ଗୋଟିଏ ଦିନରେ କୋଟିଏ ଟିକା- ଭାରତ କଲା ବିଶ୍ବ ରେକର୍ଡ

ଗୋଟିଏ ଦିନରେ 1 କୋଟି ଡୋଜ ଟିକା ଦେଇ ଭାରତ ନୂଆ ମାଇଲଷ୍ଟୋନ ଅତିକ୍ରମ କରିଛି । ଆଜି ଦେଶର ସମସ୍ତ ଭାଗର ଟିକାକରଣ ସଂଖ୍ୟାକୁ ମିଶାଇଲେ ଏହା 1 କୋଟିକୁ ଅତିକ୍ରମ କରିଛି। ଦେଶରେ ମୋଟ ଟିକାକରଣ 62 କୋଟିକୁ ଟପିଛି । ଅତିକମରେ ଦେଶରେ 50 ଭାଗ ଯୋଗ୍ୟ ଲୋକ ଟିକା ନେଇସାରିଲେଣି।  94 କୋଟି ସମସ୍ତ ସାବାଳକଙ୍କୁ ଟିକା ଦେବା ପାଇଁ

ମୋଟ  188 କୋଟି ଡୋଜ ଟିକା ଆବଶ୍ୟକ । ଆଜିର 1 କୋଟି ଟିକା ସହିତ ଭାରତ ଏକ ନୂଆ ବିଶ୍ବ ରେକର୍ଡ ସ୍ଥାପନ କରିଛି। ସେହିପରି ଅଗଷ୍ଟ ମାସରେ ମଧ୍ୟ ସର୍ବଧିକ ଲୋକଙ୍କୁ ଟିକା ଦିଆଯାଇଛି। ପୂର୍ବରୁ ଜୁଲାଇ ମାସରେ 13 ଦଶମିକ 45 କୋଟି ଏବଂ ଜୁନ ମାସରେ 11.97 କୋଟି ଡୋଜ ଟିକା ଦିଆଯାଇଥିଲା। ଅଗଷ୍ଟ ମାସରେ ଏବେ ସୁଦ୍ଧା 15 କୋଟି ଟିକା ନେଇସାରିଲେଣି ଯ଼ାହାକି ମାସ ଅନୁସାରେ ଏକ ନୂଆ ରେକର୍ଡ।

କୋ ୱିନର ଡେଟା ଅନୁସାରେ ଆଜି ଭାରତରେ 1 କୋଟି 64 ହଜାର ଟିକା ଦିଆଯ଼ାଇଛି। ରାଜ୍ୟ ଗୁଡ଼ିକ ମଧ୍ୟରେ ଆଜି ଉତ୍ତରପ୍ରଦେଶରେ ସର୍ବାଧିକ ଟିକା ଦିଆଯ଼ାଇଛି। କେବଳ ଉତ୍ତରପ୍ରଦେଶରେ 29 ଲକ୍ଷ ଲୋକଙ୍କୁ ଟିକା ଦିଆଯାଇଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ଟ୍ବିଟ କରି ଦେଶର ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେମାନଙ୍କ କଠିନ ପରିଶ୍ରମ ଯୋଗୁଁ ଦେଶର ଟିକାକରଣ ତ୍ବରାନ୍ବିତ ହୋଇପାରିଛି ବୋଲି ମୋଦି ଲେଖିଛନ୍ତି। ସେହିପରି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମିନାଥନ ମଧ୍ୟ ଟ୍ବିଟ କରି ଭାରତର ଏହି ସଫଳତାରେ ବଧାଇ ଜଣାଇଛନ୍ତି।

 

Leave a Reply

Your email address will not be published. Required fields are marked *