ଅଗଷ୍ଟ ପହିଲାରୁ ଡାକ ବିଭାଗ ପକ୍ଷରୁ ଢାଇ ଆଖର ପତ୍ରଲିଖନ ପ୍ରତିଯୋଗିତା, ରାଜ୍ୟ ଓ ଜାତୀୟ ସ୍ତରରେ ଅର୍ଥ ପୁରସ୍କାର ଜିତିପାରିବେ ପ୍ରତିଯୋଗୀ

ଭୁବନେଶ୍ଵର, ୨୮/୦୭ : ଭାରତୀୟ ଡାକ ବିଭାଗ ପକ୍ଷରୁ ୨୦୨୩-୨୪ ବର୍ଷ ପାଇଁ ଜାତୀୟ ସ୍ତରୀୟ ଢାଇ ଆଖର ପତ୍ର ଲିଖନ ପ୍ରତିଯୋଗିତା ଆୟୋଜନ କରାଯିବ। ଅଗଷ୍ଟ ପହିଲାରୁ ଅକ୍ଟୋବର ୩୧ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଆୟୋଜନ କରାଯିବ। ଏହି ପ୍ରତିଯୋଗିତାର ବିଷୟବସ୍ତୁ ରଖାଯାଇଛି ଡିଜିଟାଲ ଇଣ୍ଡିଆ ଫର୍ ନ୍ୟୁ ଇଣ୍ଡିଆ (ନୂତନ ଭାରତ ପାଇଁ ଡିଜିଟାଲ ଭାରତ)। ମୁଖ୍ୟ ମହାଡାକପାଳ, ଓଡ଼ିସା ମଣ୍ଡଳ, ଭୁବନେଶ୍ଵର-୭୫୧୦୦୧ ଠିକଣାରେ ପ୍ରତିଯୋଗୀମାନେ ପତ୍ର ଲେଖି ପଠାଇ ପାରିବେ।

ଦୁଇଟି ବୟସ ବର୍ଗରେ ଏହି ପ୍ରତିଯୋଗିତା ହେବ। ୧୮ ବର୍ଷରୁ କମ୍ ଏବଂ ୧୮ ବର୍ଷରୁ ଅଧିକ ବୟସ ବର୍ଗରେ ଏହି ପ୍ରତିଯୋଗିତା ହେବ। ପ୍ରତିଯୋଗୀମାନେ ଅର୍ନ୍ତଦେଶୀୟ ପତ୍ର କାର୍ଡ ଏବଂ ଲଫାଫା ଭଳି ଦୁଇଟି ବର୍ଗରେ ପତ୍ର ଲେଖି ପଠାଇବେ। ସାଦା ଏ-ଫୋର୍ ଆକାରର କାଗଜରେ ପତ୍ର ଲେଖି ଲଫାପା ବର୍ଗରେ ପ୍ରତିଯୋଗୀମାନେ ଭାଗ ନେବେ। ଏହି ବର୍ଗରେ ପତ୍ରର ଶବ୍ଦ ସଂଖ୍ୟା ୧୦୦୦ରୁ ଅଧିକ ହେବା ଉଚିତ୍ ନୁହେଁ। ଅନ୍ୟପଟେ ଅନ୍ତର୍ଦେଶୀୟ ପତ୍ର କାର୍ଡ ବର୍ଗରେ ୫୦୦ ଶବ୍ଦ ମଧ୍ୟରେ ପତ୍ର ଲେଖି ପ୍ରତିଯୋଗିମାନେ ପଠାଇବେ। କେବଳ ହାତରେ ଲେଖା ହୋଇଥିବା ପତ୍ର ଗ୍ରହଣଯୋଗ୍ୟ। ଟାଇପ୍ ହୋଇଥିବା ପତ୍ର ଗ୍ରହଣ କରାଯିବ ନାହିଁ।

ମଣ୍ଡଳ ସ୍ତରରେ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ପୁରସ୍କାର ପାଇଁ ଯଥାକ୍ରମେ ୨୫ ହଜାର, ୧୦ ହଜାର ଏବଂ ୫ ହଜାର ରଖାଯାଇଛି। ଅନ୍ୟପଟେ ଜାତୀୟ ସ୍ତରରେ ପ୍ରଥମ ତିନି ପୁରସ୍କାର ବିଜେତାଙ୍କୁ ୫୦ ହଜାର, ୨୫ ହଜାର ଏବଂ ୧୦ ହଜାର ଟଙ୍କାର ପୁରସ୍କାର ରାଶିର ବ୍ୟବସ୍ଥା ରହିଛି। ଅଧିକ ସୂଚନା ପାଇଁ ନିକଟସ୍ଥ ଡାକ କାର୍ଯ୍ୟାଳୟ ସହ ଯୋଗାଯୋଗ କରିପାରିବେ।

Leave a Reply

Your email address will not be published. Required fields are marked *