ପାରାଲିମ୍ପିକ୍ସରେ ରୌପ୍ୟ ଜିତି ଇତିହାସ ରଚିଲେ ଭାବିନା

ଭିନ୍ନ କ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ପାରାଲିମ୍ପିକ୍ସରେ ଭାରତର ଭାବିନା ପଟେଲ ଇତିହାସ ରଚିଛନ୍ତି. ଭାବିନା ଟେବୁଲ ଟେନିସରେ ରୌପ୍ୟ ପଦକ ଜିଣି ଭାରତର ପାଇଁ ଗୌରବ ଆଣିଛନ୍ତି. ତେବେ ଭାବିନା ଫାଇନାଲରେ ବିଶ୍ବର ନମ୍ବର ୱାନ ଚୀନର ୟିଙ୍ଗ ଝୋଉଙ୍କଠାରୁ 0-3ରେ ପରାସ୍ତ ହୋଇ ରୌପ୍ୟରେ ସନ୍ତୁଷ୍ଟ ହୋଇଛନ୍ତି. 

34 ବର୍ଷୀୟା ଭାବନା ଖୁବ ସୁନ୍ଦର ଖେଳ ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲେ. ତେବେ ଫାଇନାଲରେ  ବିଶ୍ବର ନମ୍ବର ୱାନ ଝୋଉଙ୍କଠାରୁ 7-11 5-11 6-11ରେ ହାରିଯାଇଥିଲେ. 12 ବର୍ଷରେ ପୋଲିଓରେ ଆକ୍ରାନ୍ତ ହୋଇଥିବା ଭାବିନା କିନ୍ତୁ ଜୀବନରେ ନିଜର ପରିଚଯ ସୃଷ୍ଟିର ଝୁଙ୍କରେ ଲାଗିରହିଥିଲେ. ଟେବୁଲ ଟେନିସରେ ସେ ବିଶ୍ବର ନମ୍ବର 3 ଚୀନର ମିଆଓ ଝାଙ୍ଗଙ୍କୁ 7-11 11-7 11-4 9-11 11-8 ପରାସ୍ତ କରି ଫାଇନାଲରେ ପ୍ରବେଶ କରିବା ସହିତ ପଦକ ସୁନିଶ୍ଚିତ କରିଥିଲେ.

ଭାବନାଙ୍କ ବିଜୟରେ ଦେଶରେ ପୁଣି ଖେଳକୁ ନେଇ ସୃଷ୍ଟି ହୋଇଛି ଉତ୍ସାହ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାବନାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି. ତାଙ୍କ ସହିତ ତାଙ୍କର ବାପାମାଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

 

Leave a Reply

Your email address will not be published. Required fields are marked *