ଆଜି ବିଜୟାଦଶମୀ, ସିନ୍ଦୂର ଲଗାଇ ମା’ଙ୍କ ଆଶିଷ ଭିକ୍ଷା କଲେ ସଧବା

ଭୁବନେଶ୍ଵର, ୦୫/୧୦ : ଆଜି ମହାମାୟାଙ୍କ ଦଶମୀ ପୂଜା। ସମସ୍ତ ପୂଜା ମଣ୍ଡପରେ ପୂଜା ପାଉଛନ୍ତି ଦୁର୍ଗତୀନାଶିନୀ । ବିଜୟା ଦଶମୀ ଉପଲକ୍ଷେ ଆଜି ମା’ଙ୍କ ନିକଟରେ ସିନ୍ଦୂର ଖେଳ ହୁଏ । ଏବେ ଜଗତ ଜନନୀଙ୍କୁ ଧରାପୃଷ୍ଠରୁ ବିଦାୟ ଦେବାର ସମୟ । କାରଣ ମା’ ଆସିଥାନ୍ତି ତାଙ୍କ ବାପ ଘରକୁ ଆଉ ଦଶହରା ଦିନ ମେଲାଣି ନିଅନ୍ତି ମା’। ଏହି ଉପଲକ୍ଷେ ଆଜି ମା’ଙ୍କ ନିକଟରେ ସିନ୍ଦୂର ଖେଳ ହୋଇଥାଏ। ମହିଳାମାନେ ସିନ୍ଦୂର ଲଗାଇ ମା’ଙ୍କୁ ମେଲାଣି ଦେଇଥାନ୍ତି। ଶ୍ଵାସ ରହିଛି ସିନ୍ଦୂର ଲଗାଇ ମା’ଙ୍କ ଆଶିଷ ଭିକ୍ଷା କଲେ ଜଣେ ନାରୀ ସଦାସର୍ବଦା ସଧବା ରହିଥାଏ ।

ବିଭିନ୍ନ ପୂଜା ମଣ୍ଡପରେ ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମା’ଙ୍କୁ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମୁଛି। ଚିତ୍ତାକର୍ଷକ ତୋରଣ, ଆକର୍ଷଣୀୟ ସାଜସଜ୍ଜା ଭିତରେ ସୌନ୍ଦର୍ଯ୍ୟମୟୀ ମା’ଙ୍କ ମୂର୍ତ୍ତି ଦେଖି ଭକ୍ତ ବିଭୋର ହୋଇଉଠିଛି । ଦେଖିଲେ ଲାଗୁଛି ସତେ ଯେମିତି ଧରାପୃଷ୍ଠକୁ ଆସିଥିବା ମହାମାୟା ମା’ ଦୁର୍ଗା ଅଜାଡ଼ି ଦେଉଛନ୍ତି ଶୁଭାଶିଷ। ସେପଟେ ଆଜି ଅନେକ ସ୍ଥାନରେ ରାବଣପୋଡି ଉତ୍ସବ ପାଳନ ହେବ । ଅସତ୍ୟ ଉପରେ ସତ୍ୟର ଜୟ, ଅଧର୍ମ ଉପରେ ଧର୍ମର ଜୟ ସ୍ଵରୂପ ରାବଣପୋଡି ପାଳନ କରାଯାଏ ।

Leave a Reply

Your email address will not be published. Required fields are marked *