ସୋନୁ ସୁଦଙ୍କ ଘରେ ଆଇଟି ଚଢ଼ାଉ

ବଲିଉଡ ଅଭିନେତା ସୋନୁ ସୁଦଙ୍କ ଘରେ ଆୟକର ଚଢ଼ାଉ କରିଛି। ସୋନୁଙ୍କ ମୁମ୍ବାଇସ୍ଥିତ ବାସଭବନ ଓ କାର୍ଯ଼୍ୟାଳୟରେ ଆୟକର ବିଭାଗ ଛାପା ମାରିଛି । ତାଙ୍କ ପ୍ରପର୍ଟି ଆକାଂଉଟ ବୁକରେ ହେରଫେର ଥିବା ଅଭିଯୋଗ ଆସିବା ପରେ ଆଇଟି ବିଭାଗ ଏହାର ଯାଂଚ ଆରମ୍ଭ କରିଛି । ସୋନୁଙ୍କ ଲିଙ୍କରେ ଥିବା ୬ଟି ସ୍ଥାନ ଉପରେ ବିଭାଗ ସର୍ଭେ କରିଛି । ତାଙ୍କର କୌଣସି ସାମଗ୍ରୀ ଜବତ କରାଯାଇ ନାହିଁ । ସମ୍ପୂର୍ଣ୍ଣ ଯାଂଚ ସରିବା ପରେ ଏ ସମ୍ପର୍କରେ ଆୟକର ବିଭାଗ ଜଣାଇବ ବୋଲି କହିଛି ।

କରୋନା ମହାମାରୀ ସମୟରେ ସୋନୁ ସାଧାରଣ ଜନତାଙ୍କୁ ସାହାଯ୍ୟ କରି ଚର୍ଚ୍ଚାକୁ ଆସିଥିଲେ । ତେବେ ତାଙ୍କ ଫଣ୍ଡିଂ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏବେ ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍କୁଲ ଷ୍ଟୁଡେଂଟସ ମେଂଟରଶିପ ପ୍ରୋଗ୍ରାମରେସୋନୁଙ୍କୁ ବ୍ରାଣ୍ଡ ଆମ୍ବାସଡର ନିଯୁକ୍ତ କରିଥିଲା । ଏହା ପରେ ଆୟକର ବିଭାଗ ଏହି ସର୍ଭେ କରିଛି ।

ତେବେ ଏହି ଆୟକର ସର୍ଭେକୁ ଅନେକ ରାଜନୀତି  ସହିତ ଯ଼ୋଡିଛନ୍ତି। ରାଜନୈତିକ ଆକ୍ରୋଶ ରଖି ସୋନୁଙ୍କ ଘରେ ଆୟକର ଚଢ଼ାଉ ହୋଇଥିବା ଆମ ଆଦମି ପାର୍ଟି ନେତା ଅତସୀ କହିଛନ୍ତି। ସେହପରି ସୋସିଆଲ ମିଡିଆରେ ଏନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟାମାନ ପ୍ରକାଶ ପାଇବାରେ ଲାଗିଛି। ଶୁମନ୍ତୁ କଣ କହିଛନ୍ତି ଅତିସୀ

 

Leave a Reply

Your email address will not be published. Required fields are marked *