ଧରା ଅବତରଣ କରିଛନ୍ତି ଜଗତ୍ ଜନନୀ ମହାମାୟା, ମନ୍ତ୍ର ଧ୍ଵନିରେ ଗଗନପବନ ମୁଖରିତ

ଭୁବନେଶ୍ଵର, ୦୩/୧୦ : ଧରା ଅବତରଣ କରିଛନ୍ତି ଜଗତ୍ ଜନନୀ ମହାମାୟା। ଯା ଦେବୀ ସର୍ବଭୂତେଷୁ…ମନ୍ତ୍ରରେ ଗଗନପବନ ମୁଖରିତ । ଚାଲିଛି ଶକ୍ତିସ୍ୱରୂପା, ଶକ୍ତିରୂପିଣୀ ମା’ଙ୍କ ଆରାଧନା । ମା’ଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ପୁରପଲ୍ଲୀ। ଦୀର୍ଘ ଦୁଇ ବର୍ଷ କରୋନା କଟକଣା ପରେ ମା’ଙ୍କ ସାନ୍ନିଧ୍ୟ ଲାଭ କରିଛି ଭକ୍ତ । ଚାରିଆଡ଼େ ହସଖୁସିର ମାହୋଲ । ଶଙ୍ଖନାଦ, ଘଣ୍ଟଘଣ୍ଟାରେ କମ୍ପୁଛି ମଣ୍ଡପ । ପରିସରରୁ ଭାସି ଆସୁଛି ପଣ୍ଡିତଙ୍କ ମନ୍ତ୍ର ଧ୍ୱନି । ତା’ ସାଙ୍ଗକୁ ହରିବୋଲ ହୁଳହୁଳି ନାଦରେ ନିଜକୁ ହଜେଇ ଦେଉଛନ୍ତି ଭକ୍ତଗଣ । ଭକ୍ତମାନେ ମଣ୍ଡପରୁ ମଣ୍ଡପ ବୁଲି ମା’ଙ୍କ ଆର୍ଶୀବାଦ ନେଉଛନ୍ତି । ସବୁଆଡ଼େ ଜମିଛି ଭକ୍ତଙ୍କ ଭିଡ଼ ।

ଆଦ୍ୟାଶକ୍ତି ଜଗତ ଜନନୀ ଦେବୀ ଯୁଗେ ଯୁଗେ ରହସ୍ୟମୟୀ । ତାଙ୍କର ସୃଷ୍ଟି ତତ୍ତ୍ୱ ସାଧାରଣ ମଣିଷ ପକ୍ଷେ ଭେଦ କରିବା କେବେ ସମ୍ଭବ ନୁହେଁ । ଶକ୍ତିମୟୀ ଦେବୀ ଭୋଗ ଭାବନାରେ ଭବାନୀ, ପୁରୁଷାର୍ଥ କାମନାରେ ଲକ୍ଷ୍ମୀ , ପ୍ରଳୟ କାଳରେ ଦୁର୍ଗା, ଧ୍ୱଂସ କାଳରେ କାଳୀ ବା ଚାମୁଣ୍ଡା ରୂପେ ଆରାଧିତା ।

Leave a Reply

Your email address will not be published. Required fields are marked *