ଥଣ୍ଡା, ଜ୍ୱରରୁ ଶୀଘ୍ର ସୁସ୍ଥ ହେବେ କେମିତି ? ୫ ସୂତ୍ରୀ ସରଳ ଚିକିତ୍ସା

ଭୁବନେଶ୍ୱର, ୨୨/୨୪ : ଭାରତରେ ପୁଣି ଥରେ କରୋନା ସଂକ୍ରମଣ ବଢୁଥିବା ବେଳେ ଇନଫ୍ଲ୍ୟୁଏଞ୍ଜା-ଏ’ର ସବ୍ ଭ୍ୟାରିଆଣ୍ଟ ଏଚ୩ଏନ୨ ମଧ୍ୟ ବଢିବାରେ ଲାଗିଛି । ଫଳରେ ଅଧିକାଂଶ ଲୋକଙ୍କ ଠାରେ ଥଣ୍ଡା, ଜ୍ୱର, କାଶ ଦେଖିବାକୁ ମିଳୁଛି । ତେବେ ଏହି ଭାଇରାଲ ଥଣ୍ଡା, ଜ୍ୱରରୁ ଶୀଘ୍ର ମୁକ୍ତି ପାଇବା ଅବା ସୁସ୍ଥ ହେବା ପାଇଁ କ’ଣ କରିବାକୁ ପଡିବ । ଡାକ୍ତରଙ୍କ ପରାମର୍ଶ ଅନୁସାରେ ୫ଟି ସରଳ ଉପାୟ ଅଛି ଯାହା ଶୀଘ୍ର ଜ୍ୱର, ଥଣ୍ଡା ଭଲ କରିବାରେ ସହାୟକ ହୋଇଥାଏ ।

ଥଣ୍ଡା, ଜ୍ୱର ୫ ସୂତ୍ରୀ ସରଳ ଚିକିତ୍ସା

୧. ରୋଗୀଙ୍କୁ ଉପଯୁକ୍ତ ବିଶ୍ରାମ ଦରକାର-ଏହାଦ୍ୱାରା ଆମ ଶରୀରର ପ୍ରାକୃତିକ ଭାବେ ମରାମତି ଏବଂ ପୁନରୁଦ୍ଧାର ହୋଇଥାଏ। ଅସୁସ୍ଥତା ସମୟରେ ବିଶ୍ରମ ନେବା ଦ୍ୱାରା ଶରୀର ସର୍ବନିମ୍ନ ଶକ୍ତି ବ୍ୟବହାର କରିଥାଏ

୨.ଆବଶ୍ୟକତା ଅନୁସାରେ ପାଣି ପିଇବା- ପ୍ରତିଦିନକୁ ୬ରୁ ୭ ଲିଟର ପାଣି ପିଇବା ଦ୍ୱାରା ଶରୀର ଏବଂ ମାଂଶପେଶୀ ଯନ୍ତ୍ରଣା ହୋଇନଥାଏ

୩.ଉଷୁମ ପାଣିରେ ଗାଧୋଇବା- ଏହା ଦ୍ୱାରା ଶରୀରର ମାନସିକ ଓ ଶାରୀରିକ ଚାପ କମିଯାଇଥାଏ। ରକ୍ତ ସଂଚାଳନ ବଢାଇବା ସହ ଆପଣଙ୍କୁ ଅଧିକ ଆରାମଦାୟକ ଏବଂ ସତେଜ ଅନୁଭବ କରାଇଥାଏ

୪.ବାଷ୍ପ ନିଶ୍ୱାସ, ଗାର୍ଗଲିଂ କରିବା- ଉଷୁମ ପାଣି ନିଶ୍ୱାସ ନେଲେ ଶରୀରର ଛାତିଜନିତ ସମସ୍ୟା ଦୂର ହୋଇଥାଏ
ଉଷୁମ ପାଣିରେ ଗାର୍ଗଲିଂ କରିବା ଦ୍ୱାରା ଗଳା ପ୍ରଦାହ କମିଥାଏ

୫.ସଫା, ସୁତରା ରହିବା- ଏହାଦ୍ୱାରା ଅନ୍ୟ କୌଣସି ଭୂତାଣୁ ଆପଣଙ୍କୁ ସ୍ରଂକମିତ କରିନଥାଏ।

Leave a Reply

Your email address will not be published. Required fields are marked *