ମହିଳାଙ୍କୁ ସଶକ୍ତିକରଣ କରିବାକୁ ସରକାର ବାଣ୍ଟୁଛନ୍ତି ମାଗଣାରେ ସିଲେଇ ମେସିନ୍, ଜାଣନ୍ତୁ କିଭଳି କରିବେ ଆବେଦନ…

ନୂଆଦିଲ୍ଲୀ, ୨୪/୧୧ : ମହିଳାଙ୍କୁ ସଶକ୍ତିକରଣ କରିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ଯୋଜନା କରୁଛନ୍ତି। ଆର୍ଥିକ ସ୍ଥିତିରେ ଦୁର୍ବଳ ଏବଂ ଗରିବ ମହିଳାଙ୍କ ପାଇଁ ସରକାର ଏକ ଲାଭକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାର ନାମ ହେଉଛି ପିଏମ୍ ଫ୍ରି ସିଲେଇ ମେସିନ୍ ଯୋଜନା। ଏହି ଯୋଜନାରେ ଗରିବ ଶ୍ରେଣୀର ମହିଳାଙ୍କୁ ନିଃଶୁଳ୍କ ସିଲେଇ ମେସିନ୍ ବଣ୍ଟନ କରାଯାଉଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ ଫ୍ରି ସିଲେଇ ମେସିନ୍ ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳର ମହିଳାଙ୍କୁ ମାଗଣାରେ ସିଲେଇ ମେସିନ୍ ଯୋଗାଇ ଦିଆଯିବ। ମହିଳାମାନେ ସ୍ବାବଲମ୍ବୀ ହୋଇପାରିବେ। ଏଥିପାଇଁ ଅନଲାଇନ୍ ରେ ଆବେଦନ କରିବାକୁ ପଡିବ। ତେବେ ଜାଣନ୍ତୁ ଏହାର ପ୍ରକ୍ରିୟା ବିଷୟରେ…

ଆବଶ୍ୟକ ପ୍ରମାଣପତ୍ର:-
-ଆଧାର କାର୍ଡ
-ବୟସ ପ୍ରମାଣପତ୍ର
-ଆୟ ପ୍ରମାଣପତ୍ର
-ପରିଚୟ ପତ୍ର
-ଦିବ୍ୟାଙ୍ଗ ହୋଇଥିଲେ ଦିବ୍ୟାଙ୍ଗ ପ୍ରମାଣପତ୍ର
-ବିଧବା ହୋଇଥିଲେ ଏହାର ପ୍ରମାଣପତ୍ର
– ମୋବାଇଲ ନମ୍ବର
-ପାସପୋର୍ଟ ସାଇଜ୍ ଫଟୋ
ସର୍ବ ପ୍ରଥମେ http://www.india.gov.in କୁ ଯାଆନ୍ତୁ। ଏହାପରେ ଫ୍ରି ସିଲେଇ ମେସିନ୍ ଯୋଜନା ଆବେଦନ ଫର୍ମ ଡାଉନଲୋଡ କରନ୍ତୁ। ଏହାପରେ ଫର୍ମ ଫିଲପ୍ କରନ୍ତୁ। ଏହାପରେ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟାଳୟରେ ଡିପୋଜିଟ କରନ୍ତୁ।

ଏହାପରେ ଫର୍ମ ଡିପୋଜିଟ ହେବାର ୬-୭ ଦିନ ମଧ୍ୟରେ ଆପଣଙ୍କୁ ମାଗଣାରେ ସିଲେଇ ମେସିନ୍ ଦିଆଯିବ।

Leave a Reply

Your email address will not be published. Required fields are marked *