କୋଭିଡର କହର ଟିକେ କମୁଥିବାର ଜଣାଯାଉଛି । ଦୈନିକ ସଂଖ୍ୟା ଏବେ ନିୟନ୍ତ୍ରଣାଧୀନ ରହୁଛି। ଏତିକିବେଳେ ଦେଶବ୍ୟାପୀ ଏବେ ଲୋକମାନଙ୍କ ଠାରେ ଏକ ଅଜବ ଲକ୍ଷଣ ଦେଖାଯାଉଛି। ଅନେକ ଲୋକ ସାଧାରଣ ଥଣ୍ଡା ରୋଗରେ ଆକ୍ରାନ୍ତ ହେଉଛନ୍ତି । ନାକରୁ ପାଣି ଗଡ଼ିବା, ମୁଣ୍ଡ ପିନ୍ଧା, ଦେହହାତ ଘୋଲାବିନ୍ଧା, ସାମାନ୍ୟ ଜର କାଶ । ସ୍ବାଭାଭିକ ଭାବେ ସମସ୍ତେ କୋଭିଡ ଭୟରେ ଭୟଭୀତ ହୋଇପଡିବେ। ତେବେ ପରୀକ୍ଷା କରାଇନେବା ଭଲ। ଅନେକ କିନ୍ତୁ ନେଗେଟିଭ ଆସୁଥିବାର ଦେଖାଯାଉଛି। ଡାକ୍ତରମାନେ ଏହାକୁ ସାଧାରଣ ଫ୍ଲୁ ବୋଲି କହୁଛନ୍ତି। କେବଳ ଭାରତ କାହିଁକି ଏବେ ତ ୟୁରୋପରେ ଏହା ଖୁବ ମାଡୁଛି। ସାଧାରଣତଃ ଋତୁ ଚକ୍ର ସହିତ ଏହି ସମୟରେ ଥଣ୍ଡା ରୋଗ ବେଶୀ ଦେଖାଦେଇଥାଏ। ଯାହାକୁ ଆମେ ସିଜିନାଲ ଫ୍ଲୁ ବୋଲି କହିଥାଉ। ତାହା ଏବେ ପୁଣି ଆରମ୍ଭ ହେବାକୁ ଯାଉଛି ।
ଗତ ଦୁଇବର୍ଷ କୋଭିଡ ଆତଙ୍କ ଭିତରେ ଏହା ବିଶେଷ ଭାବେ ପରିଲକ୍ଷିତ ହୋଇନଥିଲା। ଦୁଇଟି କାରଣ ହୋଇଥାଇପାରେ। କୋଭିଡ ଭୟରେ ସାଧାରଣ ଥଣ୍ଡା ଅନୁଭବ କରିବା ମାତ୍ରେ ଲୋକେ ଔଷଧ ଖାଇଦେଉଥିଲେ। ତେଣୁ ଏହା ଦେହ ଭିତରେ ଦବି ଯ଼ାଉଥିଲା। ଦ୍ବିତୀୟ କାରଣଟି କୋଭିଡର ଆତଙ୍କ ମଧ୍ୟରେ ସିଜିନାଲ ଫ୍ଲୁକୁ କେହି ଅଧିକ ଗୁରୁତ୍ବ ଦେଉନଥିଲେ। ତାଛଡ଼ା କୋଭିଡ ସତର୍କତା ମଧ୍ୟ ସିଜିନାଲ ଫ୍ଲୁକୁ ଅଧିକ ସଂକ୍ରମିତ ହେବାକୁ ଦେଇନଥିଲା। ଏବେ କିନ୍ତୁ ବିଶ୍ବବ୍ୟାପୀ କୋଭିଡ କମିବା ସହିତ ଫ୍ଲୁ ବ୍ୟାପୁଥିବା ଦେଖିବାକୁ ମିଳିଛି।
#COVID19 & #flu are both contagious respiratory illnesses that can have similar symptoms, but they are caused by different viruses. Use this chart to learn some of the similarities and differences.
For more info on COVID-19 & flu, visit: https://t.co/7JvVEcIerm. pic.twitter.com/XVPDuC37L3
— CDC (@CDCgov) October 18, 2021
ଭାରତରେ ଆଗକୁ ଶୀତ ଦିନ ଆସୁଥିବାରୁ ଫ୍ଲୁକୁ ନେଇ ଅନେକ ଚିନ୍ତା ପ୍ରକାଶ କରିଛନ୍ତି । କାରଣ ଉତ୍ତର ଭାରତରେ ଥଣ୍ଡାର ପ୍ରକୋପ ଅଧିକ ରହିଥାଏ। ତା ସହିତ ଉତ୍ତର ଭାରତରେ ମଧ୍ୟ ଏବେ ସିଜିନାଲ ଫ୍ଲୁ ଦେଖାଦେଲାଣି। ତେଣୁ କୋଭିଡ ପାଇଁ ଯେଉଁଭଳି ସତର୍କତା ନିଆଯାଉଥିଲା ସେହିଭଳି ସତର୍କତା ନେବା ଲାଗି ବିଶେଷଜ୍ଞମାନେ ପରାମର୍ଶ ଦେଉଛନ୍ତି, ଯେମିତିକି କୋଭିଡ ଓ ଫ୍ଲୁ ଉଭୟରୁ ସୁରକ୍ଷା ମିଳିପାରିବ। ତା ଛଡ଼ା କୋଭିଡ ଓ ଇନଫ୍ଲୁଏନଜା ପାଇଁ ଏକା ପ୍ରକାରର ରୋଗ ପ୍ରତିରୋଧକ ଶକ୍ତି ଶରୀର ଭିତରେ ଲଢ଼େଇ କରିଥାଏ। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେଲେ ଫ୍ଲୁ ସଂକ୍ରମଣ ଆସିବାର ଆଶଙ୍କା ରହିଛି। ଯେଉଁମାନେ କୋଭିଡରେ ସଂକ୍ରମିତ ହୋଇଛନ୍ତି ସେମାନଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ଫ୍ଲୁ ବିରୋଧରେ ମଧ୍ୟ ସୃଷ୍ଟି ହୋଇଥିବ। ତେବେ ସମୟ ସହିତ ଏହା କମିବା ଆରମ୍ଭ ହେବ ଏବଂ ଧିରେ ଧିରେ ସାଧାରଣ ଫ୍ଲୁ ଭାଇରସ ଶରୀରକୁ ପ୍ରବେଶ କରିବା ସମ୍ଭାବନା ରହିଛି।
ଭାକ୍ସିନକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛନ୍ତି। କଣ କୋଭିଡ ଭାକ୍ସିନ ଫ୍ଲୁ ବିରୁଦ୍ଧରେ ସୁରକ୍ଷା ଦେଇପାରେ? ଏଥିରେ ମଧ୍ୟ ହଁ ନାହିଁର ଉତ୍ତର ରହିଛି। କୋଭିଡ ଭାକ୍ସିନ ନେଇଥିବା ଜଣେ ବ୍ୟକ୍ତିଙ୍କୁ ସାଧାରଣ ଫ୍ଲୁ ବି ହୋଇପାରେ। ଦ୍ବିତୀୟ କଥା ହେଲା ଫ୍ଲୁ ପାଇଁ ଭାକ୍ସିନ ରହିଛି। କିନ୍ତୁ କୋଭିଡ ଠାରୁ ସାଧାରଣ ଫ୍ଲୁର ଭ୍ୟରିଆଣ୍ଟ ବହୁ ଅଧିକ। ତେଣୁ କେଉଁ ଭ୍ୟାରିଆଣ୍ଟ କେଉଁ ଅଞ୍ଚଳରେ ସକ୍ରିୟ ରହିଛି ଏବଂ ସେଠାରେ କେଉଁ ଭାକ୍ସିନ ଦିଆଯ଼ିବା ଉଚିତ ହେବ ତାହା ନିର୍ଣ୍ଣୟ କରିବା ମୁସ୍କିଲ ବ୍ୟାପାର ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ୟୁରୋପରେ ଏବେ ଫ୍ଲୁ ସିଜିନ ଆରମ୍ଭ ହୋଇଯାଇଥିବାରୁ ଦୈନିକ କୋଭିଡ ସଂଖ୍ୟା ବୃଦ୍ଧି ପାଇଲାଣି ଏଥିସହିତ ଫ୍ଲୁ ମଧ୍ୟ ବ୍ୟାପୁଛି। ତେଣୁ ଫ୍ଲୁ ପାଇଁ ଅନେକ ଟିକା ନେବା ଆରମ୍ଭ କଲେଣି। ଏମିତି କି ତ ୟୁରୋପ ଆମେରିକାରେ ଆଗକୁ ଟ୍ବିନଡେମିକ ଆସିବା ଆଶଙ୍କା କରି ଉଭୟ ଫ୍ଲୁ ଓ କୋଭିଡ ପାଇଁ ଏକାଥରେ ଟିକା ନେଉଥିବା ଦେଖାଯାଉଛି।
Health experts in the #US have warned against what they called a “twindemic” of #Covid19 and #flu this coming winter season, according to a news report https://t.co/wh7U3cI71J
— National Herald (@NH_India) October 12, 2021
ପ୍ରଶ୍ନ ଉଠୁଛି କଣ ଏହା ଅତି ଗୁରୁତର ରୂପ ଧାରଣ କରିବ କି ? ସେନେଇ କିଛି ଆକଳନ କରାଯାଇନାହିଁ। କାରଣ ପୂର୍ବରୁ ପ୍ରତିବର୍ଷ ସାଧାରଣ ଭାବେ ସିଜିନାଲ ଫ୍ଲୁ ଲୋକମାନଙ୍କୁ ହୁଏ ଏବଂ ସମୟ ସହିତ ଏହା ଭଲ ହୋଇଯାଏ। ଏବେ କିନ୍ତୁ କୋଭିଡ ସମୟକୁ ନେଇ ଅଧିକ ଚିନ୍ତା କରାଯାଉଛି। ବର୍ତ୍ତମାନ ସ୍ଥିତି ଯାହା ଅତି ନଗଣ୍ୟ ସଂଖ୍ୟାରେ ଅଳ୍ପ କିଛି ଲୋକ ସିଜିନାଲ ଫ୍ଲୁରେ ସଂକ୍ରମିତ ହୋଇଛନ୍ତି। କିନ୍ତୁ ଏହା ଡିଆଁ ରୋଗ ହୋଇଥିବାରୁ ଏହାକୁ ନେଇ ଚିନ୍ତା ବଢ଼ିବା ସ୍ବାଭାବିକ। ଏତିକି କେବଳ କହିହେବ କୋଭିଡର ସାଧାରଣ ସତର୍କତା ମାସ୍କ, ଦୂରତା ହାତ ଧୁଆକୁ ଭୁଲନ୍ତୁ ନାହିଁ। ଏହା ଫ୍ଲୁ ଠାରୁ ସୁରକ୍ଷା ଦେବ।