ସ୍ତନ୍ୟପାନ କରାଉଥିବା ବେଳେ କରନ୍ତୁ ଧ୍ୟାନ ମୁଦ୍ରା, ମିଳିବ ଏହି ଫଳ…

ମା’ ହେବା ପ୍ରତିଟି ମହିଳା ପାଇଁ ସୁଖଦ ଅନୁଭବ । କେବଳ ସେତିକି ନୁହେଁ ଜଣେ ମହିଳା ପାଇଁ ଖୁବ୍‌ ଚ୍ୟାଲେଞ୍ଜିଂ ମଧ୍ୟ। ଏହି ସମୟରେ ତା’ ଭିତରେ ବିଭିନ୍ନ ଶାରିରୀକ ଓ ମାନସିକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ । କିଛି ମହିଳାଙ୍କଠାରେ ପୋଷ୍ଟ ପ୍ରେଗ୍‌ନସି ଡିପ୍ରେସନ୍‌ ମଧ୍ୟ ଦେଖିବାକୁ ମିଳିଥାଏ । ସେହିପରି କିଛି ମହିଳାଙ୍କଠାରେ ବ୍ରେଷ୍ଟ ମିଲ୍କ ମଧ୍ୟ ଠିକ୍‌ ଭାବେ ହୋଇପାରି ନଥାଏ । କେତେଜଣ ଗର୍ଭାବସ୍ଥାରେ ବଢିଥିବା ଓଜନକୁ ନେଇ ଚିନ୍ତାରେ ରହିଥାନ୍ତି । ଏଭଳି ବିଭିନ୍ନ ଚିନ୍ତାକୁ ନେଇ ସେମାନେ ଭାରାକ୍ରାନ୍ତ ହୋଇପଡିଥାନ୍ତି । ତେଣୁ ଏହି ସମୟରେ ଧ୍ୟାନ ମୁଦ୍ରା ଏମାନଙ୍କ ପାଇଁ ଖୁବ୍‌ ଜରୁରି ହୋଇଥାଏ । ୱିମେନ୍‌ ହେଲ୍‌ଥ ରିସର୍ଚ୍ଚ ଫାଉଣ୍ଡେସନ୍‌ର ପ୍ରେସିଡେଣ୍ଟ ନେହା ବଶିଷ୍ଟଙ୍କ ମତରେ ଧ୍ୟାନ ସ୍ତନ୍ୟପାନ କରାଉଥିବା ମହିଳାଙ୍କ ପାଇଁ ଖୁବ୍‌ ଲାଭଦାୟକ । ସ୍ତନ୍ୟପାନ କରାଇବା ସମୟରେ ଧ୍ୟାନ କରିବା ଦ୍ୱାରା ଖୁବ୍‌ ଲାଭ ହୋଇଥାଏ । ଯେପରିକି –

ବ୍ରେଷ୍ଟ ମିଲ୍କ ସଞ୍ଚାଳନ ବଢେ

ମହିଳାଙ୍କ ଶରୀରର ଥିବା ପ୍ରୋଲେକ୍ଟିନ୍‌, ଦୁଗ୍ଧ ତିଆରିରେ ସାହାଯ୍ୟ କରେ । କିନ୍ତୁ ମହିଳାମାନେ ଅଧିକ ଚିନ୍ତାରେ ରହିଲେ ତାଙ୍କ ଶରୀରରୁ ଏହି ହର୍‌ମୋନ୍‌ ଠିକ୍‌ ଭାବେ କ୍ଷରଣ ହୋଇ ନଥାଏ । ଫଳରେ ସନ୍ତାନକୁ ସ୍ତନ୍ୟପାନ କରାଇବାରେ ସମସ୍ୟା ଉପୁଜିଥାଏ ।

ହାପି ହରମୋନ୍‌ କ୍ଷରଣ ଜରୁରି

ଯେତେବେଳେ ମହିଳାମାନେ ନିୟମିତ ଧ୍ୟାନ କରନ୍ତି, ସେମାନଙ୍କ ପିଟ୍ୟୁଟାରୀ ଗ୍ଲାଣ୍ଡ୍‌ରୁ ଏଣ୍ଡୋଫିନ୍‌ ହର୍‌ମୋନ୍‌ କ୍ଷରଣ ନିୟମିତ ହୋଇଥାଏ । ଏହି ହର୍‌ମୋନ୍‌ କ୍ଷରଣ ଦ୍ୱାରା କେବଳ ମହିଳାମାନେ ଚିନ୍ତା ମୁକ୍ତ ରହି ନଥାନ୍ତି, ବରଂ ଅଧିକ ଖୁସି ମଧ୍ୟ ରହିଥାନ୍ତି । ଏହାଦ୍ୱାରା ପିଲା ଓ ମା’ଭିତରେ ଥିବା ବନ୍ଧନରେ ନିବିଡତା ଆସିଥାଏ । ଶରୀରରୁ ଠିକ୍‌ ଭାବେ ଖୁସି ହର୍‌ମୋନ୍‌ କ୍ଷରଣ ହେବା ଦ୍ୱାରା ମହିଳାଙ୍କଠାରେ ପୋଷ୍ଟପାର୍ଟନ ଡିପ୍ରେସନ୍‌ ସମସ୍ୟା ଦେଖା ଦେଇ ନଥାଏ ।

ଓଜନ ମଧ୍ୟ କମିଥାଏ

ଖୁବ୍‌ କମ୍‌ ମହିଳା ଏକଥା ଜାଣନ୍ତି ଯେ ସ୍ତନ୍ୟପାନ କରାଉଥିବା ମହିଳାମାନେ ଧ୍ୟାନ କରିବା ଦ୍ୱାରା ସେମାନଙ୍କର ଓଜନ ନିୟନ୍ତ୍ରିତ ହୋଇ ରହିଥାଏ । କାରଣ ଗର୍ଭଧାରଣ ପରେ ମହିଳାମାନଙ୍କ ଓଜନ ଖୁବ୍‌ ବଢିଥାଏ । ପରବର୍ତ୍ତୀ ସମୟରେ ପିଲାକୁ ଦୁଗ୍ଧ ପାନ କରାଇବା ଦ୍ୱାରା ଏହି ଓଜନ କମିଥାଏ ।

Leave a Reply

Your email address will not be published. Required fields are marked *