କ ପିତା ଅଘୋରେନାଥ ଚଟ୍ଟୋପାଧ୍ୟାୟ ହାଇଦ୍ରାବାଦର ନିଜାମ କଲେଜରେ ପ୍ରିନ୍ସିପାଲ ଥିଲେ । ସରୋଜିନୀ ମାଡ୍ରାସ ଏବଂ ଲଣ୍ଡନର କିଙ୍ଗ୍‌ସ କଲେଜରୁ ଶିକ୍ଷା ଲାଭ କରିଥିଲେ । ଗୋପାଳକୃଷ୍ଣ ଗୋଖଲେଙ୍କୁ ସେ ନିଜ ‘ରାଜନୈତିକ ପିତା’ ମାନୁଥିଲେ । ପିଲାଦିନରୁ ହିଁ କବିତାରେ
ତାଙ୍କର ରୁଚି ଥିଲା ।

ମାତ୍ର ୧୨ ବର୍ଷ ବୟସରୁ ସେ ତାଙ୍କ ସାହିତ୍ୟିକ ଜୀବନ ଆରମ୍ଭ କରିଥିଲେ । ‘ମାହେର ମୁନୀର’ ନାଟକରୁ ତାଙ୍କ ପରିଚିତି ମିଳିଥିଲା । ଭାରତରେ ପ୍ଲେଗ୍‌ ମହାମାରୀ ବେଳେ ତାଙ୍କ ଅବଦାନ ପାଇଁ ବ୍ରିଟିଶ ସରକାର ତାଙ୍କ କେଶର-ଏ-ହିନ୍ଦ୍‌ ସମ୍ମାନରେ ସମ୍ମାନିତ କରାଯାଇଥିଲା । କିନ୍ତୁ ଜାଲିଆନବାଲା ବାଗ୍‌ ହତ୍ୟାକାଣ୍ଡ ପରେ ସେ ପ୍ରତିବାଦରେ ଏହି ସମ୍ମାନ ଫେରାଇ ଦେଇଥିଲେ । ଦେଶ ସ୍ୱାଧୀନ ହେବାର ୨ ବର୍ଷ ପରେ ୧୯୪୯ ମାର୍ଚ୍ଚ ୨ରେ ଲକ୍ଷ୍ନୌର ଗଭର୍ଣ୍ଣମେଣ୍ଟ ହାଉସ୍‌ରେ ହୃଦ୍‌ଘାତ ଯୋଗୁ ମୃତ୍ୟୁ ହୋଇଥିଲା ।

Leave a Reply

Your email address will not be published. Required fields are marked *