ଆମ୍ବୁଲାନସ ପଛରେ ଧାଇଁଲା କୁକୁର ସେ ବ୍ୟସ୍ତ ଥିଲା

କୁକୁରମାନଙ୍କ ବିଶ୍ବସନୀୟତାର କାହାଣୀ ଆମ ସମସ୍ତଙ୍କ ପାଖରେ ଗୋଟିଏ ନା ଗୋଟିଏ ଥିବ । ଯାହାକୁ ବି ପଚାରିଲେ ନିଶ୍ଚୟ କୁକୁର ଏବଂ ତାର ସାଥୀ ମାଲିକର କାହାଣୀ ସେ ବଖାଣିବ। କିନ୍ତୁ ଏବେ ଆମେ ଯେଉଁ ଚିତ୍ର ଦେଖାଇବାକୁ ଯାଉଛୁ, ଦେଖିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ନେଟ ଦୁନିଆରେ ଏହି ଚିତ୍ରଟି ଖୁବ ଭାଇରାଲ ହୋଇଛି. । ଜଣେ ମହିଳା ଅସୁସ୍ଥ ହେବାରୁ ତାଙ୍କୁ ତୁରନ୍ତ ଆମ୍ବୁଲାନ୍ସ ଡକାଇ ହସ୍ପିଟାଲ ନିଆଗଲା । ହେଲେ ହସ୍ପିଟାଲ ନିଆଯିବା ବେଳକୁ ମହିଳାଙ୍କ କୁକୁରଟି କିନ୍ତୁ ବ୍ୟତି ବ୍ୟସ୍ତ ହୋଇ ପଡ଼ିଲାଣି।ଆମ୍ବୁଲାନ୍ସପଛେ ପଛେ ସେ ବି ଦୌଡ଼ିଥିଲା।ଏମିତି ଦୌଡ଼ି ଦୌଡ଼ି ସେ ହସ୍ପିଟାଲ ପର୍ଯ୍ୟନ୍ତ ପହଞ୍ଚିଥିଲା । ତାର ସାଥୀ ମାଲିକଙ୍କୁ ହସ୍ପିଟାଲ ଭିତରକୁ ନିଆଯାଇଥିଲା ଆଉ କୁକୁରଟି ହସ୍ପିଟାଲ ଗେଟ୍ ନିକଟରେ ଚୁପଚାପ ବସିଥିଲା । ଅପେକ୍ଷା କରିଥିଲା କେତେବେଳେ ତାର ସାଥୀମାଲିକ ଆସିବ।

ଇଣ୍ଟରନେଟରେ ଏହି ଭିଡିଓଟି ଆସିବା ପରେ ଯିଏ ଦେଖୁଛି କୁକୁରଟିର ବିଶ୍ବସନୀୟତାକୁ ପ୍ରଶଂସା ନ କରି ରହିପାରୁନାହିଁ। ଅନେକ ମଧ୍ୟ ଭିଡିଓ ତଳେ ମତ ଦେଇଛନ୍ତି ଯେ କୁକୁରଟିର ଏମିତି ଦୌଡ଼ୁଥିବାର ଭିଡିଓ ନେବା ବଦଳରେ ତାର ଯତ୍ନ ନେବାର ଉଚିତ ଥିଲା, ତାକୁ ପାଣି ଦେବା ଉଚିତ ଥିଲା. । ତେବେ ଭିଜୁଆଲରୁ ଦେଖଯାଉଛି କୁକୁରଟି ହସ୍ପିଟାଲରେ ପହଞ୍ଚିବା ପରେ କିଛି କର୍ମଚାରୀ ତାକୁ ଆଉଁସି ଦେଉଛନ୍ତି। ଏହି ଘଟଣାଟି ତୁର୍କିର ଇସ୍ତାନବୁଲର । 9 ତାରିଖରୁ ଏହି ଭିଜୁଆଲଟି ଏତେ ଭାଇରାଲ ହେଲାଣି ଯେ ବିଶ୍ବର ପ୍ରମୁଖ ନ୍ୟୁଜ ସଂସ୍ଥାମାନେ ଏହାକୁ ଖବରରେ ସ୍ଥାନ ଦେଇଛନ୍ତି। ଆପଣଙ୍କୁ ଯଦି ଭିଡିଓ ଏବଂ ଲେଖା ଭଲ ଲାଗିଲା ତାହେଲେ ଆପଣ ବି ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *