କାଡବୁରୀ ଚକୋଲେଟ ବିଜ୍ଞାପନରେ ଆଉ କିଛି ଖାସ ମିଠା କଥା-ଦେଖନ୍ତୁ

ଛୋଟବେଳେ ଦେଖିଥିବା ଟିଭି କାର୍ଯ୍ୟକ୍ରମ ଯେମିତି ମନେ ରହିଛି ସେମିତି ଟିଭିରେ ଆସୁଥିବା ବିଜ୍ଞାପନ ପ୍ରତି ଏକ  ଆକର୍ଷଣ ରହଯ଼ାଇଛି। ଏପରିକି ଇଣ୍ଟରନେଟରେ ସେହି ପୁରୁଣା ଦିନର ବିଜ୍ଞାପନ ଦେଖିଦେଲେ ଯେମିତି ପୁରୁଣା ଦିନଗୁଡ଼ାକ ମନେ ପଡ଼ିଯାଇଥାଏ, ଆଉ ଖୁବ ଖୁସି ଲାଗିଥାଏ ।  ଲୋକଙ୍କ ପସନ୍ଦ ଦେଖି କାଡବୁରୀ ଚକୋଲେଟ ତାର ପୁରୁଣା ବିଜ୍ଞାପନକୁ ପୁଣି ନୂଆ ଢଙ୍ଗରେ ଆଣିଛି , ଯ଼ାହାକୁ ଦେଖିଲେ ଆପଣ ବି ପୁରୁଣା ଦିନକୁ ତୁଳନା କରିବେ । କଥା ଆଗକୁ ନେବା ପୂର୍ବରୁ ଆମେ ପିଲା ଦିନର ଏହି ବିଜ୍ଞାପନ ମନେ ପକାଇବା ପାଇଁ ଏଠାରେ ଲିଙ୍କ ଦେଉଛୁ ଦେଖନ୍ତୁ ଏହା ପରେ ଅସଲ କଥା ଆପଣଙ୍କ ସାମ୍ନାକୁ ଆଣିବୁ।

କଡବୁରୀର ଏହି ଚକୋଲେଟ ବିଜ୍ଞାପନ ଆପଣଙ୍କର ନିଶ୍ଚୟ ମନେ ଥିବ ।  ବିଜ୍ଞାପନରେ କ୍ରିକେଟ ମ୍ୟାଚରେ ଏକ ହିଟ୍ ହେବା ପରେ ବାଉଣ୍ଡରୀରେ କାଳେ କ୍ୟାଚ ହୋଇଯ଼ିବ ସମସ୍ତେ ଚିନ୍ତାରେ ଥାଆନ୍ତି ଏହି ସମୟରେ ବଲଟି ବାଉଣ୍ଡରୀ ସେପଟେ ପଡୁଛି  ।  ଛକା ।  ଖୁସିରେ ସମସ୍ତେ ନାଚି ଉଠୁଛନ୍ତି।  ଗ୍ୟାଲେରି ଡେଇଁ ବ୍ୟାଟସମ୍ୟାନଙ୍କ ଗାର୍ଲ ଫ୍ରେଣ୍ଡ ମୈଦାନ ଭିତରକୁ ନାଚି ନାଚି  ପଶି ଆସୁଛନ୍ତି।  ଏଥିରେ ଅଭିନୟ କରିଥିବା ମଡେଲ ( ଆପଣ ଯାହାଙ୍କୁ ଭାବୁଛନ୍ତି ସେ ନୁହନ୍ତି) ମଧ୍ୟ ରାତାରାତି ଘରେ ଘରେ ପରିଚିତ ହୋଇଯାଇଥିଲେ। ତାଙ୍କୁ ଲୋକେ କାଡବୁରୀ ଗାର୍ଲ ନାଁ ଦେଇଥିଲ । ମଡେଲ କିଏ ଥିଲେ ଆପଣଙ୍କୁ କହିବା ପୂର୍ବରୁ ଏବେ କ୍ୟାଡବୁରୀର 2021 ବିଜ୍ଞାପନ ଦେଖନ୍ତୁ ।  

ସେଦିନର ସେ ଚକୋଲେଟ ବିଜ୍ଞାପନ ଭିନ୍ନ ଢଙ୍ଗରେ ଆସିଛି।  ଏବେ ମୈଦାନରେ ଝିଅ ବ୍ୟାଟସମ୍ୟାନ କ୍ରିକେଟରେ ସମାନ ଧରଣର ସଟ ଲାଗୁଛି।  ଆଉ ନାଚି ନାଚି ବୟ ଫ୍ରେଣ୍ଡ ପଡିଆ ଭିତରକୁ ପଶି ଆସୁଛନ୍ତି ।

ପୁରୁଣା ବିଜ୍ଞାପନରେ ମଡେଲ ସିମୋନା ରାଶି ଘରେ ଘରେ କାଡବୁରୀ ଗାର୍ଲ ଭାବେ ସେତେବେଳେ ପରିଚିତ ହୋଇଥିଲେ  । ଏହି ବିଜ୍ଞାପନ ମଧ୍ୟ ମେସେଜ ଦେଇଥିଲା ଚକୋଲେଟ ଖାଲି ପିଲାଙ୍କ ପାଇଁ ନୁହେଁ ବଡ଼ମାନେ ଖାଇପାରିବେ। ଏବେ 30 ବର୍ଷ ପରେ ସେହି ପୁରୁଣା ଗୀତ ଉପରେ କ୍ରିକେଟ ମୈଦାନର ନୂଆ ଦୃଶ୍ୟ ଦେଖାଦେଇଛି । କିନ୍ତୁ ଭିନ୍ନ ଆନ୍ଦାଜରେ। ନେଟ ଦୁନିଆରେ ଏହି ବିଜ୍ଞାପନ ଉପରେ ଖୁବ ଚର୍ଚ୍ଚା ଆରମ୍ଭ ହୋଇଛି । ଯ଼ଦି ଲେଖାଟି ଭଲ ଲାଗିଲା ନିଶ୍ଚୟ ସେୟାର କରନ୍ତୁ।

Leave a Reply

Your email address will not be published. Required fields are marked *