ଶିକ୍ଷୟିତ୍ରୀରୁ ଜଣେ ସଫଳ ରାଜନୀତିଜ୍ଞ, ଜାଣନ୍ତୁ ମାୟାବତୀଙ୍କ କାହାଣୀ…

ନୂଆଦିଲ୍ଲୀ, ୨୫।୦୧ : ଭାରତୀୟ ରାଜନୀତିରେ ପୁରୁଷଙ୍କ ଭଳି ମହିଳାଙ୍କର ରହିଛି ସକ୍ରିୟ ଭୂମିକା। ଦେଶର ରାଷ୍ଟ୍ରପତିଙ୍କ ଠାରୁ ନେଇ ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟପାଳ ଭୂମିକାରେ ଅଛନ୍ତି ମହିଳା। ଏହି ଶକ୍ତିଶାଳୀ ମହିଳା ରାଜନୀତିଜ୍ଞଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ। ସେ ବହୁଜନ ସମାଜ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ। ତେବେ ଆପଣ ଜାଣିଛନ୍ତି କି ? ମାୟାବତୀଙ୍କ ପରିବାରରେ କେହିବି ରାଜନୈତିକ ପୃଷ୍ଠଭୂମିରୁ ନଥିଲେ। ସେ ଏକ ସାଧାରଣ ପରିବାରରୁ ଥିଲେ।

ମାୟାବତୀଙ୍କ ଜନ୍ମ ୧୯୫୬ ମସିହା ଜାନୁଆରୀ ୧୫ରେ ଦିଲ୍ଲୀର ସୁଚେତା କୃପାଳିନୀ ହସ୍ପିଟାଲରେ ହୋଇଥିଲା। ତାଙ୍କ ପିତାଙ୍କ ନାମ ପ୍ରଭୁ ଦାସ ଥିଲା। ସେ ଦୂରସଂଚାର ବିଭାଗରେ କିରାଣୀ ରୁପେ କାର୍ଯ୍ୟରତ ଥିଲେ। ତାଙ୍କ ମାଆଙ୍କ ନାମ ରାମରତି ଥିଲା। ତାଙ୍କର ୬ ଭାଇ ଏବଂ ଦୁଇ ଭଉଣୀ ଥିଲେ।

୧୯୭୫ରେ ମାୟାବତୀ ଦିଲ୍ଲୀ ବିଶ୍ଵବିଦ୍ୟାଳୟର କାଳିନ୍ଦି କଲେଜରୁ ସ୍ନାତକ କଳାରେ ଉତ୍ତୀର୍ଣ୍ଣ ହୋଇଥିଲେ। ୧୯୭୬ରେ ସେ ମେରଠ ବିଶ୍ଵବିଦ୍ୟାଳୟରେ ବି.ଉଡି କରିଥିଲେ। ଏହାପରେ ୧୯୮୩ରେ ଦିଲ୍ଲୀ ବିଶ୍ଵବିଦ୍ୟାଳୟରେ ଏଲଏଲବି ଡିଗ୍ରୀ ହାସଲ କରିଥିଲେ। ସେ ପିଲାଦିନୁ ଆଇଏଏସ୍ ଅଧିକାରୀ ହେବାକୁ ଚାହୁଁଥିଲେ। ପ୍ରଶାସନିକ ଅଧିକାରୀ ହେବା ପାଇଁ ସେ ପ୍ରସ୍ତୁତ ମଧ୍ୟ ହେଉଥିଲେ। ଏହି ମଧ୍ୟରେ ଦିଲ୍ଲୀରେ ଏକ ସ୍କୁଲରେ ଅଧ୍ୟାପିକା ଭାବେ ପାଠ ପଢାଇବା ଆରମ୍ଭ କଲେ।

ଏହାପରେ ସେ ରାଜନୀତିରେ ପାଦ ଥାପିଥିଲେ। ୧୯୭୭ରେ ସେ କାଂଶୀରାମଙ୍କ ସଂସ୍ପର୍ଶରେ ଆସିଥିଲେ। କାଂଶୀରାମ ମାୟାବତୀଙ୍କ ବିଚାରରେ ପ୍ରଭାବିତ ହୋଇ ୧୯୮୪ରେ ବିଏସପିରେ ତାଙ୍କୁ ସାମିଲ କରିଥିଲେ।

Leave a Reply

Your email address will not be published. Required fields are marked *