ପରିବାରେ କେମିକାଲ ମିଶିଥିଲେ କେମିତି ଜାଣିବେ?

ଆଜି କାଲି ପ୍ରତିଟି ଖାଦ୍ୟ ପଦାର୍ଥ ଭେଜାଲ ହେଉଥିବାର ଆଶଙ୍କା ସବୁବେଳେ ରହୁଛି. ଏମିତିକି ସଜ ଦିଶୁଥିବା ଗ୍ରୀନ ଗ୍ରୀନ ପରିବା ଯେ ଭେଜାଲ ଓ ଏଥିରେ କେମିକାଲ ମିଶୁଛି ଏହା ଆଉ ଅଛପା ନାହଁ. ପରିବାରେ ଟେକ୍ସଟଇଲ କଲର ବା ମାଲାସାଇଟ ଗ୍ରୀନ ମିଶାଯାଉଥିବାର ଜଣାପଡିଲାଣି. ଏହି କଲର ମାଛ ଚାଷରେ ବି ବ୍ୟବହାର କରାଯାଇଥଏ. ସେଠାରେ ଏହା ଇନଫେକ୍ସନ ରୋକିଥାଏ. କିନ୍ତୁ ଏହି କେମିକାଲ ସିଧା ଶରୀରକୁ ଗଲେ କ୍ଷତିକାରକ. କେତେ ପରିମାଣରେ ଓ କେତେବେଳେ ଏହି ରଙ୍ଗ ଦିଆଯାଇଛି ତାହା ଶରୀର ଉପରେ ସେହି ଅନୁସାରେ ପ୍ରଭାବ ପକାଇଥାଏ. ଏପରିକି ମାତ୍ରାଧିକ ଏହା ଶରୀରକୁ ଗଲେ ଏହା ଗୁରୁତର ରୋଗ ସୃଷ୍ଟି କରିପାରେ. ଅଙ୍ଗ ପ୍ରାତ୍ୟଙ୍ଗ ଅଚଳ କରିଦେଇପାରେ.

ଏହି କେମିକାଲ ମିଶା ପରିବାକୁ ଜାଣିବା କେମିତି ଏନେଇ Food Safty  and Standard Authority of India FSSAI ଜନସାଧାରଣ ଙ୍କୁ ସତର୍କ କରାଇଛି ଏନେଇ ଟ୍ୱିଟ କରି ଲୋକଙ୍କୁ ସତର୍କ କରାଇଛି.

ଆପଣ କେମିତି ଜାଣିବେ ଗ୍ରୀନ ଗ୍ରୀନ ଦିଶୁଥିବା ଭେଣ୍ଡିରେ ରଙ୍ଗ ଦିଆଯାଇଛି? କିଛି liquid paraffin ନିଅନ୍ତୁ. ମନେରଖନ୍ତୁ ଏହା କିରୋସିନ ନୁହେଁ. ଏହି ଲିକ୍ୱିଡ଼ ପାରାଫିନ କୁ ତୁଳାରେ ବୁଡାଇ ପରିବାରେ ଘଷିଇଦିଅନ୍ତୁ ଯଦି ତୁଳା ଗ୍ରୀନ ହେଇଗଲା ତେବେ ଜାଣିବେ ପରିବାରେ କେମିକାଲ ରଙ୍ଗ ଦିଆଯାଇଛି.

Leave a Reply

Your email address will not be published. Required fields are marked *