‘ସେବା ସମାଜ’ର ପ୍ରତିଷ୍ଠାତା ପଦ୍ମଶ୍ରୀ ଶାନ୍ତି ଦେବୀ, ମାଓବାଦୀ ଅଞ୍ଚଳରେ ଶାନ୍ତି ପାଇଁ ଥିଲା ମହତ୍ତ୍ୱପୂର୍ଣ୍ଣ ଅବଦାନ
ଭୁବନେଶ୍ଵର, ୧୮/୧୧ : ଶାନ୍ତି ଦେବୀ ବାଲେଶ୍ୱର ଜିଲ୍ଲାର ଗୋପାଳ ଗାଁରେ ଜନ୍ମଗ୍ରହଣ କରିଥିଲେ । ପିତାଙ୍କ ନାମ ରାଜେନ୍ଦ୍ର ମୋହନ ଦାସ, ମାତା ନେତ୍ରମଣି ଦେବୀ । ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତକାଳରେ ଖୁଡ଼ି ଗୋଦାବରୀ ଦେବୀ ତାଙ୍କୁ ଓଡ଼ିଆ ପଢ଼ାଉଥିଲେ । ପିଲାଟି ଦିନରୁ ଶାନ୍ତି ଦେବୀ ଗାନ୍ଧିଜୀ ଏବଂ ବିନୋବା ଭାବେଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇଥିଲେ । ଶାନ୍ତି ଦେବୀ ଇଣ୍ଟରମିଡିଏଟ୍ ପାସ୍ କଲାପରେ କଲେଜ ଛାଡ଼ି ସମାଜସେବା ନିମିତ୍ତ ନିଷ୍ପତ୍ତି ନେଇଥିଲେ…