ଓଡ଼ିଆ ସର୍ଟ ଫିଲ୍ମ ଲାଫିଙ୍ଗ ବୁଦ୍ଧରେ ରହିଛି ସୁଖର ସନ୍ଧାନ

sheodisha.com ଆପଣମାନଙ୍କ ପାଇଁ ଆଣୁଛି ଏକ କ୍ଷୁଦ୍ର ଚଳଚ୍ଚିତ୍ର ଲାଫିଙ୍ଗ ବୁଦ୍ଧ (Laughing Buddha)। ଲାଫିଙ୍ଗ ବୁଦ୍ଧ କ୍ଷୁଦ୍ର ଚଳଚ୍ଚିତ୍ରରେ ରହିଛି ଏକାଧିକ ମେସେଜ। ବର୍ତ୍ତମାନ ସମାଜର ଘଟଣାବଳୀ ମଧ୍ୟରୁ ଏଥିରେ ରହିଛି ଏମିତି ଏକ ଘଟଣା, ଯ଼ାହାକି ଆପଣ ଦେଖୁଛନ୍ତି,ଜାଣୁଛନ୍ତି କିନ୍ତୁ ନଜର ଆନ୍ଦାଜ କରିଦିଅନ୍ତି । ଖୁସିର ସନ୍ଧାନରେ ମଣିଷ କେମିତି ବାଟବଣା ହୋଇଯ଼ାଏ ଏବଂ ପୁଣି ଲାଫିଙ୍ଗବୁଦ୍ଧ ନିକଟରେ ଖୁସିର ସତ୍ତା ତାକୁ ମିଳିଛି, ଏମିତି କିଛି ନିଆରା କାହାଣୀକୁ ନେଇ ଏହି 15 ମିନିଟର ଫିଲ୍ମଟି ତିଆରି କରାଯ଼ାଇଛି । ଫିଲ୍ମର ବଳିଷ୍ଠ କାହାଣୀ ଓ ଏହାର ଡାଏଲଗ ଆପଣଙ୍କୁ ବାନ୍ଧି ପକାଇବ  ।

ଶୃତିରେଖା ମିଶ୍ରଙ୍କ ପ୍ରଯ଼ୋଜିତ ଲାଫିଙ୍ଗ ବୁଦ୍ଧରେ ମୁଖ୍ୟ ଭୂମିକାରେ ରହିଛନ୍ତି ଜଣାଶୁଣା ଅଭିନେତା ପ୍ରୀତିରାଜ ଶତପଥୀ, ଚିତ୍ତରଞ୍ଜନ ବିଶ୍ବାଳ (ପପୁ), ଶୁଶ୍ରୀ, ଦେବଦତ୍ତ ପ୍ରଧାନ, ଧୋବେଇ ପ୍ରଧାନ ଓ ମାଧୁର୍ଯ୍ୟା  । ଫିଲ୍ମର କାହାଣୀ ମମତାରାଣୀ କର ଲେଖିଥିବା ବେଳେ ଏହାକୁ ଚିତ୍ରନାଟ୍ୟରେ ସଜାଇଛନ୍ତି ମିହିର ରଞ୍ଜନ ଆଚାର୍ଯ୍ୟ । ଦେବଦତ୍ତ ପ୍ରଧାନଙ୍କ ଯୁଗ୍ମ ନିର୍ଦ୍ଦେଶନା ସହିତ ମିହିର ରଞ୍ଜନ ଆଚାର୍ଯ୍ୟ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି।

ଭୁବନେଶ୍ବରରେ ଫିଲ୍ମର ସୁଟିଂ କରାଯ଼ାଇଛି। ସୁକାନ୍ତ ଏବଂ ବସନ୍ତ ଏହାର କ୍ୟାମେରା ପରିଚାଳନା କରିଥିଲେ। ଫିଲ୍ମର ସଂପାଦନା,ଶବ୍ଦ ସଂଯ଼ୋଜନା ସହିତ କଲର କରେକ୍ସନ କାର୍ଯ଼୍ୟ ସ୍ନେହାଶିଷ ବିଶ୍ବାଳ ତୁଲାଇଛନ୍ତି। 15 ମିନିଟର ଏହି ଫିଲ୍ମରେ ଏକ ସଂଗୀତ ମଧ୍ୟ ରହିଛି । ତୁମେ ହସିଲେ ମେଘ ବରଷେ ଏହି ଗୀତଟିକୁ ପ୍ରଣବ ପ୍ରଧାନ ସ୍ବର ଦେବା ସହିତ ନିଜେ ଗାଇଛନ୍ତି। ବାପୁଜୀନଗର ସିଗ୍ନେଚର ଷ୍ଟୁଡିଓରେ ଏହାର ରେକର୍ଡିଂ କରାଯ଼ାଇଛି।Laughing Buddha Shooting Time

ଫେରିଆ କମ ବ୍ୟାକ ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ମିହିର ରଞ୍ଜନ ଆଚାର୍ଯ୍ୟ ଯେତେବେଳେ କାହାଣୀର ମୂଳ କନସେପ୍ଟ ମମତା ରାଣୀ କରଙ୍କ ନିକଟରୁ ଶୁଣିଥିଲେ ଏହାକୁ ଏକ ଲମ୍ବା ଫିଚର ଫିଲ୍ମ କରିବା ଲାଗି ମନ ବଳାଇଥିଲେ । ତେବେ ସେହି କନସେପ୍ଟକୁ  ଅତି ସରଳ ଭାବେ ଏକ ଛୋଟ ଫିଲ୍ମରେ କୁହାଯାଇପାରିବ ବୋଲି ଅନୁଭବ କରିବା ପରେ ସେ ଏହି ସର୍ଟ ଫିଲ୍ମ ପାଇଁ ମନବଳାଇଥିଲେ। ଶ୍ରୁତିରେଖା ମଧ୍ୟ ଏହାକୁ ପ୍ରଯ଼ୋଜନା କରିବା ଲାଗି ସମ୍ମତି ପ୍ରଦାନ କରିବା ଯୋଗୁଁ ଏହା ଚିତ୍ରରୂପ ନେଇପାରିଲା ବୋଲି ମହିର କୁହନ୍ତି। ସେହିପରି କାହାଣୀ ଶୁଣିବା ପରେ ପ୍ରୀତିରାଜ ଶତପଥୀ ଏହାକୁ ତୁରନ୍ତ ଶେଷ କରିବା ଲାଗି ଇଚ୍ଛା ପ୍ରକାଶ କରିଥିଲେ।  ଖୁବଶୀଘ୍ର ଫିଲ୍ମଟି ଆପଣଙ୍କ ନିକଟକୁ ଆସିବ ବୋଲି ପ୍ରଯ଼ୋଜନା ସଂସ୍ଥା ପକ୍ଷରୁ କୁହାଯ଼ାଇଛି।

ଫିଲ୍ମ ସମ୍ପର୍କରେ ଆପଣଙ୍କ ମତାମତ କମେଣ୍ଟ ବକ୍ସ ରେ ଦେଇପାରିବେ

Leave a Reply

Your email address will not be published. Required fields are marked *