ବାଇକ୍ ରାଇଡର ଗରିମା କପୁର, ବୁଲେଟ୍ ଧରି ବାହାରିଲେ ପୁଅମାନେ ବି କରନ୍ତି ସଲାମ୍…

ଲକ୍ଷ୍ନୌ, ୨୭/୦୧ : ଚର୍ଚ୍ଚାରେ ଲକ୍ଷ୍ନୌର ବୁଲେଟ୍ ରାଣୀ। ଯେତେବେଳେ ସେ ବାଇକ୍ ଧରି ରାସ୍ତାକୁ ବାହାରନ୍ତି ସେତେବେଳେ ପୁଅମାନେ ବି ତାଙ୍କୁ ସଲାମ୍ କରନ୍ତି। ତାଙ୍କ ସହ ସେଲଫି ନେବାକୁ ଲାଗେ ଲୋକଙ୍କ ଧାଡ଼ି। ସେ ହେଉଛନ୍ତି ଲକ୍ଷ୍ନୌର ଗରିମା କପୁର। ଲକ୍ଷ୍ନୌର ଝିଅମାନଙ୍କ ପାଇଁ ସେ ପାଲଟିଛନ୍ତି ଆଇକନ୍। ତାଙ୍କୁ ଲୋକମାନେ ଲକ୍ଷ୍ନୌର ଗାର୍ଲ ବାଇକ୍ ରାଇଡର ବୋଲି ମଧ୍ୟ କୁହନ୍ତି। ସେ କେବଳ ନିଜେ ବୁଲେଟ୍ ଚଳାନ୍ତିନି ଝିଅମାନଙ୍କୁ ବାଇକ୍ ଓ ବୁଲେଟ୍ ଚଲାଇବା ଶିଖାନ୍ତି।

ଉତ୍ତରପ୍ରଦେଶ ଲକ୍ଷ୍ନୌର ଗୋମତୀ ନଗରରେ ରହୁଥିବା ଗରିମା କପୁର ଏବେ ଲକ୍ଷ୍ନୌ ବିଶ୍ଵବିଦ୍ୟାଳୟର ନିୟୁ କ୍ୟାମ୍ପସରେ ଲରେ ପିଏଚଡି କରୁଛନ୍ତି। ୨୬ ଜଣ ଝିଅଙ୍କୁ ନେଇ ସେ ଏକ ଗ୍ରୁପ୍ ତିଆରି କରିଛନ୍ତି। ୨୦୧୫ରୁ ସେ ବାଇକ୍ ଚଲାଇବା ଆରମ୍ଭ କରିଥିଲେ। ତାଙ୍କ ମାଆ ଶୀଲା କପୁର ଜଣେ ବାଇକ୍ ରାଇଡର ସହ ଆଥଲେଟ୍। ଏଥିପାଇଁ ସେ ତାଙ୍କ ମାଆଙ୍କ ଠାରୁ ପ୍ରେରଣା ପାଇଛନ୍ତି। ଗରିମା କପୁରଙ୍କ ବଡ଼ ଭାଇ ତାଙ୍କୁ ବାଇକ୍ ଚଲାଇବା ଶିଖାଇଛନ୍ତି।

ଗରିମା କହିଛନ୍ତି ଯେ, ସେ ଯେତେବେଳେ ବାଇକ୍ ଧରି ବାହାରନ୍ତି ରାସ୍ତାରେ ବହୁ ଲୋକ ତାଙ୍କୁ ପ୍ରଶଂସା କରନ୍ତି। ତେବେ ଗରିମା ଯେତେବେଳେ ରାଇଡ୍ କରନ୍ତି ସେତେବେଳେ ସେ ହେଲମେଟ୍ ବ୍ୟବହାର କରନ୍ତି। ତାଙ୍କ ନାମରେ ତିନୋଟି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡ ରହିଛି। ୨୧ ଘଣ୍ଟା ୨୩ ମିନିଟ୍ ପର୍ଯ୍ୟନ୍ତ ସେ ବିନା ଅଟକି ୧୭୦୪ କି.ମି ବାଇକ୍ ଚଲାଇ ରେକର୍ଡ କରିଛନ୍ତି। ତେବେ ଭବିଷ୍ୟତରେ ସେ ନିଜ ରେକର୍ଡ ନିଜେ ଭାଙ୍ଗିବାକୁ ଲକ୍ଷ୍ୟ ରଖିଛନ୍ତି। କାଶ୍ମୀର ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ସେ ବାଇକ୍‌ରେ ଯିବାକୁ ଲକ୍ଷ୍ୟ ରଖିଛନ୍ତି।

Leave a Reply

Your email address will not be published. Required fields are marked *