ଶିକ୍ଷୟିତ୍ରୀଙ୍କ ଭିଜୁଆଲ ଭାଇରାଲ ହେଲା

ଜଣେ ଶିକ୍ଷକ କେମିତି ହେବା ଉଚିତ । ଆପଣଙ୍କ ସ୍କୁଲ ସମୟକୁ ମନେ ପକାଇଲେ, ଏମିତି ସ୍ମୃତି ନିଶ୍ଚୟ ଆସୁଥିବ, କିଛି ଶିକ୍ଷକ ଏମିତି ଥାନ୍ତି ଯ଼ାହାଙ୍କୁ ଦେଳେଦେଲେ ପିଲାଏ ଦୌଡ଼ି ଯ଼ାଇ ପାଠ ପାଖରେ ବସି ପଡ଼ନ୍ତି । ଆଉ କିଛି ଶିକ୍ଷକ କଥାରେ କଥାରେ ପାଠଗୁଳି ଖୁଆଇ ଦେଇଥାନ୍ତି ତାହା ଜଣା ପଡ଼ିନଥାଏ। ଏବେ ନେଟ ଦୁନିଆରେ ଏକ ଭିଜୁଆଲ ଭାଇରାଲ ହେଉଛି। ଭିଜୁଆଲଟିରେ ଦେଖାଯ଼ାଉଛି ଶିକ୍ଷୟିତ୍ରୀ ପିଲାମାନଙ୍କ ସହିତ ନାଚୁଛନ୍ତି। ସେ ପୁଣି ବଲିଉଡ଼ ଗୀତରେ। ଆଉ ପିଲାମାନେ ଏହାର ଖୁବ ମଜା ଉଠାଉଛନ୍ତି। ପିଲାଙ୍କ ସହିତ ତାଳରେ ତାଳ ମିଶାଇ ଏହି ଶିକ୍ଷୟିତ୍ରୀ ଜଣଙ୍କ ନାଚୁଥିବାର ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି।ଏବେ ଭିଡିଓଟି ଦେଖିନିଅନ୍ତୁ ତା ପରେ କିଛି କଥା ଜାଣିବା।

ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଏ ଶିକ୍ଷକ କେଉଁଠିକାର ଏବଂ ତାଙ୍କ ନାଁ କଣ। ଭିଜୁଆଲଟି ଦିଲ୍ଲୀର ଏକ ସ୍କୁଲର। ଏବେ ନିଶ୍ଚୟ ଆପଣ ପଚାରିବେ ସରକାରୀ ସ୍କୁଲ ନା ବେସରକାରୀ ସ୍କୁଲ।   ଜାଣି ନିଅନ୍ତୁ ସେ ସରକାରୀ ସ୍କୁଲର ଶିକ୍ଷକ। ଶିକ୍ଷାରେ ତାଙ୍କର ରହିଛି ଏମିତି ଏକ ସଉକ ଯେ ସେ ପିଲାମାନଙ୍କୁ ଦେଖିଲେ ନିଜକୁ ଭୁଲି ଯ଼ାଆନ୍ତି। ଏହି ଶିକ୍ଷୟିତ୍ରୀ ହେଲେ ମନୁ ଗୁଲାଟି। ସେ ଏବେ ତାଙ୍କର ପିଏଚଡି ଜାରି ରଖିଛନ୍ତି। ତେଣୁ ଯ଼େତେ ଉଚ୍ଚ ଶିକ୍ଷିତ ସେତେ ସେ ଶିକ୍ଷାର ଗୁରୁତ୍ବକୁ ଅନୁଭବ କରିଛନ୍ତି । ଆଉ ପିଲାଙ୍କୁ କେମିତି ଶ୍ରେଣୀଗୃହରେ ମଜେଇ ମଜେଇ ପାଠ ପଢ଼େଇ ହେବ ସେ କଳା ତାଙ୍କୁ ଜଣା। ତେଣୁ ତ ସେ କଜରାରେ ମୋହବତ ୱାଲା ଗୀତଟି ଲଗେଇ ନିଜେ ନାଚିଛନ୍ତି ପିଲାମାନଙ୍କୁ ନଚାଇଛନ୍ତି । ଆଉ ନାଚ ସରିବା ପରେ ପିଲାମାନେ ଖୁବ ତାଳି ମାରୁଛନ୍ତି। ଏବେ ଆପଣଙ୍କ ପାଇଁ କଥା । ଆମର ସରକାରୀ ସ୍କୁଲରେ ଏମିତି ଶିକ୍ଷକ ଅଛନ୍ତି କି । ବା ଦିଲ୍ଲୀର ସରକାରୀ ସ୍କୁଲ ଭଳି ଆମ ସ୍କୁଲର ଦିଶା କେବେ ବଦଳିବ। ଆପଣ କମେଣ୍ଟ ବକ୍ସରେ କମେଣ୍ଟ ଦିଅନ୍ତୁ।

 

  

Leave a Reply

Your email address will not be published. Required fields are marked *