ପ୍ରେମରେ ଧୋକା ଖାଇଥିଲେ କେମିତି ନିଜକୁ ସମ୍ଭାଳିବେ ପଢ଼ିବା ଜରୁରୀ

ସଂପର୍କରେ ହଠାତ ଏପଟ ସେପଟ ହୋଇଯ଼ିବା, ଏହାକୁ ନେଇ ବିବ୍ରତ ହେବା, ଅନେକ ଏଥିପାଇଁ ନିଜ ଜୀବନର ସନ୍ତୁଳନ ହରେଇ ବସନ୍ତି । ସେ ପ୍ରେମରେ ଧୋକା ଖାଇବା ହେଉ କିମ୍ବା ପତି ପତ୍ନୀଙ୍କ ମଧ୍ୟରେ ସଂପର୍କ ଖରାପ ହେବା ହେଉ କିମ୍ବା ଅଫିସରେ ସଂପର୍କ ଖରାପ ହେବା ହେଉ, ଏସବୁ କାରଣ ପାଇଁ ଜୀବନର ଗତିପଥ ପରିବର୍ତ୍ତନ ହୋଇଯାଇଥାଏ । ଏହି ସମୟରେ ମଣିଷ ଧର୍ଯ୍ୟହରା ହୋଇଯାଏ, ଭୁଲ ରାସ୍ତାରେ ଯ଼ିବାର ନଜିର ମଧ୍ୟ ରହିଥାଏ, କିଛି ତ ଆତ୍ମହତ୍ୟା କରିବାର ଉଦାହରଣ  ବି ରହିଛି,  ଆଉ କିଛି ଏମିତି ପଦକ୍ଷେପ ନେଇଛନ୍ତି ଯାହା ପାଇଁ ପଛରେ ପଶ୍ଚାତାପ କରିବାକୁ ପଡ଼ିଥାଏ ।  ଆପଣଙ୍କ ସହିତ ଯଦି ଏମିତି କିଛି ହୋଇଛି ତେବେ ଏହା ଆପଣଙ୍କ ପାଇଁ ଏକ ଉପାଦେୟ ଲେଖା। ମାନସିକ ଡାକ୍ତରମାନେ ଏନେଇ ବିଭିନ୍ନ ପ୍ରକାରର ଟିପସ ଦେଇଛନ୍ତି ଯ଼ାହା ଆମେ ଆପଣଙ୍କ ପାଇଁ ଆଣିଛୁ, ଏହା ଆପଣ ଜାଣିବା ଜରୁରୀ ।

କିଛିଲୋକ ଜାଣିବାକୁ ଚାହିଁଛନ୍ତି ଏଭଳି ସମୟରୁ ମୁକ୍ତି ପାଇବାକୁ କେତେ ସମୟ ଲାଗିବ ଏବଂ କେମିତି ଏଥିରୁ ମୁକ୍ତି ମିଳିବ? ତେବେ ମାନସିକ ଡାକ୍ତରମାନେ ସେମାନଙ୍କୁ ପ୍ରଥମ ଟିପସ ଦେଇଥାନ୍ତି ଧର୍ଯ୍ୟ ରଖିବା ଲାଗି। ଦୁଃଖ ତ ଆସିଥାଏ। ବେଳେବେଳେ ସ୍ଥିତି ଏମିତି ହୋଇଯାଏ କି ମଣିଷ ଗୋଟିଏ ଘରେ ନିଜକୁ ନିବୁଜ କରିନିଏ ସାରା ଦିନ ସାରା ରାତି କାନ୍ଦିଥାଏ, ଆଖିର ଲୁହ ଅଭାବ ପଡ଼ିଯାଏ କାନ୍ଦ ସରିନଥାଏ କିନ୍ତୁ ମନେ ରଖନ୍ତୁ, ସବୁକିଛି ବଦଳିଯିବ। ଦିନ ଆସିବ ଯେତେବେଳ ଏସବୁ କିଛି ଅତୀତ ହୋଇଯ଼ିବ, ସେତେବେଳେ ଆପଣ ଏସବୁ କିଛି ଭୁଲିଯିବେ। ସେ କେମିତି ହସୁଥିଲା, କେମିତି କଥା କହୁଥିଲା, କେମିତି ଆପଣଙ୍କ କଥାରେ ପ୍ରତିକ୍ରିୟା ଦେଉଥିଲା, କେମିତି ଆପଣଙ୍କ ପାଇଁ ସେ ଖୁବ ଗୁରୁତ୍ବ, ରଖୁଥିଲା, ଏସବୁ କିଛି ଗୁରୁତ୍ବହୀନ ହୋଇପଡ଼ିବ । ଯ଼ାହା ବର୍ତ୍ତମାନ ଅଛି ତାହା ଅତୀତକୁ ଚାଲିଯ଼ିବ ନିଶ୍ଚିତ ଏଥିରେ ସନ୍ଦେହ ନାହିଁ, ଏହାକୁ ମନ ଭିତରେ ରଖି ମନକୁ ସମ୍ଭାଳିବା ଆରମ୍ଭ କରନ୍ତୁ ।

କୌଣସି ଜିନିଷ ପାଇଁ ରିଗ୍ରେଟ କରନ୍ତୁ ନାହିଁ ବା ନିଜକୁ ଦୋଷ ଦିଅନ୍ତୁ ନାହିଁ । ଯାହା କିଛି ଘଟୁଛି ସେଥିରେ ଆପଣଙ୍କର କିଛି ଦୋଷ ଅଛି ବୋଲି କଦାଚିତ ଭାବନ୍ତୁ ନାହିଁ। ନିଜକୁ ଦୋଷ ଦେଇ ଅଧିକ ଭାରାକ୍ରାନ୍ତ ହୁଅନ୍ତୁ ନାହିଁ। ଏହାଦ୍ବାରା ମାନସିକ ବିଷାଦ ଅଧିକ ବଢ଼ିଥାଏ ସିନା କମିନଥାଏ । କେବେବି ଉପଜିଥିବା ସ୍ଥିତି ପାଇଁ ନିଜକୁ ଦୋଷ ଦେବା ସ୍ଥିତିକୁ ଆସନ୍ତୁ ନାହିଁ। ମନେ ରଖନ୍ତୁ ପ୍ରତ୍ୟେକ ସ୍ଥିତିରେ ଦୋଷ ଦେବାରେ କିଛି ସମାଧାନ ସୂତ୍ର ନଥାଏ, ଏହା କେବଳ ଦୁର୍ବଳ ମନସିକତା ସଂପନ୍ନ ବ୍ୟକ୍ତି ହିଁ କରିଥାନ୍ତି। ତେଣୁ ଦୁର୍ବଳତାରୁ ବାହାରିବା ହିଁ ଦୋଷ ଦେବାରୁ ବାହାରିବା, ସେ ପରକୁ ଦୋଷ ଦେବା ହେଉ କିମ୍ବା ନିଜକୁ ଦୋଷ ଦେବା ହେଉ।

ସରେଣ୍ଡର ବା ଆତ୍ମସମର୍ପଣ କରନ୍ତୁ। ଏଥିରେ କିଛି ବି ଭୁଲ ନାହିଁ। ପ୍ରତିଦିନ  ଦୁନିଆରେ କେହି କେହି, କୋଉଠି କୋଉଠି,  ଜୀବନ ହାରୁଛି । ଜନ୍ମ ମୃତ୍ୟୁ ଏହି ସଂସାରର ଅତି ସାଧାରଣ ନିୟମ । ତେଣୁ ଏଥିରେ ଶୋଚନା କରି ନିଜକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ଉପୁଜିଥିବା ସ୍ଥିତିରେ ଆତ୍ମସମର୍ପଣ କରି ଏହାକୁ ଚାଲିବାକୁ ଦିଅନ୍ତୁ ଏବଂ ଦିନ ଗଡ଼ିବାକୁ ଦିଅନ୍ତୁ। ଜୀବନ ଏକ କାହାଣୀ ଏହି କାହାଣୀରେ କେତେବେଳେ ଉପରକୁ ଉଠିବାକୁ ପଡ଼ିଥାଏ କେତେବେଳେ ତଳକୁ ଖସିବାକୁ ପଡ଼େ। କାହାର ମୃତ୍ୟୁ କାହାର ବିଦାୟ ସହିତ ନିଜକୁ ଯୋଡ଼ିବା ଅପେକ୍ଷା ନିଜକୁ ଦୂରେଇବାକୁ ଚେଷ୍ଟାକରନ୍ତୁ। 

ଘରୁ ବାହାରକୁ ବାହାରନ୍ତୁ । ବଗିଚାକୁ ଦେଖନ୍ତୁ, ପକ୍ଷୀକୁ ଦେଖନ୍ତୁ, ପ୍ରକୃତିକୁ ଦେଖନ୍ତୁ, ଏହା ଆପଣଙ୍କ ମନକୁ ଫୁର୍ତ୍ତି କରିବ, ଏହା ଆପଣଙ୍କ ମନରୁ ଦୁଃଖ ଶୋଷିବ। କୌଣସି ମାନସିକ ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ସଙ୍କୋଚ ବୋଧ କରନ୍ତୁ ନାହିଁ।  ଏମିତି ଅନେକ ଲୋକ ଅଛନ୍ତି ଯେଉଁମାନେ ଆପଣଙ୍କ ମନକୁ ଖୁସି କରିଦେଇପାରନ୍ତି ସେମାନଙ୍କ ସହିତ କଥା ହୁଅନ୍ତୁ। ସେମାନଙ୍କୁ ଫୋନ କଲ କରିବାରେ ସଙ୍କୋଚ ଅନୁଭବ କରନ୍ତୁ ନାହିଁ। ଶେଷରେ ଆପଣଙ୍କ ପାଇଁ ବଲିଉଡ଼ର ଏହି ଗୀତଟି ଶୁଣିବା ପାଇଁ ଅନୁରୋଧ କରିବୁ। ଭାବିବୁ ଏହା ଆପଣଙ୍କ ମନକୁ ନିଶ୍ଚୟ ଆନନ୍ଦ ଦେବ। 

ଯଦି ଏହି ଲେଖାଟି ଉପଯୋଗି ଲାଗିଲା ତେବେ ସେୟାର କରିବାକୁ ଅନୁରୋଧ କରିବୁ । 

Leave a Reply

Your email address will not be published. Required fields are marked *