ବରଯାତ୍ରୀରେ ବିନ୍ଦାସ ଡ୍ୟାନ୍ସ କଲେ ଦୁହ୍ଲନ, ଭାଙ୍ଗଡା ଦେଖି ଫ୍ୟାନ୍ ହୋଇଗଲେ ସୋସିଆଲ ମିଡିଆ ୟୁଜର

ନୂଆଦିଲ୍ଲୀ, ୧୮/୯ : ନାଚ ବିନା ଅଧୁରା ଭାରତୀୟ ବିବାହ। ଯେପର୍ଯ୍ୟନ୍ତ ବରଯାତ୍ରୀରେ ଜମିନି ନାଗିନ ଡ୍ୟାନ୍ସ ସେପର୍ଯ୍ୟନ୍ତ ବରଯାତ୍ରୀରେ ଆସିବନି ମଜା। ପ୍ରାୟତଃ ସୋସିଆଲ ମିଡିଆରେ ବରଯାତ୍ରୀଙ୍କ ଅତରଙ୍ଗୀ ଡ୍ୟାନ୍ସ ଭିଡିଓ ପ୍ରାୟତଃ ଦେଖିବାକୁ ମିଳେ। ହେଲେ କଣ ଆପଣ ନିଜ ବରଯାତ୍ରୀ ଏକଦମ୍ ପଞ୍ଜାବୀ ଷ୍ଟାଇଲ୍‌ରେ ଭାଙ୍ଗଡ଼ା କରୁଥିବା ଦୁହ୍ଲନ ଦେଖିଛନ୍ତି ? ଅମେ ଆଜି ଜଣେ ଏଭଳି ଯୁବତୀଙ୍କ ବିନ୍ଦାସ ଡ୍ୟାନ୍ସ ବିଷୟରେ କହିବାକୁ ଯାଉଛି। ଯିଏ ନିଜର ବରଯାତ୍ରୀରେ ଭାଙ୍ଗଡ଼ା କରି ସୋସିଆଲ ମିଡିଆ ୟୁଜରଙ୍କୁ ଆକର୍ଷିତ କରିଛନ୍ତି।

ଜଣେ ମେକଅପ୍ ଆର୍ଟିଷ୍ଟ @ipglitz ଇନଷ୍ଟାଗ୍ରାମରେ ଏକ ଛୋଟ ଭିଡିଓ ସେୟାର କରିଛନ୍ତି। ଆୟୁଷି ନାମକ ଜଣେ ଯୁବତୀ ଏହି ଭିଡିଓରେ ନବବଧୂ ବେଶ ହୋଇ ଭାଙ୍ଗଡ଼ା କରୁଥିବା ନଜର ଆସିଛନ୍ତି। ଭାରି ଲେହେଙ୍ଗା ପିନ୍ଧି ମଧ୍ୟ ଆୟୁଷି ଢୋଲର ତାଳେ ତାଳେ ନାଚୁଛନ୍ତି। ଆୟୁଷି ନିଜ ମୁଁହରେ ଏକ ନୋଟ୍ ମଧ୍ୟ କାମୁଡ଼ିଛନ୍ତି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେବାକୁ ଲାଗିଛି। ୟୁଜରମାନେ ଏହାକୁ ଖୁବ୍ ପସନ୍ଦ କରୁଛନ୍ତି। କାରଣ ଭାରତୀୟ ବିବାହରେ ବରପକ୍ଷ ଡ୍ୟାନ୍ସ କରୁଥିବା ତ ଆପଣ ଜାଣିଛନ୍ତି, କିନ୍ତୁ ନିଜେ କନ୍ୟା ମଧ୍ୟ ଏଭଳି ଡ୍ୟାନ୍ସ କରୁଥିବା ଖୁବ୍ କମ୍ ଦେଖିବାକୁ ମିଳେ।

ଏହି ଭିଡିଓକୁ ମିଲିୟନ ଭ୍ୟୁଜ୍ ମିଳିଛି। ଶତାଧିକ ୟୁଜର ଦୁହ୍ଲନଙ୍କ ସ୍ଵାଗ୍ ଦେଖି ଫ୍ୟାନ୍ ହୋଇଯାଇଛନ୍ତି। ଜଣେ ଦୁହ୍ଲନ ବେଶରେ ଭାରୀ ଲେହେଙ୍ଗା ପିନ୍ଧି ଡ୍ୟାନ୍ସ କରିପାରିବେ ବୋଲି ଫ୍ୟାନ୍ସ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ ମଧ୍ୟ କରୁଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *