ଆଫଗାନିସ୍ତାନରେ ତାଲିବାନ କ୍ଷମତା ଦଖଲ କରିବାକୁ ନେଇ ବିଶ୍ବବ୍ୟାପୀ ପ୍ରତିକ୍ରିୟାମାନ ପ୍ରକାଶ ପାଇବାରେ ଲାଗିଛି । ଆମେରିକା ରାଷ୍ଟ୍ରପତି ଜୋ ବାଇଡନ ସ୍ପଷ୍ଟ କରିଦେଇଛନ୍ତି ଆଫଗାନିସ୍ତାନରେ ରାଷ୍ଟ୍ର ନିର୍ମାଣ ଆମେରିକାର କେବେ ଅଭିପ୍ରାୟ ନଥିଲା ବରଂ ଅଲକାଏଦାକୁ ମୂଳୋତ୍ପାଟନ କରିବା ଲାଗି ଆମେରିକା ସେଠାକୁ ଯ଼ାଇଥିଲା । ଆମେରିକା ଯେଉଁ ଟାର୍ଗେଟ ନେଇଥିଲା ତାହା ସଫଳ ହୋଇଛି। ବିନ୍ ଲାଡେନକୁ ଖୋଜି ତାର ଅନ୍ତ ଘଟାଇଛି ଆମେରିକା, । 20 ବର୍ଷରେ ଆମେରିକା ଅନେକ କିଛି କରିବା ପରେ ସୈନ୍ୟ ଅପସାରଣ ଆବଶ୍ୟକ ଥିଲା ବୋଲି ବାଇଡେନ ଜୋର ଦେଇ କହିଛନ୍ତି। ସେପଟେ ଜାତିସଂଘ କିନ୍ତୁ ଚେତାବନୀ ଦେଇଛି ଆଫଗାନିସ୍ତାନରେ ଯଦି ମାନବାଧିକାର ଉଲ୍ଲଂଘନ ହୁଏ ତେବେ ଜାତିସଂଘ ହସ୍ତକ୍ଷେପ କରିବ। ଭାରତର ଅଧ୍ୟକ୍ଷତାରେ ବସିଥିବା ଜାତିସଂଘର ବୈଠକରେ ବିଶ୍ବର ବିଭିନ୍ନ ଦେଶ ନିଜନିଜ ବକ୍ତବ୍ୟ ରଖିଥିଲେ।
We spent over a Trillion dollars;We trained and equipped Afghan Military Force. We gave them every tool they could need. we gave them every chance to determine their own future;We could not provide them the will to fight for their own future: US President Joe Biden #Afghanistan pic.twitter.com/ToiCwanrvZ
— All India Radio News (@airnewsalerts) August 16, 2021
ଆଫଗାନିସ୍ତାନରେ ତାଲିବାନ କ୍ଷମତାକୁ ଆସିବା ପରେ ଯଦି କେହି ବେଶୀ ଚିନ୍ତିତ ଅଛନ୍ତି ସେମାନେ ହେଉଛନ୍ତି ଆଫଗାନିସ୍ତାନର ମହିଳାମାନେ। କାରଣ ପୁଣି ସେମାନଙ୍କ ଉପରେ ଅତ୍ୟାଚାର ଆରମ୍ଭ ହୋଇଯ଼ିବ, ଧର୍ମ ନାଁରେ ସେମାନଙ୍କୁ ଶୋଷଣ କରାଯ଼ିବ, ସେମାନଙ୍କର ରହିବା ଖାଇବା, ପାଠପଢ଼ିବା ଜୀବନଶୈଳୀ ସବୁଥିରେ କଟକଣା ଲାଗିଯ଼ିବ, ଏଭଳି ଭୟ ଘାରିଛି ସେମାନଙ୍କୁ । ଏମିତିକି ଦେଖାଯାଇଛି ଗତ କିଛି ଦିନ ମଧ୍ୟରେ ଆଫଗାନିସ୍ତାନରେ ବୁର୍ଖା ଦୋକାନରେ ଭିଡ଼ ବଢ଼ିବାରେ ଲାଗିଛି, ମହିଳାମାନେ ବାହାରକୁ ଆସିବାକୁ ଡରୁଛନ୍ତି, କାଳେ ତାଲିବାନମାନେ ଡିଗ୍ରି ସାର୍ଟିଫିକେଟ ଦେଖିଲେ ଅତ୍ୟାଚାର କରିବେ ସେଥିପାଇଁ ଅନେକ ଯ଼ୁବତୀ ସେମାନଙ୍କର ସାର୍ଟିଫିକେଟ କୁଆଡ଼େ ପୋଡ଼ି ଦେଉଛନ୍ତି। ଏମିତି ବି ଖବର ଆସୁଛି ଘରକୁ ଘର ବୁଲି ତାଲିବାନ ଆତଙ୍କବାଦୀମାନେ ଯୁବତୀମାନଙ୍କୁ ଟେକିନେଇ ଜୋରଜବରଦସ୍ତ ବିବାହ କରୁଛନ୍ତି। ଇଣ୍ଟରନେଟରେ ଏବେ ସିଏନଏନର ମହିଳା ରିପୋର୍ଟର କ୍ଲାରିସା ୱାର୍ଡ ବୁରଖା ପିନ୍ଧି ରିପୋର୍ଟିଂ କରୁଥିବାର ଭିଜୁଆଲ ଦେଖିବାକୁ ମିଳିଛି, ଯ଼ାହାକୁ ନେଇ ଲୋକେ ମହିଳାଙ୍କୁ ନେଇ ଚିନ୍ତା ପ୍ରକାଶ କରୁଛନ୍ତି।
This is CNN Correspondent Clarissa Ward's dress code in Afghanistan yesterday compared to today — showcasing just how crushing Joe Biden's incompetence will be for the future of Afghan women. pic.twitter.com/cjaN9FvowV
— Archive: Rep. Vicky Hartzler (@RepHartzler) August 16, 2021
ସେପଟେ କିନ୍ତୁ ତାଲିବାନ ବାରମ୍ବାର କହୁଛି ଯେ ଆଫଗାନିସ୍ତାନରେ ମହିଳାମାନଙ୍କ ଉପରେ କୌଣସି ଅତ୍ୟାଚାର ହେବାକୁ ଦିଆଯ଼ିବ ନାହିଁ, ସେମାନଙ୍କୁ ପାଠ ପଢ଼ିବାକୁ ସୁଯ଼ୋଗ ମିଳିବ, ସେମାନେ ଚାକିରୀ କରିପାରିବେ, ଏମିତି ଅନେକ କିଛି ପ୍ରତିଶ୍ରୁତି ଦେଉଛି ତାଲିବାନ, ହେଲେ ଏହାକୁ ବିଶ୍ବାସକୁ ନେଇପାରୁନାହାନ୍ତି ଆଫଗାନ ମହିଳାମାନେ। କାରଣ 1996ରୁ ତାଲିବାନ ଯେତେବେଳେ ଆଫଗାନିସ୍ତାନ କ୍ଷମତାରେ ଥିଲା ସେତେବେଳେ ମୁସଲିମ ସରିଆ ଆଇନ ନାଁରେ ମହିଳାମାନଙ୍କୁ କିଭଳି ଅକଥନୀୟ ଅତ୍ୟାଚାର କରାଯାଇଥିଲା ତାର ଲମ୍ବା କାହାଣୀ ପଛରେ ପଡ଼ିଛି। ପୁରୁଷ ସାଥୀଙ୍କ ବିନା ବାହାରକୁ ଯାଇ ହେବ ନାହିଁ, ଝିଅଟିଏ କଲେଜରେ ପାଠ ପଢ଼ିପାରିବ ନାହିଁ , ବୁରଖା ନପିନ୍ଧି ବାହାରିପାରିବେନି, ଟିଭି ସିନେମା ଦେଖିପାରିବନି ଏମିତି କେତେକଣ କଟକଣା ଲାଗିଥିଲା । ଖାଲି ସେତିକିନୁହେଁ ଆଫଗାନିସ୍ତାନ କୋର୍ଟ ନିର୍ଦ୍ଦେଶ ଅନୁସାରେ ମହିଳାଙ୍କୁ ରାସ୍ତାରେ ବେତମାଡ଼ ପଥରମାଡ଼ ଭଳି ଅତ୍ୟାଚାରର ସାମ୍ନା କରିବାକୁ ପଡିଥିଲା।
2001ରେ ତାଲିବାନ ସରକାର ପତନ ହେବା ପରେ ଆଫଗାନିସ୍ତାନରେ ସ୍କୁଲ ଖୋଲିଥିଲା, ମହିଳାମାନେ ଖେଳିବା, ପାଠ ପଢ଼ିବା, ଚାକିରୀ ଆଦି ପାଇଁ ଆଗକୁ ଆସିଥିଲେ, ଏବେ ସେହି ସ୍ବାଧୀନତା ସେମାନଙ୍କର ଚାଲିଯ଼ିବ ଏ ଭୟ ଜାତ ହେବା ସ୍ବାଭାବିକ । ଏକଦା ତାଲିବାନ ଗୁଳିରେ ଆହତ ହୋଇଥିବା ମାଲାଲା ୟୁସୁଫଜାଇ ମହିଳା ଓ ସଂଖ୍ୟାଲଘୁଙ୍କର ସୁରକ୍ଷାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ ମହିଳାମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ସେ ଅପିଲ କରିଛନ୍ତି।
We watch in complete shock as Taliban takes control of Afghanistan. I am deeply worried about women, minorities and human rights advocates. Global, regional and local powers must call for an immediate ceasefire, provide urgent humanitarian aid and protect refugees and civilians.
— Malala Yousafzai (@Malala) August 15, 2021
ସେହିପରି ଏବେ ସୋସିଆଲ ମିଡିଆରେ ଆଫଗାନିସ୍ତାନର ମହିଳା ଚିତ୍ରକର ଶମସିଆ ହସାନିଙ୍କର କିଛି ଗ୍ରାଫିଟି ଭାଇରାଲ ହେବାରେ ଲାଗିଛି। ଦେଶରେ ତୁରନ୍ତ କେମିତି ଶାନ୍ତି ଫେରିବ ମହିଳାମାନେ ଶାନ୍ତିରେ ନିଶ୍ବାସ ମାରିବା ପାଇଁ ସେ ସମସ୍ତଙ୍କୁ ଅପିଲ କରିଛନ୍ତି।
I never understood who you are and why you don’t want us to live in peace.
Talib? ISIS? Or…Let us make peace. I want my country, my home back.
I want peace and freedom for my people.Acrylic and spray on canvas. pic.twitter.com/7tpAGXhrXJ
— Shamsia Hassani (@ShamsiaHassani) July 20, 2021