ଦିବ୍ୟାଙ୍ଗଙ୍କ ପାଇଁ ବରଦାନ ବୃନ୍ଦାବନର ଏହି ସ୍କୁଲ, ଆତ୍ମନିର୍ଭର ହୋଇ ଜାତୀୟ ସ୍ତରରେ ପଦକ ଜିତୁଛନ୍ତି ଛାତ୍ରଛାତ୍ରୀ

ନୂଆଦିଲ୍ଲୀ, ୩୦/୦୯ : ଯେଉଁ ପିଲାମାନେ ଶାରିରୀକ ଏବଂ ମାନସିକ ରୂପରେ ଥିଲେ ଅକ୍ଷମ ଆଜି ସେହି ପିଲାମାନେ ହୋଇପାରିଛନ୍ତି ସକ୍ଷମ। ବିଭିନ୍ନ ପ୍ରତିଯୋଗୀତାରେ ଭାଗ ନେଇ ସ୍ଵର୍ଣ୍ଣ ଏବଂ ରୌପ୍ୟ ପଦକ ଜିତୁଛନ୍ତି ବୃନ୍ଦାବନର ବାତ୍ସଲ୍ୟ ଗ୍ରାମ ସ୍ଥିତ ବୈଶିଷ୍ଟୟମ ଦିବ୍ୟାଙ୍ଗ ସ୍କୁଲର ଛାତ୍ରଛାତ୍ରୀ। ସେମାନଙ୍କୁ ଏଥିପାଇଁ ପ୍ରଶିକ୍ଷଣ ଦିଆଯାଉଛି। ୨୦୧୪ ମସିହାରେ ମାତ୍ର ୧୭ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏହି ସ୍କୁଲର ଆରମ୍ଭ ହୋଇଥିଲା। ଆଜି ଏହି ସ୍କୁଲରେ ପ୍ରାୟ ୧୪୩ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହି ସବୁ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ନିଃଶୁକ୍ଳ ଶିକ୍ଷାଦାନ କରାଯାଉଛି।

ସୂଚନାନୁଯାୟୀ, ବୃନ୍ଦାବନର ବାତ୍ସଲ୍ୟ ଗ୍ରାମ ସ୍ଥିତ ବୈଶିଷ୍ଟୟମ ଦିବ୍ୟାଙ୍ଗ ସ୍କୁଲରେ ଛାତ୍ରଛାତ୍ରୀଙ୍କୁ ନାଚ ଗୀତ, ଖେଳକୁଦ ସହ ବିଭିନ୍ନ ପ୍ରକାରର ପ୍ରଶିକ୍ଷଣ ଦିଆଯାଉଛି। ଏତଦ୍ ବ୍ୟତୀତ ଏଠାରେ ପିଲାମାନଙ୍କୁ କପଡ଼ା ସିଲେଇ, ଇଅରିଂ, ହାର ଏବଂ ଡେକୋରେସନ ସାମଗ୍ରୀ ତିଆରି କରିବା କୌଶଳ ମଧ୍ୟ ଶିକ୍ଷା ଦିଆଯାଉଛି। ଏହି ସ୍କୁଲର ୧୦ ଜଣ ଛାତ୍ରଛାତ୍ରୀ ଜାତୀୟ ସ୍ତରରେ ଖେଳି ସ୍ଵର୍ଣ୍ଣ ଏବଂ ରୌପ୍ୟ ପଦକ ଜିତିଛନ୍ତି। ସେହିପରି ବହୁ କମ୍ପାନୀରେ ମଧ୍ୟ ଏହି ଛାତ୍ରଛାତ୍ରୀମାନେ ଚାକିରୀ ପାଇଛନ୍ତି।

ଏବେ ଏହି ସ୍କୁଲରେ ମଥୁରା ବୃନ୍ଦାବନ ସମେତ ବହୁ ରାଜ୍ୟର ଦିବ୍ୟାଙ୍ଗ ପିଲାମାନେ ଏଠାରେ ରହି ପ୍ରଶିକ୍ଷଣ ନେଉଛନ୍ତି। ଏହି ସ୍କୁଲର ଛାତ୍ରାବାସରେ ୨୫ ଜଣ ପୁଅ ଏବଂ ୨୭ ଜଣ ଝିଅ ଅଛନ୍ତି। ଏହି ଛାତ୍ରଛାତ୍ରୀଙ୍କର ସମସ୍ତ ଖର୍ଚ୍ଚ ବାସଳ ଗ୍ରାମ ବହନ କରୁଛି। ଏଠାରେ ଦିବ୍ୟାଙ୍ଗ ପିଲାମାନଙ୍କ ହାବଭାବରେ ପରିବର୍ତ୍ତନ ଆଣିବାକୁ ପ୍ରଶିକ୍ଷଣ ଦିଆଯାଉଛି। ବହୁ ଲୋକ ଏଠାରୁ ପ୍ରଶିକ୍ଷଣ ନେବା ପରେ ଅନ୍ୟ କମ୍ପାନୀରେ କାମ କରୁଛନ୍ତି।

Leave a Reply

Your email address will not be published. Required fields are marked *