କିଭଳି ହ୍ୟାଣ୍ଡବ୍ୟାଗ୍‌ ବ୍ୟବହାର କରିବେ କର୍ମଜୀବୀ ମହିଳା

ଭୁବନେଶ୍ଵର, ୧୩/୦୮ : ଆଉଟଫିଟ୍‌, ମେକଅପ୍‌ ସାଙ୍ଗକୁ ହ୍ୟାଣ୍ଡବ୍ୟାଗ୍‌ ଲୁକ୍‌କୁ ଆହୁରି ଷ୍ଟାଇଲିଶ୍‌ କରିଥାଏ । କର୍ମଜୀବୀ ମହିଳାଙ୍କ ପାଇଁ ହ୍ୟାଣ୍ଡବ୍ୟାଗ୍‌ ନିହାତି ଜରୁରୀ । ସେମାନେ ଏମିତି ହ୍ୟାଣ୍ଡବ୍ୟାଗ୍‌ ଚାହାନ୍ତି ଯାହା ଟ୍ରେଣ୍ଡି ହେବା ସହିତ ଆବଶ୍ୟକ ସମସ୍ତ ସାମଗ୍ରୀ ରଖି ଅଫିସ୍‌ ଯାଇପାରିବେ । ତା’ହେଲେ ଜାଣିବା ସେମିତି କିଛି ହ୍ୟାଣ୍ଡ୍‌ବ୍ୟାଗ୍‌ ଷ୍ଟାଇଲ୍‌ ଯାହାକୁ କର୍ମଜୀବୀ ମହିଳାମାନେ କ୍ୟାରି କରି ସହଜରେ ମେଟ୍ରୋ ଏବଂ ବସ୍‌ରେ ଯାତ୍ରା କରିପାରିବେ ।

ବକେଟ୍‌ ଷ୍ଟାଇଲ୍‌ ନିଅନ୍ତୁ ଯଦି ଆପଣଙ୍କର ଅଫିସ୍‌ ଟୁର୍‌ ଅଛି ଏବଂ ଆପଣଙ୍କୁ ସାମଗ୍ରୀ କ୍ୟାରି କରିବାରେ ସମସ୍ୟା ହେଉଥିବ ତା’ହେଲେ ଆପଣ ବକେଟ୍‌ ଷ୍ଟାଇଲ୍‌ ହ୍ୟାଣ୍ଡବ୍ୟାଗ୍‌ କ୍ୟାରି କରିପାରିବେ । ଏହି ଷ୍ଟାଇଲ୍‌ର ହ୍ୟାଣ୍ଡବ୍ୟାଗ୍‌ ବଡ଼ ହୋଇଥାଏ । ସେଥିପାଇଁ ଯାତ୍ରା ସମୟରେ ଏହି ହ୍ୟାଣ୍ଡବ୍ୟାଗ୍‌ କ୍ୟାରି କଲେ ସବୁ ସାମଗ୍ରୀ ରହିବାକୁ ଜାଗା ହୋଇଯାଏ । ଏହି ଡିଜାଇନର୍‌ ହ୍ୟାଣ୍ଡବ୍ୟାଗ୍‌ ସବୁ ପ୍ରକାର ଆଉଟଫିଟ୍‌ ସହିତ ଭଲ ମାନିଥାଏ । ଶସ୍ତା ଏବଂ ସୁନ୍ଦର ଘରେ ଥିବା ଅଦରକାରୀ କପଡାକୁ ଆମେ ଫିଙ୍ଗି ଦେଇଥାଉ । କିନ୍ତୁ ଏହି ଅଦରକାରୀ କପଡାରୁ ମଧ୍ୟ ଏକ ସୁନ୍ଦର ବ୍ୟାଗ୍‌ ଘରେ ତିଆରି କରିପାରିବେ । ଏହାକୁ ନିଜ ହିସାବରେ କଷ୍ଟମାଇଜଡ୍‌ କରି ଏକ ଡିଜାଇନର୍‌ ବ୍ୟାଗ୍‌ରେ ମଧ୍ୟ ପରିବର୍ତ୍ତନ କରିପାରିବେ । ଏହି ପ୍ରକାର କଟନ୍‌ ବ୍ୟାଗ୍‌ ଅଫିସ୍‌ ପାଇଁ ଭଲ । ଅନଲାଇନ୍‌ରେ ମଧ୍ୟ ବିଭିନ୍ନ ଡିଜାଇନର୍‌ କଟନ୍‌ ବ୍ୟାଗ୍‌ ଉପଲବ୍ଧ ।

କ୍ଲାସି ହୋବୋ ହ୍ୟାଣ୍ଡବ୍ୟାଗ୍‌ ଅନେକ କର୍ମଜୀବୀ ମହିଳା ଥାଆନ୍ତି ଯାହାଙ୍କୁ ଅଧିକ ସାମଗ୍ରୀ କ୍ୟାରି କରିବା ପସନ୍ଦ ନୁହେଁ । ଏମିତିରେ ଆପଣ ହୋବୋ ହ୍ୟାଣ୍ଡବ୍ୟାଗ୍‌ ଷ୍ଟାଇଲ୍‌ କରିପାରିବେ । ଏହିପ୍ରକାର ବ୍ୟାଗ କ୍ଲାସି ଲାଗିଥାଏ ଏବଂ ଷ୍ଟାଇଲ କରିବା ମଧ୍ୟ ସହଜ । ୱେଷ୍ଟର୍ନ ଆଉଟଫିଟ୍‌ ସହିତ ଏହି ବ୍ୟାଗ ଭଲ ଲାଗେ । ଏହାର ଅଲଗା ଅଲଗା ପାଟର୍ନ ଏବଂ କଲର ମିଳୁଛି । ଆଉଟଫିଟ୍‌ ସହିତ ମ୍ୟାଚ୍‌ କରି କ୍ୟାରି କରିପାରିବେ । ଲ୍ୟାପଟପ୍‌ ସୋଲ୍ଡର ସ୍ଲିଙ୍ଗ୍‌ ଅଫିସ୍‌ ବ୍ୟାଗ୍‌ ଯଦି ଆପଣଙ୍କୁ ଅଫିସ୍‌ ଯିବା ସମୟରେ ସବୁବେଳେ ଲ୍ୟାପଟପ୍‌ କ୍ୟାରି କରିବାକୁ ପଡୁଥିବ ତା’ହେଲେ ଆପଣ ଲ୍ୟାପଟପ୍‌ ସୋଲ୍ଡର ସ୍ଲିଙ୍ଗ୍‌ ଅଫିସ୍‌ ହ୍ୟାଣ୍ଡ୍‌ବ୍ୟାଗ୍‌ କ୍ୟାରି କରିପାରିବେ । ଏହା ବଡ଼ ହୋଇଥିବାରୁ ଲ୍ୟାପଟପ୍‌ ସହିତ ଅନ୍ୟ ଆବଶ୍ୟକ ଜିନିଷ ମଧ୍ୟ ଜାଗା ହୋଇଯାଏ । କେବଳ ବ୍ଲାକ୍‌ କଲର୍‌ କାହିଁକି ଏହି ଡିଜାଇନ୍‌ରେ ଅନ୍ୟ କଲର୍‌ ମଧ୍ୟ ନେଇପାରିବେ। ବ୍ୟାଗ୍‌ କିଣିବା ସମୟରେ ଧ୍ୟାନ ରଖନ୍ତୁ-

-ଯେତେବେଳେ ବ୍ୟାଗ କିଣୁଥିବେ ଏହାର କ୍ୱାଲିଟି ଦେଖି କିଣନ୍ତୁ। ଭଲ କ୍ୱାଲିଟିର ହ୍ୟାଣ୍ଡବ୍ୟାଗ୍‌ ଅଧିକ ଦିନ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ।
-ବ୍ୟାଗ ଅଧିକ ବଡ଼ ନହୋଇଥିବା ଦରକାର। ନହେଲେ କ୍ୟାରି କରିବାରେ ଅସହଜ ଲାଗିବ।
-ଅଫିସ୍‌ ପାଇଁ ଅଳ୍ପ ଡିଜାଇନର୍‌ ହ୍ୟାଣ୍ଡବ୍ୟାଗ୍‌ କିଣନ୍ତୁ।
-ଅଫିସ୍‌ ପାଇଁ କିଣୁଥିଲେ ଫଙ୍କି କଲର୍‌ ହ୍ୟାଣ୍ଡବ୍ୟାଗ୍‌ ନିଅନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *