ହାତୀ ଖାଇଦେଲା ହେଲମେଟ

 

ହଁ ହଁ ଆପଣ ଠିକ୍ ପଢ଼ିଛନ୍ତି ହେଡଲାଇନରେ ହାତୀଟିଏ ହେଲମେଟ ଖାଇଦେଲା । କେମିତି ଖାଇଲା ଖାଇକି କଣ ହେଲା ତାହା ଜାଣିବା ପାଇଁ ଆପଣଙ୍କର ଉତ୍କଣ୍ଠା ନିଶ୍ଚଯ ବଢ଼ିବଣି । ଦେଖୁଥିବା ଚିତ୍ରରେ ତ ଏମିତି ଦେଖାଯାଉଛି । ହାତୀଟି ବାଇକ ପାଖରେ ଠିଆ ହୋଇଛି । ପରେ ବାଇକରେ ଲାଗିଥିବା ହେଲମେଟକୁ ଖାଇଦେଉଛି । ହାତୀକୁ ଘଉଡ଼ାଇବା ଲାଗି ଲୋକେ ଚେଷ୍ଟା କରିଥିଲେ । କିନ୍ତୁ ହାତୀ ଥିଲା ବେଫିକର। ତାର ଜିଦି ଲାଗିଥିଲା ସେ ହେଲମେଟ ଖାଇବ।ସେୟା ହିଁ କରିଥିଲା। ବାଇକରେ ଲାଗିଥିବା ହେଲମେଟକୁ ମିରରୁ ବାହାର କରିଥିଲା । ଏବଂ ଏହାକୁ ପାଟିରେ ପୂରାଇ ଚାଲିଥିଲା ଏବେ ଯଦି କଥାକୁ ବିଶ୍ବାସ କରୁନାହାନ୍ତି ତଳେ ଦିଆଯାଇଥିବା ଲିଙ୍କରେ ଭିଡିଓଟି ଦେଖନ୍ତୁ। ଏହା ଆପଣଙ୍କୁ ବିଶ୍ବାସ ଦେବା ସହିତ ମଜା ବି ଦେବ।

ଏବେ ଆପଣ ଜାଣିବାକୁ ଚାହୁଁଥିବେ ଘଟଣାଟି କେବେକାର, କେଉଁଠି ଘଟିଛି । ଘଟଣାଟି ଘଟିଛି ଆସାମର ଗୁଆହାଟିରେ । ଗୁଆହାଟିର ନାରଙ୍ଗିରେ ଥିବା ଆର୍ମିକ୍ୟାମ୍ପ ନିକଟରେ ଏହି ଘଟଣା ଘଟିଛି । ସମ୍ଭବତଃ ବାଇକର ଓନର ହାତୀର ହେଲମେଟ ଖିଆ ଭିଜୁଆଲଟି ଧରି ରଖିଥିଲେ। ଯ଼ଦି ଆପଣଙ୍କୁ ଏହି ଖବରଟି ସତରେ ମଜା ଲାଗିଲା ତେବେ ଆପଣ ବି ସେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *