ଶୀତ ଦିନେ ବଗିଚାରେ ଲଗାନ୍ତୁ ଏହି ସବୁ ଫୁଲ ଗଛ, ବୃଦ୍ଧି ହେବ ଆପଣଙ୍କ ଘରର ସୌନ୍ଦର୍ଯ୍ୟ 

ଭୁବନେଶ୍ଵର, ୨୪/୦୧ : ଘରକୁ ସୁନ୍ଦର କରିବାକୁ ତିଆରି କରନ୍ତୁ ବଗିଚା। ଏହା ଦ୍ଵାରା ଘରର ପ୍ରାକୃତିକ ସୌନ୍ଦର୍ଯ୍ୟ ବୃଦ୍ଧି ହେବା ସହ ଆପଣଙ୍କୁ ମିଳିବ ସକାରାତ୍ମକ ଉର୍ଜା। ଏବେ ଶୀତ ଦିନ ହୋଇଥିବାରୁ ଆପଣ ଆପଣଙ୍କ ଘରେ ବିଭିନ୍ନ ଶୀତ ଦିନିଆ ଫୁଲ ଗଛ ଲଗାଇ ପାରିବେ। ଏହି ସବୁ ଫୁଲ ଗଛ ଚାରା ଆପଣଙ୍କୁ ଯେକୌଣସି ନର୍ସରୀରୁ ମଧ୍ୟ ମିଳିବ।

ଆଷ୍ଟର- ଏହି ଫୁଲ ଗଛକୁ ଖୁବ୍ କମ୍ ଯତ୍ନ ନେବାକୁ ପଡ଼େ। ଏହି ଗଛରେ ୧୫ ରୁ ୨୦ ଦିନ ମଧ୍ୟରେ ଫୁଲ ଆସିଥାଏ।

ସ୍ନାପଡ୍ରାଗନ- ଏହି ଗଛ ପାଇଁ ଖୁବ୍ କମ୍ ଖରା ଆବଶ୍ୟକ। ଏଥିପାଇଁ ଏହି ଗଛକୁ ଆପଣ କେଉଁଠାରେ ବି ଲଗାଇ ପାରିବେ।

ପାନ୍ସି- ଏହାକୁ ବନ ଫୁଲ କୁହାଯାଏ। ଏହି ଗଛ ବଗିଚାରେ ଥିଲେ ଖୁବ୍ ସୁନ୍ଦର ଲାଗେ।

ହରଗୌରୀ- ଏହି ଗଛକୁ ଖରାର ଆବଶ୍ୟକ ରହିଛି। ବସନ୍ତ ଋତୁ ତଥା ଫେବୃଆରୀ-ମାର୍ଚ୍ଚ ମାସରେ ଏହି ଗଛ ଭଲ ଭାବରେ ବଢେ।

ପଟ୍ ମ୍ୟାରିଗୋଲ୍ଡ- ଏହା ଗେଣ୍ଡୁ ଫୁଲ ପ୍ରଜାତିର। ଶୀତ ଦିନେ ଏହା ଭଲ ଭାବରେ ବଢିଥାଏ। ଏହି ଗଛ ପାଇଁ ଅଧିକ ଯତ୍ନ ନେବାକୁ ପଡ଼େ ନାହିଁ।

ଡ୍ୟାଫୋଡିଲ୍ସ- ଏହା ଏକ ବାରମାସୀ ଫୁଲ ଗଛ। ଏହାକୁ ଆପଣ ଶୀତ ଦିନେ ହୋମ୍ ଗାର୍ଡେନ୍‌ରେ ଲଗାଇ ପାରିବେ।

Leave a Reply

Your email address will not be published. Required fields are marked *