ନେକଲେସ ପିନ୍ଧି ଆଉ କନ୍ୟା ଉଠିପାରିଲାନି

ବାହାଘର ବେଳେ ବର କନ୍ୟାକୁ ନେକଲେସ ଦେବାର ପରମ୍ପରା ରହିଛି। କିନ୍ତୁ ବର ଯେ 60 କିଲୋର ସୁନା ନେକଲେସ ଆଣି ଦେବ ସେକଥା କନ୍ୟାଘର ଲୋକ ବି ଭାବି ନଥିଲେ। ସମସ୍ତେ ତାଜୁବ । ଏବେ ଏହି ଘଟଣା ବିଶ୍ବ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ଚୀନର ।

ଗତ ସେପ୍ଟେମ୍ବର 30 ତାରିଖରେ ଚୀନର ହୁବେଇ ପ୍ରଦେଶରେ ଏହି ବାହାଘର ଅନୁଷ୍ଠିତ ହୋଇଥିଲା।  ତେବେ ବାହାଘରର ଏହି ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖାଯାଇଛି ଯେ ଝିଅଟି ଏକ ଧଳା ଗାଉନ ପିନ୍ଧିଛି, ହାତରେ ଏକ ଗୋଲାପ ଗୁଚ୍ଛା ଧରି ଏବଂ ଗୋଲ ଗୋଲ ସୁନା ନେକଲେସ ପିନ୍ଧିଛି।  ନେକଲେସର ଓଜନ 60 କିଲୋ । ନେକଲେସର ଓଜନରେ କନିଆଁ ଉଠିପାରିନଥିଲା, ତେଣୁ ବର କନିଆଁକୁ ସାହାଯ୍ୟ କରି୍ଥିଲା ତାକୁ ଚାଲିବା ପାଇଁ  । ବରର ଏଭଳି ଭେଟି ଦେଖି ସମସ୍ତେ ସେଠାରେ ତାଜୁବ ହୋଇଯାଇଥିଲେ।

Leave a Reply

Your email address will not be published. Required fields are marked *